କାଶ୍ମୀରରେ ବାରମ୍ବାର ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ସନା କଲେ ସୁପ୍ରିମକୋର୍ଟ


ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ସେବା ଉପରେ ବାରମ୍ବାର ଲଗାଉଥିବା ପ୍ରତିବନ୍ଧକ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ସନ କରିଛନ୍ତି । ଏହି ସଂକ୍ରାନ୍ତରେ ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି. ବାରମ୍ବାର ଇଣ୍ଟରନେଟ ସେବା ଉପରେ କଟକଣା ଓ ୧୪୪ ଧାରା ଲାଗୁ କରାଇବା ଶାସନର ଦୂରୁପଯୋଗ ଅଟେ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀକୁ ନେଇ କଂଗ୍ରେସ ମଧ୍ୟ କେନ୍ଦ୍ରର ମୋଦି ସରକାରଙ୍କୁ କଡା ସମାଲୋଚନା କରିଛି । କଂଗ୍ରେସ, ବିଜେପିକୁ ଟାର୍ଗେଟ କରି କହିଛି ଯେ, “ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ମୋଦି ସରକାରଙ୍କୁ ଏହି ବର୍ଷର ପ୍ରଥମ ଝଟକା ଅଟେ । ”
କଂଗ୍ରେସ ଆହୁରୀ ମଧ୍ୟ କହିଛି ଯେ, “ନରେନ୍ଦ୍ର ମୋଦିଙ୍କୁ ଏହା ସ୍ମରଣ କରିବା ଉଚିତ ଯେ, ଦେଶ ତାଙ୍କ ସାମନାରେ ନୁହେଁ ବରଂ ସମ୍ବିଧାନ ସମ୍ମୁଖରେ ନତମସ୍ତକ ହୁଏ ।”
ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଇଣ୍ଟରନେଟ ସେନା ଜନସାଧାରଣଙ୍କର ମୌଳିକ ଅଧିକାର। କେବଳ ସୀମିତ ସମୟ ପାଇଁ ଏହା ଉପରେ ପ୍ରତିବନ୍ଧକ ଲଗାଯାଇପାରିବ। କିନ୍ତୁ ସରକାର ଦୀର୍ଘଦିନ ଧରି ଏହି ସେବା ବନ୍ଦ କରିଥିବାରୁ ଏହା ଉପରେ ସମୀକ୍ଷା କରନ୍ତୁ ବୋଲି ଜଷ୍ଟିସ ଏନ.ଭି. ରାମନା, ଆର. ସୁଭାଷ ରେଡ୍ଡୀ ଏବଂ ବି.ଆର. ଗାୱାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ନିର୍ଦେଶ ଦେଇଛନ୍ତି।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ୧୬୦ ଦିନ ହେଲାଣି ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ସ୍ଵେଚ୍ଛାଚାରୀ ଭାବେ କ୍ଷମତା ପ୍ରୟୋଗ କରି ମୌଳିକ ଅଧିକାର ଉପରେ କଟକଣା ଲାଗୁ ହୋଇପାରିବ ନାହିଁ ସୁପ୍ରିମକୋର୍ଟ କହିଛନ୍ତି। ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ବିରୋଧରେ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପିଟିଶନର ଶୁଣାଣ କରି ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି। ଖଣ୍ଡପୀଠ ନିର୍ଦେଶ ଦେଇ କହିଛନ୍ତି, କେନ୍ଦ୍ର ସରକାର ଏକ ସପ୍ତାହ ମଧ୍ୟରେ ଇଣ୍ଟରନେଟ କଟକଣା ଏବଂ ୧୪୪ ଧାରା ଭଳି ସମସ୍ତ କଟକଣା ନିଷ୍ପତ୍ତିର ସମୀକ୍ଷା କରିବେ। ସମସ୍ତ କଟକଣା ନିଷ୍ପତ୍ତି ସାର୍ବଜନୀନ କରିବେ। ଲଗାତାର କଟକଣା ଲଗାଇବା କ୍ଷମତାର ଅପବ୍ୟବହାର ସଙ୍ଗେ ସମାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ସରକାରୀ ୱେବସାଇଟ୍‌, ଇ-ବ୍ୟାଙ୍କିଂ ସେବା ତୁରନ୍ତ ଚାଲୁ କରିବାକୁ ନିର୍ଦେଶ ଦେଇଛନ୍ତି।


Share It

Comments are closed.