ଦୀପାବଳିରୁ ମାତ୍ର ୧୯୯୯ ଟଙ୍କାର ଡାଉନ୍ ପେମେଂଟ୍‌ରେ ମିଳିବ ଜିଓଫୋନ୍ ନେକ୍ସଟ୍


ଭୁବନେଶ୍ୱର: ଜିଓ ଓ ଗୁଗୁଲ୍ ପକ୍ଷରୁ ମିଳିତ ଭାବେ ଡିଜାଇନ୍ କରାଯାଇଥିବା ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଦୀପାବଳିରେ ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହେବ ବୋଲି ଆଜି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହା ହେଉଛି ଦୁନିଆର ସବୁଠୁ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିବା ସ୍ମାର୍ଟଫୋନ୍ ଯାହାକୁ ୧୯୯୯ ଟଙ୍କା ଭଳି କମ୍ ଡାଉନ୍ ପେମେଂଟ୍ ଦେଇ କିଣିହେବ ଓ ବଳକା ରାଶିକୁ ୧୮ କିମ୍ବା ୨୪ ମାସିଆ ସହଜ କିସ୍ତି ଜରିଆରେ ପ୍ରଦାନ କରାଯାଇପାରିବ ।

କଂପାନି ପକ୍ଷରୁ ଜିଓଫୋନ୍ ନେକ୍ସଟ୍‌କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ପ୍ଲାନ୍ ସହ ବଣ୍ଡଲ୍‌ଡ କରାଯାଇଛି । ଏହା ଜରିଆରେ ଗ୍ରାହକମାନେ ପ୍ଲାନ୍ ସହି୍‌ତ ଜିଓଫୋନ୍ ନେକ୍ସଟ୍‌ର କିସ୍ତି ମଧ୍ୟ ସହଜରେ ଭରଣା କରିପାରିବେ । ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ କିସ୍ତିରେ ବିଭିନ୍ନ ବଣ୍ଡଲ୍‌ଡ ପ୍ଲାନ୍ ଘୋଷଣା କରାଯାଇଛି । ତେବେ ସହଜ କିସ୍ତି ବଦଳରେ ସିଧାସଳଖ ଜିଓଫୋନ ନେକ୍ସଟ୍ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହା କିଣିପାରିବେ ।

ଡୁଆଲ ସିମ୍‌ ସୁବିଧା ରହିଥିବା ଜିଓଫୋନ ନେକ୍ସଟ୍ ରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର । ଏହି ଫୋନରେ ୫.୪୫ ଇଂଚର ଏଚଡି ଟଚ୍ ସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ୍ ଥ୍ରୀ ରହିଛି । ଏଥିସହିତ ୨ ଜିବି ରାମ୍‌, ୬୪ ବିଟ୍ ସିପିୟୁ ସହିତ କ୍ୱାଡକୋର୍ କ୍ୟୁଏମ୍ ୨୧୫ ଚିପ୍ ସେଟ୍ ଏବଂ ୩୨ ଜିବି ଇଂଟରନାଲ ମୋମାରି ସାଙ୍ଗକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି ।

ଜିଓଫୋନ ନେକ୍ସଟ୍ ରେ ସବୁଠାରୁ ଭଲ ରହିଛି କ୍ୟାମେରା ଓ ବ୍ୟାଟେରୀ କ୍ଷମତା । ୧୩ ମେଗା ପିକ୍ସେଲ୍ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ୍ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ୍ ମୋଡ୍‌, ପୋଟ୍ରେଟ୍ ମୋଡ୍ ତଥା ଏଚ୍‌ଡିଆର୍ ମୋଡ୍ ସହିତ ଦୀପାବଳି ଭଲି ଭାରତୀୟ ପର୍ବ ପର୍ବାଣୀ ପାଇଁ ସ୍ୱତନ୍ତ୍ର ଫିଲଟର ଉପଲବ୍ଧ ରହିଛି । ଏହି ଫୋନରେ ୩,୫୦୦ ଏମ୍‌ଏଚ୍ କ୍ଷମତାର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ ୩୬ ଘଂଟା ଚାଲିପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ଜିଓ ଓ ଗୁଗୁଲ ପକ୍ଷରୁ ମିଳିତ ଭାବେ ବିକଶିତ ଏହି ଫୋନରେ ଜିଓ ଓ ଗୁଗୁଲର ସମସ୍ତ ଆପ୍ ଅପଟିମାଇଜ ହୋଇ ପ୍ରିଲୋଡେଡ୍ ରହିଛି । ଏଥି ସହିତ ସ୍ୱୟଂଚାଳିତ ସଫ୍ଟୱେର୍ ଅପଗ୍ରେଡ୍‌, ରିଡ୍ ଆଲାଉଡ୍‌, ଭାଷାନୁବାଦ, ଭଏସ୍ ଆସିଷ୍ଟାଂଟ ଭଳି ଅନେକ ସୁବିଧା ରହିଛି ।

