ନୂଆ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଅନନ୍ୟ ଅନୁଭୁତି ଆଣିଛି ଜିଓଫୋନ୍ ନେକ୍ସଟ୍


ଭୁବନେଶ୍ୱର: ରିଲାଏନ୍ସ ଜିଓ ଓ ଗୁଗୁଲ୍ ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ସୁଲଭ ମୂଲ୍ୟର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସମ୍ପନ୍ନ ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ନଭେମ୍ବର ମାସରେ ବଜାରକୁ ଆସିିବା ପରଠାରୁ ବେଶ୍ ଚର୍ଚ୍ଚାରେ ରହିଆସିଛି । ଏବେ ଅନ୍‌ଲାଇନ୍ ବୁକିଙ୍ଗ୍ ସହିତ ସମସ୍ତ ଜିଓ ପଏଂଟ୍‌, ଜିଓ ଷ୍ଟୋର୍ ଓ ଛୋଟବଡ ସହରର ପ୍ରମୁଖ ମୋବାଇଲ୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହୋଇଛି ଜିଓଫୋନ୍ ନେକ୍ସଟ୍ । ପୂର୍ବରୁ ଫିଚର ଫୋନ୍ ବ୍ୟବହାର କରୁଥିବା ହଜାର ହଜାର ଲୋକ, ବିଶେଷ କରି ଗ୍ରାମାଂଚଳର ଛାତ୍ରଛାତ୍ରୀ, ଶିକ୍ଷକ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ସେମାନଙ୍କର ପ୍ରଥମ ସ୍ମାର୍ଟ ଫୋନ୍ ବ୍ୟବହାର ଅନୁଭତିକୁ ବେଶ୍ ସମୃଦ୍ଧ କରିପାରିଛି । ଗୁଗୁଲ୍ ଦ୍ୱାରା ଏହି ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ପ୍ରଗତି ଅପରେଟିଂ ସିଷ୍ଟମ୍ ଦ୍ୱାରା ପରିଚାଳିତ ଏହି ସ୍ମାର୍ଟଫୋନ୍‌ରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି ଯାହା ଏହାକୁ ସ୍ୱତନ୍ତ୍ର କରିପାରିଛି ।

ଜିଓଫୋନ୍ ନେକ୍ସଟ୍‌ରେ ୫.୪୫ ଇଂଚ୍ ଏଚ୍‌ଡି ଡିସ୍‌ପ୍ଲେ ମଲ୍ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଙ୍ଗ୍ ଗରିଲା ଗ୍ଲାସ୍ ଥ୍ରୀ, ଆଂଟି ଫିଙ୍ଗରପ୍ରିଂଟ୍ କୋଟିଙ୍ଗ୍‌, ଭଲ ଫଟୋ ଓ ଭିଡିଓ ପାଇଁ ୧୩ ମେଗାପିକ୍‌ସେଲ୍ ପଛ କ୍ୟାମେରା ଏବଂ ୮ ମେଗା ପିକ୍‌ସେଲ୍ ସାମ୍ନା ସେଲ୍ଫି କ୍ୟାମେରା, ଥରେ ଚାର୍ଜ କଲେ ଅଧିକ ସମୟ ଚାଲିପାରବା ପାଇଁ ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ରମ୍ (ଇଂଟର୍ନାଲ୍ ମେମୋରି), ୫୧୨ ଜିବି ପର୍ଯ୍ୟନ୍ତ ମେମୋରି ସମ୍ପ୍ରସାରଣ ସୁବିଧା ରହିଥିବା ସ୍ୱତନ୍ତ୍ର ସ୍ଥାନ, ବ୍ଲୁ ଟୁଥ୍‌, ୱାଇ-ଫାଇ, ହଟ୍ ସ୍ପଟ୍ଳ, ଓଟିଜି ସପୋର୍ଟ, ଜି-ସେନ୍‌ସର, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି । ଏଥିସହିତ ରହିଛି ଜିଓ ଓ ଗୁଗୁଲ୍‌ର ପ୍ରିଲୋଡେଡ୍ ଅପ୍‌ଟିମାଇଜ୍‌ଡ ଆପ୍ ସମୂହ, ପ୍ରଗତି ଅପରେଟିଂ ସିଷ୍ଟମ୍‌, ସ୍ୱୟଂକ୍ରିୟ ସଫ୍‌ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍ । ଏହି ସବୁ ଫିଚର୍ ସହିତ ଏହି ଫୋନ୍‌ର ଅନ୍ୟ ଏକ ବିଶେଷ ଆକର୍ଷଣ ହେଉଛି ଜିଓ ଓ ଗୁଗୁଲ୍ ନିଜର ପ୍ରି ଲୋଡେଡ୍ ଆପ୍‌ଗୁଡ଼ିକୁ ଅପ୍ଟିମାଇଜ୍ କରିଛନ୍ତି ଯଦ୍ୱାରା ଜିଓଫୋନ୍ ନେକ୍ସଟ୍‌ର ପ୍ରଦର୍ଶନ ବହୁତ ଭଲ ରହିଛି ।

