ଜେକେ ଗ୍ରୁପ୍ କମ୍ପାନିଜ୍ ପକ୍ଷରୁ ସାରା ଦେଶରେ ବ୍ୟାପକ ରକ୍ତଦାନ ଶିବିର ଆୟୋଜିତ


ଭୁବନେଶ୍ୱର: ୧୩୮ ବର୍ଷର ପରମ୍ପରା ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଜେକେ ଅର୍ଗାନାଇଜେସନ ପକ୍ଷରୁ ଏହାର ପୂର୍ବତନ ସଭାପତି ସ୍ୱର୍ଗତ ଶ୍ରୀ ହରି ଶଙ୍କର ସିଂଘାନିଆଙ୍କ ୯୧ତମ ଜୟନ୍ତୀ ପାଳନ ଅବସରରେ ଏହାର ଗ୍ରୁପ କମ୍ପାନିଗୁଡ଼ିକରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।
ଗ୍ରୁପ କମ୍ପାନିର ବିଭିନ୍ନ କାରଖାନା ଓ ସେଲ୍‌ସ ଅଫିସଗୁଡ଼ିକରେ ଏହି ରକ୍ତଦାନ ଶିବିରଗୁଡ଼ିକ ଆୟୋଜନ କରାଯାଇଥିଲା ଯେଉଁଥିରେ ୭୫୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ । ଜେକେ ଅର୍ଗାନାଇଜେସନ ସାମାଜିକ ସେବାରେ ପ୍ରତ୍ୟକ୍ଷ ସଂପୃକ୍ତି ପାଇଁ ପରିଚିତ ଥିବା ବେଳେ ଗ୍ରୁପର କମ୍ପାନିଗୁଡ଼ିକ ପ୍ରତିବର୍ଷ ସ୍ୱର୍ଗତ ଶ୍ରୀ ହରି ଶଙ୍କର ସିଂଘାନିଆଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବାଲାଗି ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ପଦ୍ମ ଭୂଷଣ ପ୍ରାପ୍ତ ଶ୍ରୀ ହରି ଶଙ୍କର ସିଂଘନିଆ ଜେକେ ଅର୍ଗାନାଇଜେସନର ଅଭିବୃଦ୍ଧି ଓ ଦୃଢ଼ତାରେ ପ୍ରମୁଖ ଭୂମିକା ନିର୍ବାହ କରିବା ସହ ଅନେକ ସଂସ୍ଥା ଗଠନ କରିଛନ୍ତି ଏବଂ ଗ୍ରୁପରେ ଅନେକ କମ୍ପାନିକୁ ସମନ୍ୱିତ କରିଛନ୍ତି ।
ଜେକେ ସଂଗଠନର ଅଧ୍ୟକ୍ଷ ଭରତ ହରି ସିଂଘାନିଆ କହିଛନ୍ତି ଯେ,“ଜେକେ ସଂଗଠନରେ ସାମାଜିକ ଅବଦାନ ଆମ ମୂଲ୍ୟବୋଧରେ ଗଭୀର ଭାବରେ ଜଡ଼ିତ । ଏହି ବାର୍ଷିକ ପଦକ୍ଷେପ ମାଧ୍ୟମରେ ଆମେ ଶ୍ରୀ ହରି ଶଙ୍କର ସିଂଘାନିଆଙ୍କ ପରମ୍ପରାକୁ ସମ୍ମାନ ଦେବା ଏବଂ ଅବହେଳିତଙ୍କ ଜୀବନ ଏବଂ କଲ୍ୟାଣରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛୁ । ଏହି ରକ୍ତଦାନ ଅଭିଯାନରେ ଆମ କର୍ମଚାରୀମାନେ ଅତ୍ୟଧିକ ଅଂଶଗ୍ରହଣ କରିଥିବାରୁ ଆମେ ଅତ୍ୟନ୍ତ ଗର୍ବିତ, ଯାହା ଏକ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।”
ଏହି ରକ୍ତଦାନ ଶିବିର ଅଭିଯାନରେ ଜେକେ ଗ୍ରୁପର ବିଭିନ୍ନ କମ୍ପାନି ଯଥା ଜେକେ ଟାୟାର, ଜେକେ ପେପର, ଜେକେ ଲକ୍ଷ୍ମୀ ସିମେଂଟ, ଜେକେ ଏଗ୍ରି ଜେନେଟିକ୍‌ସ, ଜେକେ ଫେନର, ଜେକେ ଫୁଡସ, ଜେକେ ଇନସ୍ୟୁରାନ୍ସ, ପିଏସଆରଆଇ ହସ୍ପିଟାଲ ଓ ଜେକେ ଲକ୍ଷ୍ମୀପତ ବିଶ୍ୱବିଦ୍ୟାଳୟ ସାମିଲ ହୋଇଥିଲେ ।


Share It

Comments are closed.