କଂପାନି ପକ୍ଷରୁ ଚାରି ପ୍ରକାର ବଣ୍ଡଲ୍‌ଡ ପ୍ଲାନ୍ ଘୋଷଣା କରାଯାଇଛି, ଯେଉଁଥିରେ ୧୮ କିମ୍ବା ୨୪ ମାସରେ ପ୍ଲାନ୍ ସହ କିସ୍ତି ସହଜରେ ପୂରଣ କରାଯାଇପାରିବ । ପ୍ରଥମ ପ୍ଲାନ୍ ହେଉଛି “ଅଲୱେଜ୍ ଅନ୍ ପ୍ଲାନ୍ । ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୧୮ ମାସ ପାଇଁ ୩୫୦ ଟଙ୍କା ଲେଖାଏଁ ଓ ୨୪ ମାସ ଲାଗି ୩୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ଗ୍ରାହକମାନଙ୍କୁ ପ୍ଲାନ୍ ସହିତ ମାସିକ ୫ ଜିବି ଡାଟା ଓ ୧୦୦ ମିନିଟ୍ ପ୍ରତି ମାସ ଭଏସ୍ କଲିଂ ସୁବିଧା ମିଳିବ ।

ଦ୍ୱିତୀୟ ପ୍ଲାନ୍ ହେଉଛି ଲାର୍ଜ ପ୍ଲାନ୍ ଯେଉଁଥିରେ ୧୮ ମାସର କିସ୍ତି ନେଲେ ମାସକୁ ୫୦୦ ଟଙ୍କା ଓ ୨୪ ମାସର କିସ୍ତି ନେଲେ ମାସକୁ ୪୫୦ ଲେଖାଏଁ ଦେବାକୁହେବ । ଏହି ପ୍ଲାନ୍ ସହ ପ୍ରତିଦିନ ୧.୫ ଜିବି ଡାଟା ଓ ଏହା ସହିତ ଅସୀମିତ ଭଏସ୍ କଲ ସୁବିଧା ମିଳିବ । ତୃତୀୟ ପ୍ଲାନ୍ ହେଉଛି ଏକ୍ସଏଲ୍ ପ୍ଲାନ୍ ଯେଉଁଥିରେ ପ୍ରତିଦିନ ୨ ଜିବି ଡାଟା ଓ ଅସୀମିତ ଭଏସ୍ କଲ୍ ସୁବିଧା ମିଳିବ ଏବଂ ୧୮ ମାସ ଅବଧି ଲାଗି କିସ୍ତି ଆକାରରେ ୫୫୦ ଟଙ୍କା ଓ ୨୪ ମାସ ଅବଧି ଲାଗି କିସ୍ତି ଭାବେ ପ୍ରତି ମାସରେ ୫୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ ।

ଯେଉଁ ଗ୍ରାହକମାନେ ଅଧିକ ପରିମାଣର ଡାଟା ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଡବଲ୍ ଏକ୍ସଏଲ୍ ପ୍ଲାନ୍ ଘୋଷଣା କରାଯାଇଛି । ଏହି ପ୍ଲାନ୍‌ରେ ପ୍ରତିଦିନ ୨.୫ ଜିବି ଡାଟା ଓ ଅସୀମିତ ଭଏସ୍ କଲ୍ ସୁବିଧା ମିଳିବ । ଏଥିରେ ୧୮ ମାସ ଲାଗି ୬୦୦ ଟଙ୍କାର କିସ୍ତି ଓ ୨୪ ମାସ ଲାଗି ୫୫୦ ଟଙ୍କାର କିସ୍ତି ଦେବାକୁ ପଡ଼ିବ ।

