ଜିଓ ପକ୍ଷରୁ ଡିଜିଟାଲ୍ ସାକ୍ଷରତା କାର୍ଯ୍ୟକ୍ରମ “ଡିଜିଟାଲ୍ ଉଡାନ୍’ର ଶୁଭାରମ୍ଭ


ଜିଓ ପକ୍ଷରୁ ଭାରତରେ ଏକ ଡିଜିଟାଲ୍ ସାକ୍ଷରତା କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରାଯାଇଛି । ଏହି ନୂଆ ଅଭିଯାନର ନାମ ହେଉଛି “ଡିଜିଟାଲ୍ ଉଡାନ୍’ ଯାହା ପ୍ରଥମ ଥର ଇଟଂରନେଟ୍ ବ୍ୟବହାର କରୁଥିବା ଲୋକମାନଙ୍କୁ ଇଟଂରନେଟ୍କୁ ବୁଝିବା ଓ ଡିଜିଟାଲ୍ ସାକ୍ଷରତା ଜରିଆରେ ସଶକ୍ତ କରାଇବ । ଜିଓ ଯୋଗୁ ୩୦୦ ନିୟୁତରୁ ଅଧିକ ଲୋକ ଡିଜିଟାଲ୍ ଜଗତରେ ସାମିଲ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପ୍ରଥମ ଥର ଇଟଂରନେଟ୍ ବ୍ୟବହାର କରୁଥିବା ବ୍ୟବହାରକାରୀ ।

ଡିଜିଟାଲ୍ ଉଡାନ ଅଭିଯାନର ଅଂଶସ୍ୱରୂପ, ଜିଓ ପକ୍ଷରୁ ପ୍ରତି ଶନିବାର ବ୍ୟବହାରକାରୀମାନଙ୍କ ସହ ସମ୍ପର୍କ ସ୍ଥାପନ କରାଯିବ ଯେଉଁଥିରେ ସେମାନଙ୍କୁ ଜିଓ ଫୋନର ବିଭିନ୍ନ ସୁବିଧା, ବିଭିନ୍ନ ଆପର ବ୍ୟବହାର, ଇଟଂରନେଟ୍ର ନିରାପତା ଏବଂ ଜିଓ ଫୋନରେ ଫେସବୁକକୁ କିଭଳି ସରଳ, ସୁରକ୍ଷିତ ଏବଂ ନିରାପଦ ଉପାୟରେ ବନ୍ଧୁ ଓ ପରିଜନଙ୍କ ସହ ଯୋଡ଼ି ହେବା ପାଇଁ ବ୍ୟବହାର କରାଯିବ ସେ ବିଷୟରେ ଅବଗତ କରାଯିବ । ଏହାକୁ ୧୦ଟି ଆଂଚଳିକ ଭାଷାରେ ଅଡିଓ-ଭିଜୁଆଲ ପ୍ରଶିକ୍ଷଣ ଭାବେ ହାସଲ କରାଯାଇପାରିବ । ଜିଓ ପକ୍ଷରୁ ଫେସବୁକ ସହ ମିଶି କାମ କରାଯାଇ ଏହା ନିଶ୍ଚିତ କରାଯାଇଛି ଯେ ଡିଜିଟାଲ ଉଡାନ ପାଇଁ ପ୍ରସ୍ତୁତ କରାଯାଇଥିବା ମଡ୍ୟୁଲ ସେହି ସବୁ ସହର ଓ ଅଚଂଳଗୁଡ଼ିକର ଲୋକମାନଙ୍କ ପାଇଁ ଉପଯୋଗୀ ରହିବ ଏବଂ ଏଥିରେ ତାଲିମଦାତାଙ୍କୁ ତାଲିମ ଅଧିବେଶନ ଓ ତାଲିମ ଭିଡିଓ ଏବଂ ସୂଚନା ପୁସ୍ତିକା ମଧ୍ୟ ପ୍ରଦାନ କରାଯିବ ।

ଏହି କାର୍ଯ୍ୟକ୍ରମକୁ ୧୩ଟି ରାଜ୍ୟର ପାଖାପାଖି ୨୦୦ ବିଭିନ୍ନ ଅଂଚଳରେ ଶୁଭାରମ୍ଭ କରାଯାଇଛି । ଖୁବଶୀଘ୍ର ଏହି ଅଭିଯାନ ୭୦୦୦ରୁ ଅଧିକ ସ୍ଥାନରେ ପହଂଚି ଜିଓ ଫୋନ ବ୍ୟବହାରକାରୀ ଓ ପ୍ରଥମ ଥର ଇଟଂରନେଟ ବ୍ୟବହାର କରୁଥିବାଲୋକମାନଙ୍କୁ ସଶକ୍ତ କରିବ ।

