ବର୍ତ୍ତମାନର ସଙ୍କଟ ସମୟରେ ଓଡିଶାରେ ଲୋକଙ୍କୁ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସୁବିଧା ଦେବା ପାଇଁ ଜିଓ ଫାଇବର୍ ପକ୍ଷରୁ ବ୍ୟାପକ ପଦକ୍ଷେପ


ଭୁବନେଶ୍ୱର: ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁଁ ସାଧାରଣ ଲୋକଙ୍କ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ୱାର୍କ ଫ୍ରମ୍ ହୋମ୍ ଘରୁ କାମ କରିବାରେ ନିୟୋଜିତ ଅଛନ୍ତି । ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍ ବା ଭର୍ଚୁଆଲ୍ କ୍ଲାସ୍ ଆରମ୍ଭ ହୋଇଛି । ଏସବୁ ସୁବିଧାରେ ହେବା ପାଇଁ ଆବଶ୍ୟକ ହେଉଛି ଭରସାଯୋଗ୍ୟ ଇଣ୍ଟରନେଟ୍ ସଂଯୋଗ ଏବଂ ସୁଲଭ ମୋବାଇଲ୍ ଓ ହାଇ ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ଡାଟା ।
ସଙ୍କଟ ସମୟରେ ଲୋକଙ୍କୁ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ଡାଟା ଯୋଗାଇଦେବାକୁ ନିଜ ପ୍ରତିବଦ୍ଧତାକୁ ଦୋହରାଇ ଜିଓ ଫାଇବର୍ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରେ ଓଡିଶାର ବିଭିନ୍ନ ସହରର ପ୍ରମୁଖ ଅଞ୍ଚଳ ଗୁଡିକରେ ଜିଓ ଫାଇବର୍ ସେବା ସଂପ୍ରସାରଣ ସମେତ ଲକ୍‌ଡାଉନ୍ ଭଳି କଠିନ ସମୟରେ ମଧ୍ୟ ନୂଆ ସଂଯୋଗ ଇନ୍‌ଷ୍ଟାଲେସନ୍ ଓ ତତ୍‌କ୍ଷଣାତ୍ ବୈଷୟିକ ସେବା ପ୍ରଦାନ ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କ ସୁବିଧା ପାଇଁ ଜିଓ ଫାଇବର୍ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବଲାଙ୍ଗୀର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହୋଇଛି ।
ଏଥିସହିତ ଲକ୍‌ଡାଉନ୍ ସମୟରେ ଉପଭୋକ୍ତାଙ୍କ ଅଧିକ ଡାଟା ବ୍ୟବହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ଫାଇବର୍ ପକ୍ଷରୁ ବତ୍ତମାନର ସମସ୍ତ ଜିଓ ଫାଇବର୍ ଗ୍ରାହକଙ୍କୁ ସବୁ ପ୍ଲାନ୍‌ରେ ଦୁଇଗୁଣ ଡାଟା ପ୍ରଦାନ କରାଯାଉଛି । ଏସମ୍ପର୍କରେ ଜିଓ ପକ୍ଷରୁ ମାଇଁ ଜିଓ ଆପ୍ ଏବଂ ସାମାଜିକ ଗଣମାଧ୍ୟମରେ ମଧ୍ୟ ସୂଚନା ଦିଆଯାଇଛି ।
ବର୍ତ୍ତମାନ ବିଭିନ୍ନ ସହରରେ ଜିଓ ଫାଇବର୍ ପକ୍ଷରୁ ଦିଆଯାଉଥିବା ତୁରନ୍ତ ଇନ୍‌ଷ୍ଟାଲେସନ୍ ସୁବିଧା ଏବଂ ବୈଷୟିକ ଗ୍ରାହକ ସେବାରେ ଅନେକ ଉପଭୋକ୍ତା ଉପକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଟ୍ୱିଟର୍ ଓ ଫେସ୍‌ବୁକ୍ ଭଳି ସାମାଜିକ ଗଣମାଧ୍ୟମରେ ଖୁସି ପ୍ରକାଶ କରିବା ସହ ଜିଓ ଫାଇବର ଟିମ୍‌କୁ ଧନ୍ୟବାଦ ଦେଉଥିବା ଦେଖାଯାଇଛି ।