ଏହି ଅବସରରେ ଖୁସି ବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଡି ଅମ୍ବାନି କହିଛନ୍ତି ଯେ, “ଉତ୍ସବ ସମୟରେ ଭାରତୀୟମାନଙ୍କ ଲାଗି ଏହି ଡିଭାଇସ୍‌କୁ ଆଣିବାରେ ଗୁଗୁଲ୍ ଓ ଜିଓ ଟିମ୍ ସଫଳ ହୋଇଛନ୍ତି । କୋଭିଡ୍ ମହାମାରୀ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ରହିଥିବା ସତ୍ୱେ ଆମେ ସଫଳ ହୋଇଛୁ । ୧୩୫ କୋଟି ଭାରତୀୟଙ୍କ ଜୀବନକୁ ସମୃଦ୍ଧ, ସକ୍ଷମ ଓ ସଶକ୍ତ କରିବାରେ ଡିଜିଟାଲ୍ ବିପ୍ଳବର ଶକ୍ତି ଉପରେ ମୋର ଗଭୀର ବିଶ୍ୱାସ ରହିଛି ।

ଜିଓଫୋନ୍ ନେକ୍ସଟ୍‌ର ଅନେକ ସମୃଦ୍ଧ ବିଶେଷତ୍ୱ ରହିଛି ଯେଉଁଥିରେ ମୋତେ ଗୋଟିଏ କଥା ସବୁଠୁ ଅଧିକ ପ୍ରଭାବିତ କରିଛି- ତାହା ହେଉଛି ଏହା ସାଧାରଣ ଭାରତୀୟ ଜନତାଙ୍କୁ ଅଧିକ ସଶକ୍ତ କରିବ । ଭାରତର ସବୁଠୁ ବଡ଼ ଶକ୍ତି ହେଉଛି ଭାଷାରେ ରହିଥିବା ବିବିଧତା । ଯେଉଁ ଭାରତୀୟମାନେ ଇଂରାଜି କିମ୍ବା ନିଜ ଭାଷାରେ ପଢ଼ିବାକୁ ସକ୍ଷମ ନୁହନ୍ତି ସେମାନେ ଏହି ସ୍ମାର୍ଟ ଡିଭାଇସ୍‌ରେ ନିଜ ଭାଷାରେ ଅନୁବାଦ କରିପାରିବେ ଏବଂ ଏଭଳିକି ତାହାକୁ ପଢ଼ି ମଧ୍ୟ ପାରିବେ । ମୋତେ ଏହା କହିବା ବେଳେ ଅତ୍ୟନ୍ତ ଗର୍ବ ଅନୁଭବ ହେଉଛି ଯେ ଇଣ୍ଡିଆ ଓ ଭାରତ ଭିତରେ ରହିଥିବା ଅନ୍ତରକୁ ଆମେ ଦୂର କରୁଛୁ । ଭାରତର ଡିଜିଟାଲ୍ ପ୍ରଗତି ହେବ-ପ୍ରଗତି ଓଏସ୍ ସହିତ ।

ଏହି ସୁନ୍ଦର ଦୀପାବଳି ଉପହାର ପାଇଁ ମୁଁ ଗୁଗୁଲ୍‌ରେ ସୁନ୍ଦର ପିଚ୍ଚାଇ ଓ ତାଙ୍କ ଟିମ୍ ଓ ମୋର ଦେଶବାଦୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଉଛି । ସମସ୍ତଙ୍କୁ ଦୀପାବଳିର ଶୁଭକାମନା ।’’
ଗୁଗୁଲ୍ ଓ ଆଲ୍‌ଫାବେଟ୍‌ର ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, “ଭାରତ ପାଇଁ ଡିଜାଇନ୍ କରାଯାଇଥିବା ଏକ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ହେଉଛି ଜିଓଫୋନ୍ ନେକ୍ସଟ୍ ଯାହାକୁ ସମସ୍ତେ ଇଟଂରନେଟ୍‌ରୁ ଲାଭ ଉଠାଇବା ଜରୁରୀ ବିଶ୍ୱାସରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି । ଏହାକୁ ପ୍ରସ୍ତୁତ କରିବା ଲାଗି ଆମ ଟିମ୍‌କୁ ଜଟିଳ ଇଞ୍ଜିନିୟରିଂ ଓ ଡିଜାଇନ୍ ଆହ୍ୱାନକୁ ଏଡ଼ାଇବା ଲାଗି ମିଳିତ ଭାବେ କାମ କରିବାକୁ ପଡ଼ିଥିଲା ଏବଂ କିଭଳି ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ଓ ଗୋଷ୍ଠୀକୁ ଉନ୍ନତ କରିବା ଲାଗି ଏହି ଡିଭାଇସ୍‌କୁ ବ୍ୟବହାର କରୁଛନ୍ତି ତାହାକୁ ଦେଖିବା ଲାଗି ମୁଁ ଉତ୍ସାହିତ ହୋଇ ରହିଛି ।”

