ଭାରତର ଫିଚର୍ ଫୋନ୍ ବଜାରରେ ଅଗ୍ରଣୀ ହାସଲ କଲା ଜିଓଫୋନ୍


ଚଳିତ ବର୍ଷ (୨୦୧୯)ର ପ୍ରଥମ ତ୍ରୟମାସରେ ୩୦% ବଜାର ଅଂଶ ସହିତ ରିଲାଏନ୍ସ ଜିଓଫୋନ୍ ଭାରତର ଫିଚର୍ ଫୋନ୍ ବଜାରରେ ଅଗ୍ରଣୀ ସ୍ଥାନ ଦଖଲ କରିଥିବାି କାଉଟଂରପଏଂଟ୍ ରିସର୍ଚ ରିପୋର୍ଟରୁ ଜଣାପଡ଼ିଛି ।
ସ୍ମାର୍ଟଫୋନ୍ ବଜାରରେ ବିପୁଳ ସୁଯୋଗ ରହିଥିବା ବେଳେ ଭାରତର ୪୦ କୋଟି ଫିଚର୍ ଫୋନ୍ ବ୍ୟବହାରକାରୀଙ୍କୁ ଅଣଦେଖା କରାଯାଇପାରିବ ନାହିଁ ଏବଂ ଏହି ଧାରା ଭାରତରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବଜାୟ ରହିବ ବୋଲି କାଉଂଟର ପଏଂଟ୍ର “ଭାରତ ସ୍ମାର୍ଟଫୋନ୍ ବଜାର ଅଂଶ ପ୍ରଥମ ତ୍ରୟମାସ ୨୦୧୯’ ରିପୋର୍ଟରେ କୁହାଯାଇଛି ।
ଫିଚର ଫୋନ୍ ବଜାରରେ ୧୫% ବଜାର ଅଂଶ ସହ ସାମସଙ୍ଗ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସ୍ଥାନୀୟ ହ୍ୟାଣ୍ଡ୍ସେଟ୍ ନିର୍ମାତା ଲାଭା ୧୩% ବଜାର ଅଂଶ ସହ ତୃତୀୟ ସ୍ଥାନ ଦଖଲ କରିଛି ।
ସ୍ମାର୍ଟଫୋନ୍ ବଜାର ଯେଉଁଥିରେ ପ୍ରଥମ ଥର ପାଇଁ ୨୦୧୮ରେ ହ୍ରାସ ଦେଖାଦେଇଥିଲା, ସେଠାରେ ଫିଚର ଫୋନ୍ ବଜାର ବିଗତ ତିନି ବର୍ଷ ଧରି ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି ।
ପୂର୍ବରୁ ଗତ ମାର୍ଚରେ ପ୍ରକାଶ ପାଇଥିବା କାଉଂଟର୍ପଏଂଟ୍ର ଏକ ରିପୋର୍ଟରେ ଆକଳନ କରାଯାଇଥିଲା ଯେ ୨୦୧୯ରେ ସାରା ବିଶ୍ୱରେ ୪୦ କୋଟିରୁ ଅଧିକ ଫିଚର୍ ଫୋନ୍ ବିକ୍ରି ହେବ । ୨୦୨୧ରେ ଫିଚର୍ ଫୋନ୍ ସିପ୍ମେଂଟ୍ ବା ଆମଦାନି ପରିମାଣ ୧ ବିଲିଅନ୍ ବା ୧୦୦ କୋଟିରୁ ଅଧିକ ହୋଇଯିବ ବୋଲି ଆକଳନ କରାଯାଇଥିଲା ।
ବ୍ରୋକରେଜ୍ ସଂସ୍ଥା ସିଏଲ୍ଏସ୍ଏର ଦୂରସଂଚାର କ୍ଷେତ୍ର ଆକଳନ ୨୦୧୯ ଫେବ୍ରୁଆରି ରିପୋର୍ଟରେ କୁହାଯାଇଥିଲା ଯେ ଚଳିତ ବର୍ଷ ଗ୍ରାହକ ବା ଉପଭୋକ୍ତା ବଜାର ଅଂଶରେ ଜିଓ ଆଗରେ ରହିବ ।
ସିଏଲ୍ଏସ୍ଏ ଏହାର ଦୂରସଂଚାର ରିପୋର୍ଟରେ କହିିଛି ଯେ, ମୋବାଇଲ୍ ଗ୍ରାହକ ସଂଖ୍ୟା ଫେବ୍ରୁଆରିରେ ୨ ନିୟୁତ ବୃଦ୍ଧି ପାଇ ୧୧୮.୪ କୋଟି ହୋଇଛି ଏବଂ ରିଲାଏନ୍ସ ଜିଓ ୮୦ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି । ଜିଓ ପାଖରେ ଏବେ ଦେଶରେ ୩୦.୬ କୋଟି ଗ୍ରାହକ ରହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ମାତ୍ର ୫୦୧ ଟଙ୍କାର ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ଯୁଗାନ୍ତକାରୀ ଜିଓ ଫୋନ୍ ଭାରତର ଗ୍ରାମାଚଂଳରେ ବିଶେଷ ଭାବେ ଆଦୃତି ଲାଭ କରିଛି ଏବଂ ସ୍ମାର୍ଟଫୋନ୍ ଭଳି ଭିଡିଓ କଲିଂ, ଫେସବୁକ, ହ୍ୱାଟସଆପ୍, ନିରବଚ୍ଛିନ୍ନ ଇଟଂରନେଟ୍ ସେବା ଆଦି ସୁବିଧା ଉପଲବ୍ଧ କରାଉଛି ।


Share It

Comments are closed.