ଜିଓଗେମ୍‌ସ ଏହାର ଗେମିଂ ପ୍ଲାଟଫର୍ମରେ ଚଳିତ ଗ୍ରୀଷ୍ଣ ଋତୁରେ “ଛୋଟା ଭିମ୍‌’କୁ ସ୍ୱାଗତ କରିବାକୁ ପ୍ରସ୍ତୁତ


ଭୁବନେଶ୍ୱର: ଚଳିତ ଗ୍ରୀଷ୍ଣ ଋତୁରେ ଛୋଟା ଭିମ୍ ଜିଓଗେମ୍‌ସରେ ଉପଲବ୍ଧ ହେବ । ଜିଓଗେମ୍‌ସ ପ୍ଲାଟଫର୍ମରେ ଛୋଟା ଭିମ୍ ଗେମ୍‌ସର ଶୁଭାରମ୍ଭ କରି ଗ୍ରୀଷ୍ଣ ଅବକାସକୁ କୌତୁକପୂର୍ଣ୍ଣ କରିବା ଲାଗି ଜିଓଗେମ୍‌ସ ଓ ଗ୍ରିନ୍ ଗୋଲ୍ଡ ଆନିମେସନ ପ୍ରାଇଭେଟ୍ ଲିମିଟେଡ୍ ପରସ୍ପର ସହ ସହଯୋଗିତା ସ୍ଥାପନ କରିଛନ୍ତି । ଶିଶୁ ଓ ଗେମ୍ ପ୍ରେମୀମାନେ ନିଜ ପସନ୍ଦର ଛୋଟା ଭିମ୍‌କୁ ଦେଖିପାରିବେ ଏବଂ ଏହି ମେ’ରେ ତାହାର ଜନ୍ମଦିନକୁ ପାଳନ କରିପାରିବେ । ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ଓ ଜିଓ ସେଟ୍‌-ଟପ୍‌-ବକ୍ସ ଆଦି ପ୍ଲାଟଫର୍ମଗୁଡ଼ିକରେ ଉପଲବ୍ଧ ଥିବା ଜିଓଗେମ୍‌ସ ଆପ୍‌ରେ ଏହି ଗେମ୍‌ଗୁଡ଼ିକୁ ଖେଳିହେବ ।

ଛୋଟା ଭିମ୍ ହେଉଛି ଭାରତର ଅନ୍ୟତମ ଅତି ପରିଚିତ ଓ ସବୁଠୁ ପସନ୍ଦ କରାଯାଉଥିବା ଆନିମେସନ ଚରିତ୍ର ଯାହା ନିଶ୍ଚିତ ରୂପେ ପିଲାମାନଙ୍କ ଅବକାସକୁ ଅଧିକ କୌତୁକ ଓ ଉଲ୍ଲାସପୂର୍ଣ୍ଣ କରିବ । ଭାରତର ସର୍ବାଧିକ ସମୟ ଧରି ଚାଲିିଥିବା ଆନିମେସନ ସୋ’ ଛୋଟା ଭିମ୍ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ଶିଶୁମାନଙ୍କ ଜୀବନର ଅଂଶ ହୋଇରହିଛି । ଧୋତି ପରିଧିତ ଓ ସୁବର୍ଣ୍ଣ ହୃଦର ଅଧିକାରୀ ଭିମ୍ ଓ ତାଙ୍କ ବିଶ୍ୱାସୀ ବନ୍ଧୁମାନେ ସାରା ଦୁନିଆରେ ଅତୁଲ୍ୟ ରୋମାଂଚ ଯାତ୍ରାରେ ଯାଇ କୌତୁକ କରନ୍ତି ଓ ଲୋକମାନଙ୍କୁ ସାହାଯ୍ୟ କରନ୍ତି । ଏହି ମନୋରଂଜନ ଭରା ଗେମ୍‌ସ ଏବେ ଜିଓଗେମ୍‌ସକୁ ଆସିଥିବାରୁ ଏହି ରୋମାଂଚଭରା ଯାତ୍ରାରେ ସାମିଲ ହେବା ଲାଗି ଭିମ୍ ଟିମ୍ ପକ୍ଷରୁ ସମସ୍ତ ଛୋଟା ଭିମ୍ ପ୍ରେମୀଙ୍କୁ ଆମନ୍ତ୍ରଣ କରାଯାଇଛି ।

ଗ୍ରିନ୍ ଗୋଲ୍ଡ ଆନିମେସନର ଚିଫ୍ ଷ୍ଟ୍ରାଟେଜି ଅଫିସର ଶ୍ରୀଯୁକ୍ତ ଶ୍ରୀନିବାସ ଚିଲାକଳାପୁଡି କହିଛନ୍ତି ଯେ, “ଜିଓ ସହିତ ସହଯୋଗିତା ସ୍ଥାପନ କରିବା ଓ ଜିଓଗେମ୍‌ସରେ ଉପଲବ୍ଧ ହେବାକୁ ଯାଉଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ । ଜିଓଗେମ୍‌ସ ବିିଭିନ୍ନ ପ୍ରକାର ଡିଭାଇସ୍ ଓ ସେମାନଙ୍କ ବ୍ୟବସ୍ଥାରେ ଉପଲବ୍ଧ ଥିବା ବେଳେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଶିଶୁ ଆଇପି ଯେଉଁଥିରେ ସାମିଲ ରହିଛି ଭାରତର ଲୋକପ୍ରିୟ ଆନିମେସନ ସୋ’-ଛୋଟା ଭିମ୍ ତାହା ପାଇଁ ଓ ଛୋଟା ଭିମ୍ ପ୍ରେମୀମାନଙ୍କୁ ସେମାନଙ୍କ ପସନ୍ଦର ଚରିତ୍ର ସହ ଯୋଡ଼ି ହେବା ଲାଗି ଶ୍ରେଷ୍ଠ ପ୍ଲାଟଫର୍ମ ପ୍ରଦାନ କରୁଛି । ଆମେ ୫ଟି ହାଇପର କାଜୁଆଲ ଗେମ୍‌ରୁ ଶୁଭାରମ୍ କରିବୁ ଏବଂ ଖୁବ୍‌ଶୀଘ୍ର ଆହୁରି ବହୁତ ଗେମ୍‌ସ ଯୋଡ଼ିବୁ ।’’


Share It

Comments are closed.