ଜିଓଫୋନ୍ ନେକ୍ସଟ୍ ରେ ଅନେକ ଆକର୍ଷଣୀୟ ଫିଚର୍‌:
ଡୁଆଲ୍ ସିମ୍ : ଜିଓଫୋନ୍ ନେକ୍ସଟ୍‌ରେ ଦୁଇଟି ସିମ୍ ସ୍ଲଟ୍ ରହିବ । ଏହାର ପ୍ରମୁଖ ବିଶେଷତ୍ୱ ହେଉଛି ଏହାର ଯେକୌଣସି ସିମ୍ ସ୍ଲଟ୍‌ରେ ଗ୍ରାହକମାନେ ଜିଓ ବ୍ୟତୀତ ଅନ୍ୟ ଯେକୌଣସି କଂପାନିର ସିମ୍ ବ୍ୟବହାର କରିପାରିବେ । କିନ୍ତୁ ଫୋନ୍‌ରେ ନିଶ୍ଚିତ ରୂପେ ଗୋଟିଏ ଜିଓ ସିମ୍ ପକାଇବାକୁ ହେବ । ଦ୍ୱିତୀୟ ବଡ଼ କଥା ହେଉଛି ଡାଟା କେବଳ ଜିଓ ସିମ୍‌ରୁ ଆସିବ । ଅନ୍ୟ କଂପାନି ସିମ୍‌ରୁ ଡାଟା ହାସଲ କରିହେବ ନାହିଁ ।

ଏସ୍‌ଡି କାର୍ଡ ସ୍ଲଟ୍ : ଏଥିରେ ଏସ୍‌ଡି କାର୍ଡ ସ୍ଲଟ୍ ମଧ୍ୟ ରହିଛି ଯାହା ୫୧୨ ଜିବିର ଏସ୍‌ଡି କାର୍ଡକୁ ସପୋର୍ଟ କରିବ ।

ଟଚ୍ ସ୍କ୍ରିନ୍ : ଏଥିରେ ରହିଛି ୫.୪୫ ଇଂଚ୍‌ର ଏଚ୍‌ଡି ଟଚ୍‌ସ୍କ୍ରିନ୍ ଓ କରୋନର୍ ଗୋରିଲା ଗ୍ଲାସ୍‌-୩

ବୈଶିଷ୍ଟ୍ୟ: ୨ ଜିବି ରାମ୍‌, ୩୨ ଜିବି ଆଭ୍ୟନ୍ତରୀଣ ମେମୋରୀ, ୫୧୨ ଜିବି ପର୍ଯ୍ୟନ୍ତ ସପୋର୍ଟ କରୁଥିବା ଏସ୍‌ଡି କାର୍ଡ ସ୍ଲଟ୍ । ମଲ୍‌ଟିଟାସ୍କିଂ ପାଇଁ ୬୪ ବିଟ୍ ସିପିୟୁ ସହିତ କ୍ୱାଡ୍‌କୋର୍ କ୍ୟୁଏମ୍ ୨୧୫ ଚିପ୍‌ସେଟ୍‌
କ୍ୟାମେରା: ପଛରେ ୧୩ ମେଗାପିକ୍‌ସେଲ୍ ଓ ସାମ୍ନାରେ ୮ ମେଗାପିକ୍‌ସେଲ୍ ସେଲ୍‌ଫି କ୍ୟାମେରା, ନାଇଡ୍ ମୋଡ୍‌, ପୋଟ୍ରେଟ୍ ମୋଡ୍ ଓ ଏଚ୍‌ଡିଆର୍ ମୋଡ୍ ସହିତ ଭାରତୀୟଙ୍କ ପାଇଁ ବିଶେଷ ଲେନ୍‌ସ ଫିଲ୍‌ଟର ଓ ଦୀପାବଳି ଫିଲ୍‌ଟର ।

ବ୍ୟାଟେରି: ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି ଥିବାରୁ ଥରେ ଚାର୍ଜ କଲେ ଫୋନ୍ ୩୬ ଘଂଟା ପର୍ଯ୍ୟନ୍ତ କାମ କରିବ ବୋଲି କଂପାନି ପକ୍ଷରୁ ପ୍ରକାଶ କରାଯାଇଛି ।

