ଜିଓ ଓ ଶାଓମି ପକ୍ଷରୁ ସ୍ୱତନ୍ତ୍ର ଅଫରର ଶୁଭାରମ୍ଭ


ବିଶ୍ୱର ସର୍ବବୃହତ ମୋବାଇଲ୍ ନେଟୱର୍କ ଜିଓ ପକ୍ଷରୁ ସ୍ୱତନ୍ତ୍ର ରେଡ୍ମି ଗୋ ଅଫର୍ ସହିତ ଭାରତୀୟଙ୍କ ପାଇଁ ପୁଣି ଏକ ଆକର୍ଷଣୀୟ ଡିଜିଟାଲ୍ ସମ୍ଭାର ଆଣିଦେଇଛି । ନୂତନ ଭାବେ ଉନ୍ମୋଚନ କରାଯାଇଥିବା ଶାଓମି ରେଡ୍ମି ଗୋ ସହିତ ଜିଓ ପକ୍ଷରୁ “ଆପଣଙ୍କ ନୂଆ ଦୁନିଆ’ ଆକର୍ଷଣୀୟ କ୍ୟାସ୍ବ୍ୟାକ୍ ଓ ଅତିରିକ୍ତ ଡାଟା ଏହି ଅଫରରେ ଉପଲବ୍ଧ ହେବ ।
ସୁଲଭ ଟଚ୍ସ୍କ୍ରିନ୍ ସ୍ମାର୍ଟଫୋନ୍ ଡିଜିଟାଲ୍ ଅନୁଭୂତି ଚାହୁଁଥିବା ନିୟୁତଧିକ ଭାରତୀୟମାନଙ୍କୁ ଅତୁଲ୍ୟ ମୂଲ୍ୟ ପ୍ରଦାନ କରିବା ପାଇଁ ଜିଓ-ରେଡମି ଗୋ ଅଫର୍ ପ୍ରସ୍ତୁତ କରାଯାଇଛି । ଏହି ଅଫରରେ ସ୍ୱତନ୍ତ୍ର ଭାବେ ୨୨୦୦ ଟଙ୍କାର କ୍ୟାସବ୍ୟାକ୍ ଏବଂ ୧୦୦ ଜିବିର ଅତିରିକ୍ତ ଡାଟା ମିଳିବ ।
ରେଡ୍ମି ଗୋ ୨୦୧୯ ମାର୍ଚ ୨୨ରୁ ସାରା ଭାରତରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।
ଜିଓ-ରେଡମି ଗୋ ଅଫର
ଶାଓମି ରେଡମି ଗୋ ମୋବାଇଲ୍ ପାଇଁ ଜିଓ ହେଉଛି ସ୍ୱତନ୍ତ୍ର ସହଯୋଗୀ ଏବଂ ଏହି ଅଫର ପ୍ରତିି ଭାରତୀୟଙ୍କ ପାଖରେ ଡିଜିଟାଲ୍ ଜୀବନ ଉପଲବ୍ଧ କରାଇବ । ଶାଓମି ରେଡମି ଗୋ ଉପରେ ୨୨୦୦ ଟଙ୍କାର କ୍ୟାସବ୍ୟାକ୍ ଓ ୧୦୦ ଜିବି ଅତିରିକ୍ତ ଡାଟା ୧୯୮ ଟଙ୍କା ଓ ୨୯୯ ଟଙ୍କାର ରିଚାର୍ଜ ସହିତ ଉପଲବ୍ଧ ହେବ ।
ଯୋଗ୍ୟ ଗ୍ରାହକଙ୍କ ମାଇଁଜିଓ ଆପ୍ରେ ୫୦ ଟଙ୍କା ଲେଖାଏଁ ମୂଲ୍ୟର ୪୪ଟି ରିହାତି କୁପନ୍ ଭାବେ ୨୨୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହି ଭାଉଚର୍ଗୁଡ଼ିକୁ ୧୯୮ ଟଙ୍କା କିମ୍ବା ୨୯୯ ଟଙ୍କାର ରିଚାର୍ଜ ଉପରେ ରିଡିମ୍ ବା ବ୍ୟବହାର କରାଯାଇପାରିବ । ୧୯୮ ଟଙ୍କାର ରିଚାର୍ଜ ଉପରେ କ୍ୟାସବ୍ୟାକ୍ ଭାଉଚର୍ ବ୍ୟବହାର କଲେ ତାହା ୧୪୮ ଟଙ୍କାରେ ଉପଲବ୍ଧ ହେବ । ସେହିପରି ୨୯୯ ଟଙ୍କାର ରିଚାର୍ଜ ୨୪୯ ଟଙ୍କାରେ ଉପଲବ୍ଧ ହେବ ।
ଅତିରିକ୍ତ ୧୦୦ଜିବି ଡାଟାକୁ ଗ୍ରାହକମାନେ ୧୦ଜିବି ଲେଖାଏଁ ଡାଟା କୁପନ୍ ହିସାବରେ ପାଇବେ, ଯାହାକୁ ସେମାନେ ଏକ ନିର୍ଦିଷ୍ଟ ଅବଧିରେ ସର୍ବାଧିକ ୧୦ଞ୍ଚଟି ପରବର୍ତି ରିଚାର୍ଜରେ ଉପଯୋଗ କରିପାରିବେ ।

ନେଟ୍ୱର୍କ ଲାଭ
ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା ନେଟୱର୍କ ଜିଓ ହେଉଛି ଭାରତ ଏବଂ ଭାରତୀୟଙ୍କ ପାଇଁ ଯୁଗାନ୍ତକାରୀ । ଜିଓ ହେଉଛି ଭରତର ସର୍ବବୃହତ ମେବାଇଲ୍ ଡାଟା ନେଟୱର୍କ ଏବଂ ନିରନ୍ତର ଭାବେ ଏହ ଦେଶରେ ଦ୍ରୁତ ନେଟୱର୍କ ମାନ୍ୟତା ବଜାୟ ରଖିଛି । ଜିଓର ଅତ୍ୟାଧୁନିକ ପ୍ରଯୁକ୍ତି, ହାଇ ସ୍ପିଡ ଡାଟା, ମାଗଣା ଏଚଡି ଭଏସ୍ ଓ ପ୍ରିିମିୟମ କଂଟେଂଟ୍ (ବିଷୟବସ୍ତୁ) ସହିତ ରେଡମି ଗୋ ଏକ ନିରବଚ୍ଛିନ୍ନ ଉଚ୍ଚ ବେଗ ସମ୍ପନ୍ନ ଡାଟା ଅନୁଭୂତି ଉପଭୋଗ କରିବ । ଜିଓ ହେଉଛି ସର୍ବଭାରତୀୟ ୪ଜି ଡାଟା ଏବଂ ଭଏସ୍ ସେବା (ଭୋଲ୍ଟି) ଥିବା ଏକମାତ୍ର ନେଟୱର୍କ ଯାହା ଅତୁଳନୀୟ ଅନୁଭୂତି ପ୍ରଦାନ କରୁଛି ।


Share It

Comments are closed.