ଜିଓଫୋନ୍ ନେକ୍ସଟ୍‌ରେ ଓଟିଜି ସପୋର୍ଟ ମଧ୍ୟ ରହିଛି ଯାହା ଜରିଆରେ ଫୋନ୍‌ରେ ଓଟିଜି ପେନ୍‌ଡ୍ରାଇଭ୍ ଲଗାଇ ସହଜରେ ଷ୍ଟୋରେଜ୍ ପରିଚାଳନା କରାଯାଇପାରୁଛି । ଜିଓଫୋନ୍ ନେକ୍ସଟ୍‌ର କ୍ୟାମେରାରେ ରହିଛି ଇନବିଲ୍‌ଟ ସ୍ନାପ୍‌ଚାଟ୍ ଫିଲ୍‌ଟର ଓ ଅନୁବାଦ ସୁବିଧା । ଏହାଦ୍ୱାରା ଫଟୋ ଉଠାଇ ଗ୍ରାହକ ଓଡିଆ ସମେତ ପ୍ରମୁଖ ଭାରତୀୟ ଭାଷାରେ ଲେଖାର ଅନୁବାଦ କରିପାରିବେ ଓ ଦଶଟି ପ୍ରମୁଖ ଭାରତୀୟ ଭାଷାରେ ତାହାକୁ ଶୁଣିପାରିବେ । ଏହି ଫୋନ୍‌ରେ ରହିଥିବା ସ୍କ୍ରିନ୍ ରିଡର ଓ ଅନୁବାଦ ସୁବିଧା ଜରିଆରେ ଗୁଗୁଲ୍ ଟ୍ରାନ୍ସଲେସନ୍ ସେବା ଉପଲବ୍ଧ ରହିଥିବା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ସୁବିଧା ମିଳୁଛି । ଏହି ସୁବିଧା ଅନ୍‌ଲାଇନ୍ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ଏବଂ ବ୍ୟବସାୟପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ବିଶେଷ ଭାବରେ ସହାୟକ ହୋଇଛି ।

ଜିଓଫୋନ୍ ନେକ୍ସଟ୍‌ରେ ଥିବା ଗୁଗୁଲ୍ ଗୋରେ ଆପଣଙ୍କୁ ସବୁ ପ୍ରକାର ସୁବିଧା ଯଥା ଅନୁସନ୍ଧାନ, ଅନୁବାଦ, ଇମେଜ, ଜିଆଇଏଫ୍ ଆଦି ଫିଚର୍ ଗୋଟିଏ ସ୍ଥାନରେ ମିଳିପାରୁଛି । ଏଥିସହିତ ଜିଓଫୋନ୍ ନେକ୍ସଟ୍‌ରେ ଡୁ ଟନ୍ ଡିଷ୍ଟର୍ବ ସୁବିଧା, କି’ ବୋର୍ଡରେ ଭଏସ୍ ଟାଇପିଂ, ଗୋଟିଏ ହାତରେ ଟାଇପିଂ, ଗ୍ଲାଇଡ୍ ଟାଇପିଂ ଓ ପର୍ସନାଲ୍ ଡିକ୍ସନାରି ଭଳି ଅନେକ ସୁବିଧା ରହିଛି । ଜିଓଫୋନ୍ ନେକ୍ସଟ୍‌ରେ ଲାଇଭ୍ ଟ୍ରାନ୍ସସ୍କ୍ରାଇବ୍ ଆପ୍ ବ୍ୟବହାର କରି କି’ ବୋର୍ଡର ବିନା ସହାୟତାରେ କେବଳ ଭଏସ୍ ଜରିଆରେ ଅତି ସହଜରେ ଟାଇପ୍ କରାଯାଇପାରୁଛି ।

ଗ୍ରାହକମାନେ ଜିଓଫୋନ୍ ନେକ୍ସଟ୍‌କୁ ମାତ୍ର ୧୯୯୯ ଟଙ୍କାର ଡାଉନ୍‌ପେମେଂଟ୍ ଦେଇ ନିଜର କରିପାରିବେ ଏବଂ ବଳକା ରାଶିକୁ ନିଜ ସୁବିଧା ଅନୁସାରେ ୧୮ କିମ୍ବା ୨୪ ମାସରେ ୩୦୦ ରୁ ୬୦୦ ଟଙ୍କାର ସହଜ କିସ୍ତି (ଇଏମ୍‌ଆଇ) ରିଚାର୍ଜ ଜରିଆରେ ଦେଇପାରିବେ । ବିନା କିସ୍ତିରେ ସିଧାସଳଖ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ର ମୂଲ୍ୟ ୬୪୯୯ ଟଙ୍କା ରହିଛି । 


Share It

Comments are closed.