ଡାଉନଲୋଡ଼ ସ୍ପିଡରେ ଜିଓ ଏବଂ ଅପଲୋଡ଼ରେ ଭୋଡାଫୋନ ଆଗରେ


ହାରାହାରି ଭାବେ ୪ଜି ଡାଉନଲୋଡ଼ ସ୍ପିଡ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ନିଜର ସ୍ଥିତି ବଜାୟ ରଖିବା ସହିତ ମାର୍ଚ୍ଚ ମାସରେ ମଧ୍ୟ ସବୁଠୁ ଆଗରେ ରହିଥିବା ଟେଲିକମ ନିୟାମକ ପ୍ରାଧିକରଣ ଟ୍ରାଏ ପକ୍ଷରୁ ପ୍ରକାଶ କରାଯାଇଥିବା ଚାର୍ଟରେ ଦର୍ଶାଯାଇଛି । ଗତ ଫେବୃଆରୀ ମାସରେ ହାରାହାରି ଡାଉନଲୋଡ଼ ସ୍ପିଡ୍ ୨୦.୯ ଏମ୍ବିପିଏସ୍ ରହିଥିଲା ବେଳେ ମାର୍ଚ୍ଚ ମାସରେ ଏଥିରେ ଉନ୍ନତି ଦେଖାଯିବା ସହିତ ଏହି ସ୍ପିଡ୍ ୨୨.୨ ଏମ୍ବିପିଏସ ବୃଦ୍ଧି ପାଇଛି । ଏହାଛଡ଼ା ରିଲାଏନ୍ସ ଜିଓ ୨୦୧୮ ବର୍ଷର ସମସ୍ତ ମାସରେ ହାରାହାରି ଭାବେ ସର୍ବାଧିକ ସ୍ପିଡ୍ ବଜାୟ ରଖିବାକୁ ସକ୍ଷମ ହୋଇଥିଲା ବେଳେ ଏହି ବର୍ଷରେ ସର୍ବାଧିକ ଦ୍ରୁତତମ ୪ଜି ଅପରେଟର ଭାବେ ପ୍ରତିଷ୍ଠା ଲାଭ କରିବାକୁ ସମର୍ଥ ହୋଇପାରିଛି । ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ(ଟ୍ରାଏ) ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟ ଅନୁଯାୟୀ ଭାରତୀ ଏୟାରଟେଲ୍ର ସ୍ପିଡ୍ ମାର୍ଚ୍ଚ ମାସରେ ଫେବୃଆରୀ ମାସର ୯.୪ ଏମ୍ବିପିଏସ୍ ତୁଳନାରେ ୯.୩ ଏମ୍ବିପିଏସ୍କୁ ହ୍ରାସ ପାଇଛି ।
ଯଦିଓ ଭୋଡାଫୋନ ଏବଂ ଆଇଡିଆ ସେଲୁଲାର କମ୍ପାନୀର ବ୍ୟବସାୟ ମିଶ୍ରଣ ହୋଇ ଏହା ବର୍ତ୍ତମାନ ଭୋଡାଫୋନ ଆଇଡିଆ ଭାବେ କାର୍ଯ୍ୟ କରୁଛି ତଥାପି ଟ୍ରାଏ ପକ୍ଷରୁ ଏହି କମ୍ପାନୀଗୁଡିକର ନେଟ୍ୱର୍କ ପ୍ରଦର୍ଶନକୁ ପୃଥକ ଭାବେ ଦର୍ଶାଯାଇଛି । ଫେବୃଆରୀରେ ଭୋଡାଫୋନ୍ ନେଟୱର୍କର ୪ଜି ଡାଉନଲୋଡ୍ ସ୍ପିଡ୍ ୬.୮ ଏମ୍ବିପିଏସ୍ ରହିଥିଲା ବେଳେ ମାର୍ଚ୍ଚରେ ଏଥିରେ ସାମନ୍ୟ ଉନ୍ନତି ଘଟି ଏହା ୭.୦ ଏମ୍ବିପିଏସ ରହିଛି । ସେହିପରି ଫେବୃଆରୀରେ ଆଇଡିଆ’ର ଡାଉନଲୋଡ୍ ସ୍ପିଡ୍ ୫.୭ ଏମ୍ବିପିଏସ୍ ରହିଥିଲା ବେଳେ ମାର୍ଚ୍ଚରେ ସାମାନ୍ୟ ଅବନତି ଘଟି ଏହା ୫.୬ ଏମ୍ବିପିଏସକୁ ହ୍ରାସ ପାଇଛି ।
ଫେବୃଆରୀ ମାସ ଭଳି ମାର୍ଚ୍ଚରେ ମଧ୍ୟ ଭୋଡାଫୋନ ହାରାହାରି ୪ଜି ଅପ୍ଲୋଡ୍ ସ୍ପିଡ୍ରେ ଭୋଡାଫୋନ୍ ଉତ୍ତମ ପ୍ରଦର୍ଶନ କରି ସ୍ପିଡ୍ ଚାର୍ଟରେ ୬.୦ ଏମ୍ବିପିଏସ୍ ହାସଲ କରିଛି । ତେବେ ମାର୍ଚ୍ଚ ମାସରେ ଆଇଡିଆ ଏବଂ ଏୟାରଟେଲର ହାରାହାରି ୪ଜି ଅପ୍ଲୋଡ୍ ସ୍ପିଡରେ ସାମାନ୍ୟ ଅବନତି ଘଟିବା ସହିତ ଏଗୁଡିକର ସ୍ପିଡ୍ ଯଥାକ୍ରମେ ୫.୫ ଏମ୍ବିପିଏସ୍ ଏବଂ ୩.୬ ଏମ୍ବିପିଏସ୍ ରହିଥିଲା ବେଳେ ଏକ୍ଷେତ୍ରରେ ଜିଓ’ର ଉନ୍ନତି ସହ ଏହା ୪.୬ ଏମ୍ବିପିଏସ୍ ସ୍ପିଡ୍ ବଜାୟ ରଖିପାରିଛି । ସାଧାରଣତଃ ଜଣେ ଉପଭୋକ୍ତା କୌଣସି ଭିଡିଓ, ଇଣ୍ଟରନେଟ୍ କିମ୍ବା ଇ-ମେଲ୍ ବ୍ୟବହାର କରୁଥିବା ବେଳେ ଡାଉନ୍ଲୋଡ୍ ସ୍ପିଡ୍ ପ୍ରମୁଖ ଭୂମିକା ନିଭାଇଥାଏ । ସେହିଭଳି ଜଣେ ଫଟୋ, ଭିଡିଓ କିମ୍ବା ଅନ୍ୟ କୌଣସି ଫାଇଲ୍ ଇ-ମେଲ କିମ୍ବା ସୋସିଆଲ ମିଡିଆ ଆପ୍ଲିକେସନ୍ ମାଧ୍ୟମରେ ପଠାଇବାକୁ ଚାହୁଁଥିବା ବେଳେ ଅପ୍ଲୋଡ୍ ସ୍ପିଡ୍ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ରିଅଲ୍ ଟାଇମ୍ ବ୍ୟବସ୍ଥା ମାଧ୍ୟମରେ ଟ୍ରାଏ ଯେଉଁ ତଥ୍ୟ ହାସଲ କରିଥାଏ ସେହି ଆଧାରରେ ଏହା ହାରାହାରି ସ୍ପିଡ୍ ନିର୍ଦ୍ଧାରଣ କରିଥାଏ ।


Share It

Comments are closed.