ଶ୍ରୀନଗରରେ ପହଞ୍ଚିଲେ ୟୁରୋପିଆନ୍ ସାଂସଦ, ଆରମ୍ଭହେଲା ପଥରମାଡ଼


ଆଜି ୟୁରୋପିଆନ୍ ୟୁନିଅନର ୨୮ ଜଣ ସଦସ୍ୟ ବିଶିଷ୍ଟ ସାଂସଦ ଶ୍ରୀନଗରରେ ପହଞ୍ଚିଛନ୍ତି । ୫ ଅଗଷ୍ଟରେ କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ଏହା ହେଉଛି କୌଣସି ବିଦେଶୀ ଦଳର ପ୍ରଥମ କାଶ୍ମୀର ଗ୍ରସ୍ଥ । ଏହି ସମସ୍ତ ସାଂସଦ ରାଜ୍ୟପାଳ ସତ୍ୟପାଲ ମଲିକ୍‌, ସ୍ଥାନିୟ ଅଧିକାରୀ ଏବଂ ନିବେଶକ ମାନଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ଏବଂ ଏଥି ସହିତ ସେମାନେ କାଶ୍ମୀରର ପ୍ରଶିଦ୍ଧ ଡ଼ାଲ୍ ହ୍ରଦ ମଧ୍ୟ ପରିଦର୍ଶନ କରିବେ । ୟୁରୋପିଆନ୍ ୟୁନିଅନର ସାଂସଦମାନେ ଆଜି ସେନାର ଅଧିକାରୀ ମାନଙ୍କ ସହିତ ସାକ୍ଷାତ କରିବା ସହିତ ସେନା ପକ୍ଷରୁ ସେମାନଙ୍କୁ ଘାଟିର ସ୍ଥିତି ସମ୍ପର୍କରେ ଅବଗତ କରାଯିବ । ଇୟୁ ସାଂସଦ ମାନଙ୍କ ଗ୍ରସ୍ତ ସମୟରେ ଶ୍ରୀନଗରର କିଛି ଅଂଶରେ ପଥର ମାଡ଼ ହେବାର ଘଟଣା ସାମନାକୁ ଆସିଛି । ଏହି ବିଦେଶୀ ଅତିଥି ମାନଙ୍କ ଆଗମନକୁ ଦୃଷ୍ଟିରେରଖି ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଦିଆଯାଇଛି । ସୂଚନା ଥାଉକି ସେମାବାର ଦିନ ଏହି ଇୟୁ ସାଂସଦ ଦଳ ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା, ଅଜିତ ଡ଼ୋଭାଲଙ୍କ ସହିତ ସାକ୍ଷାତ କରିଥିଲେ ।


Share It

Comments are closed.