ହଟ୍‌ସ୍ପଟ୍ ସୁବିଧା: ଜିଓଫୋନ୍ ନେକ୍ସଟ୍‌କୁ ହଟ୍‌ସ୍ପଟ୍‌ରେ ପରିଣତ କରିହେବ ।

ଅପ୍ଟିମାଇଜଡ୍ ଆପ୍‌: ଜିଓ ଓ ଗୁଗୁଲ୍ ନିଜର ପ୍ରି ଲୋଡେଡ୍ ଆପ୍‌ଗୁଡ଼ିକୁ ଅପ୍ଟିମାଇଜ୍ କରିଛନ୍ତି ଯଦ୍ୱାରା ଜିଓଫୋନ୍ ନେକ୍ସଟ୍‌ର ପ୍ରଦର୍ଶନ ବହୁତ ଭଲ ରହିବ ।

ଭଏସ୍ ଆସିଷ୍ଟାଂଟ୍‌: ଭଏସ୍ ଆସିଷ୍ଟାଂଟ୍ ବ୍ୟବହାରକାରୀମାନଙ୍କୁ ଡିଭାଇସ୍‌କୁ ଚଲାଇବାରେ ସହାୟକ ହେବ । ଯେମିତିକି ଆପ୍ ଖୋଲିବା, ସେଟିଂକୁୂ ମ୍ୟାନେଜ୍ କରିବା ଆଦି କାମ ହୋଇପାରିବ । ଏହା ସହିତ ଇଟଂରନେଟ୍‌ରୁ ନିଜ ଭାଷାରେ ସହଜରେ ବିଷୟବସ୍ତୁ ଓ ସୂଚନା ହାସଲ କରାଯାଇପାରିବ ।

ପଢନ୍ତୁ ଓ ଶୁଣନ୍ତୁ (ରିଡ୍ ଆଲାଉଡ୍‌): ବ୍ୟବହାରକାରୀ ଯେଉଁଭାଷାକୁ କହନ୍ତି ଏହି ଫୋନ୍ ସେହି ଭାଷାକୁ ବ୍ୟବହାର କରିବାର ଅନୁମତି ଦେବ ।

ଅନୁବାଦ: ବ୍ୟବହାରକାରୀ ନିଜ ପସନ୍ଦର ଭାଷାରେ ଯେକୌଣସି ସ୍କ୍ରିନ୍‌କୁ ଅନୁବାଦ କରିପାରିବେ । ଏହା ଜରିଆରେ ୧୦ଟି ଭାରତୀୟ ଭାଷାରେ ବ୍ୟବହାରକାରୀ ଯେକୌଣସି ବିଷୟକୁ ପଢ଼ିପାରିବେ ।

ପ୍ରିଲୋଡେଡ୍ ଜିଓ ଓ ଗୁଗୁଲ୍ ଆପ୍‌: ଡିଭାଇସ୍‌ରେ ସବୁ ଉପଲବ୍ଧ ଆଣ୍ଡ୍ରଏଡ୍ ଆପ୍‌କୁ ବ୍ୟବହାର କରାଯାଇପାରିବ । ଗୁଗୁଲ୍ ପ୍ଲେ ଷ୍ଟୋର୍ ଜରିଆରେ ତାହାକୁ ଡିଭାଇସ୍‌ରେ ଡାଉନ୍‌ଲୋଡ୍ କରିହେବ । ଉପଲବ୍ଧ ଲକ୍ଷାଧିକ ଆପ୍ ମଧ୍ୟରୁ ନିଜ ପସନ୍ଦର ଆପ୍‌ଗୁଡ଼ିକୁ ଚୟନ କରିହେବ । ଏଥିରେ ଅନେକ ଜିଓ ଓ ଗୁଗୁଲ୍ ଆପ୍ ପ୍ରିଲୋଡେଡ୍ ରହିଛି ।

ସ୍ୱୟଂଚାଳିତ ସଫ୍ଟଓୟାର୍ ଅପ୍‌ଗ୍ରେଡ୍‌: ଜିଓଫୋନ୍ ନେକ୍ସଟ୍ ସ୍ୱୟଂଚାଳିତ ସଫ୍ଟଓୟାର ଅପ୍‌ଡେଟ୍ ସହିତ ଅପ୍‌ଡେଟ୍ ରହିବ । ସମୟ ଗଡ଼ିବା ସହିତ ଏହାର ଅନୁଭବ ଉନ୍ନତ ହେବ । ଇଟଂରନେଟ୍ ସହ ଜଡ଼ିତ ସମସ୍ୟାରୁ ସୁରକ୍ଷା ପ୍ରଦାନ କରିବା ଭଳି ସିକ୍ୟୁରିଟି ଅପ୍‌ଡେଟ୍ ସହିତ ଏହା ମିଳିବ ।


Share It

Comments are closed.