“ଭାରତୀୟ ଉପଭୋକ୍ତାଙ୍କ ଡିଜିଟାଲ ଅନୁଭୂତିକୁ ସମୃଦ୍ଧ କରିବା ପାଇଁ ସବୁ ବେଳେ ବିଶ୍ୱ ସ୍ତରୀୟ ସହଯୋଗୀଙ୍କ ସହ ସହଭାଗିତାରେ କାର୍ଯ୍ୟ କରିବାକୁ ଜିଓ ପ୍ରୟାସ କରିଆସିଛି । ଡିଜିଟାଲ ଉଡାନ ଅଭିଯାନ ହେଉଛି ସେଭଳି ଏକ ଉଦାହରଣ ଯାହା ସୂଚନା ଅସମାନତାରେ ରହିଥିବା ପ୍ରତିବନ୍ଧକକୁ ଦୂର କରିବ ଏବଂ ସଠିକ ସମୟ (ରିଅଲ ଟାଇମ)ରେ ତାହାକୁ ପଂହଚାଇବ । ଏହା ହେଉଛି ଅନ୍ତର୍ଭୁକ୍ତୀକରଣ ସୂଚନା, ଶିକ୍ଷା ଓ ମନୋରଂଜନର ଏକ କାର୍ଯ୍ୟକ୍ରମ ଯେଉଁଠାରେ ଜଣେ ହେଲେ ବି ଭାରତୀୟ ଡିଜିଟାଲ୍ ଅଭିଯାନରୁ ଅଲଗା ହୋଇ ରହିବେ ନାହିଁ । ଜିଓ ଏହି କାର୍ଯ୍ୟକ୍ରମକୁ ଭାରତର ପ୍ରତିଟି ଗାଁ ଓ ସହରରେ ପହଂଚାଇ ଦେଶରେ ୧୦୦% ଡିଜିଟାଲ ସାକ୍ଷରତା ହାସଲ କରିବାକୁ ଲକ୍ଷ୍ୟ ରଖିଛି, ‘’ ବୋଲି ଶ୍ରୀଯୁକ୍ତ ଆକାଶ ଅମ୍ବାନି, ନିର୍ଦେଶକ ରିଲାଏନ୍ସ ଜିଓ କହିଛନ୍ତି ।
ଏହି ଅଭିଯାନ ବିଷୟରେ ଶ୍ରୀଯୁକ୍ତ ଅଜିତ ମୋହନ, ଭିପି ଓ ଏମ୍ଡି, ଫେସବୁକ ଇଣ୍ଡିଆ କହିଛନ୍ତି ଯେ, “ଭାରତର ଡିଜିଟାଲ୍ ବିକଳ୍ପକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନିର୍ବାହ କରି ଜିଓ ନିୟୁତାଧିକ ଭାରତୀୟଙ୍କ ସଶକ୍ତ କରିଛି ଏବଂ ଇଟଂରନେଟ୍କୁ ହାସଲ କରିବାର ସୁଯୋଗକୁ ସଂପ୍ରସାରିତ କରିଛି । ଏହି ଲକ୍ଷ୍ୟରେ ଫେସବୁକ ହେଉଛି ଏକ ସହଯୋଗୀ ଏବଂ ପ୍ରଥମ ଥର ଇଟଂରନେଟ ବ୍ୟବହାର କରୁଥିବା ଲୋକମାନଙ୍କ ପାଖରେ ପହଂଚିବା ଓ ସେଥିରେ ଥିବା ଶକ୍ତିକୁ ସେମାନଙ୍କ ପାଇଁ ବ୍ୟବହାରଯୋଗ୍ୟ କରିବା ନିମନ୍ତେ ବ୍ୟବସ୍ଥା ବିକଶିତ କରିବା ପାଇଁ ଜିଓ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି ।’’

ଏହି ସ୍ୱତନ୍ତ୍ର ଅଭିଯାନ ଅଂଶଗ୍ରହଣକାରୀମାନଙ୍କୁ ଡିଜିଟାଲ୍ ମାଧ୍ୟମ ଭାରତ ଓ ବିଶ୍ୱ ସହ ଯୋଡ଼ିବ । ସେମାନେ ଜ୍ଞାନର ଦୁନିଆ, ସରକାରୀ ଲାଭ ଓ କାର୍ଯ୍ୟକ୍ରମ, ଆବଶ୍ୟକ ସେବା ଓ ମନୋରଂଜନ ସେମାନଙ୍କ ଫୋନରେ ଫେସବୁକ୍ ଜରିଆରେ ଏବଂ ବ୍ୟାପକ ଜିଓ ଆପ୍ ଜରିଆରେ ପାଇପାରିବେ ।


Share It

Comments are closed.