ସୂଚନାଯୋଗ୍ୟ ଯେ ପର୍ଯ୍ୟାୟକ୍ରମେ ବିଭିନ୍ନ ସହରରେ ଆରମ୍ଭ ହୋଇଥିବା ଜିଓ ଫାଇବର୍ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୂର ଏବଂ ବଲାଙ୍ଗୀର ସହରରେ ଉପଲବ୍ଧ ହୋଇଥିବା ବେଳେ ଅନ୍ୟ ପ୍ରମୁଖ ସହରକୁ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ଘରକୁ ଘର ଜିଓ ଫାଇବର୍ ସଂଯୋଗ ସହିତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ତଥା ଉଦ୍ୟୋଗ ଏବଂ ବୃହତ୍ ସଂସ୍ଥା ଓ ବ୍ୟବସାୟଗୁଡିକୁ ଜିଓ ଫାଇବର୍ ସେବା ପ୍ରଦାନ କରୁଛି ।
ସେହିଭଳି ମୋବାଇଲ୍ ଡାଟା ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଜିଓ ପକ୍ଷରୁ ଏହାର ସମସ୍ତ ଡାଟା ଆଡ୍‌-ଅନ୍ ଭାଉଚର୍ ଗୁଡିକରେ ଦୁଇଗୁଣ ଡାଟା ଏବଂ ଅତିରିକ୍ତ ଅଣ ଜିଓ ଟକ୍‌ଟାଇମ୍ ପ୍ରଦାନ କରାଯାଉଛି ।
ଭୁବନେଶ୍ୱରରେ ଜିଓ ଫାଇବର୍ ସେବା ଉପଲବ୍ଧ ହୋଇଥିବା ଅଂଚଳ ଗୁଡିକ ମଧ୍ୟରେ ରହିଛି ଆଇଆର୍‌ସି ଭିଲେଜ୍‌, ଜୟଦେବ ବିହାର, ମୈତ୍ରୀ ବିହାର, ନୀଳାଦ୍ରୀ ବିହାରର ଡିଷ୍ଟ୍ରିକ୍ଟ ସେଣ୍ଟର, ପ୍ରାଚୀ ଏନ୍‌କ୍ଲେଭ୍ ଓ ନିକଟବର୍ତ୍ତୀ ଅଂଚଳ, କିଟ୍ ଅଂଚଳରେ ଆର୍ଯ୍ୟପଲ୍ଲୀ, ପ୍ରଶାନ୍ତି ବିହାର ଓ ସମ୍ପର୍କ ନଗର, ଓୟୁଏଟି – ସୂର୍ଯ୍ୟନଗର, ୟୁନିଟ୍ ୬, ୟୁନିଟ୍ ୯, ୟୁନିଟ୍ ୩, ଖାରବେଳ ନଗର, ମାଷ୍ଟର କ୍ୟାଣ୍ଟିନ୍‌, ବରମୁଣ୍ଡା ହାଉସିଙ୍ଗ୍ ବୋର୍ଡ ଅଂଚଳର ଜଗନ୍ନାଥ ବିହାର, ବ୍ରହ୍ମେଶ୍ୱର ପାଟଣା – ଶିବ ନଗର, ଡୁମୁଡୁମା ଏବଂ ସହିଦ୍ ନଗରର ପ୍ରମୁଖ ଅଂଶ । ଏଥି ସହିତ ଖଣ୍ଡଗିରି – ଡୁମୁଡୁମା ଅଂଚଳରେ କସ୍ମୋପଲିସ୍‌, ଡିଏନ୍ ଅକ୍ସି ପାର୍କ, ଆର୍ଯ୍ୟ ଭିଲ୍ଲା, ପଂଜଶଖା ନଗର ଓ ଆମ୍ରି ହସ୍ପିଟାଲ୍ ନିକଟସ୍ଥ ସତ୍ୟସାଇ ଏନ୍ କ୍ଲେଭ୍ ଭଳି ରାଜଧାନୀର ପ୍ରମୁଖ ଆପାର୍ଟମେଣ୍ଟ୍ ଓ ସୋସାଇଟିରେ ମଧ୍ୟ ଜିଓ ଫାଇବା ଉପଲବ୍ଧ ହୋଇ ଲୋକମାନଙ୍କୁ ୱାର୍କ ଫ୍ରମ୍ ହୋମ୍ କରିବାରେ ସହାୟକ ହୋଇଛି ।
ସେହିଭଳି କଟକର ସିଡିଏ ସେକ୍ଟର ୬ ଓ ସେକ୍ଟର ୯, ଜୋବ୍ରା, ନିମଚୌଡି, ଦରଘାବଜାର, ସେଲ୍ଟର କଲୋନୀ ଓ ବାଲିପାଟଣା ଅଂଚଳରେ ଜିଓ ଫାଇବର୍ ସେବା ଏବେ ଉପଲବ୍ଧ ହୋଇଛି । ରାଉର୍‌କେଲାର ସିଭିଲ୍ ଟାଉନ୍‌ସିପ୍‌, କୋଏଲ୍ ନଗର, ଛେଣ୍ଡ୍‌, ଜଗଡା ଓ ବାସନ୍ତି କଲୋନୀରେ ଜିଓ ଫାଇବର ସେବା ଆରମ୍ଭ ହୋଇଥିବା ବେଳେ ସମ୍ବଲପୁରର ବୁଢାରାଜା ଓ ଦାନିପାଲ୍ଲୀରେ ଏହା ଉପଲବ୍ଧ ହୋଇଛି । ବଲାଙ୍ଗୀର ସହରରେ ପ୍ୟାଲେସ୍ ଲେନ୍‌ରେ ଜିଓ ଫାଇବର୍ ସେବା ଆରମ୍ଭ ହୋଇଥିବା ବେଳେ ଅନ୍ୟ ଅଂଚଳକୁ ସଂପ୍ରସାରଣ ଜାରି ରହିଛି ।


Share It

Comments are closed.