ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଆଇ ପ୍ଲାଟଫର୍ମ ହାପ୍ଟିକ୍ ମଧ୍ୟରେ ବ୍ୟବସାୟିକ ସହଭାଗିତା


ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସହଯୋଗୀ କଂପାନି ରିଲାଏନ୍ସ ଜିଓ ଡିଜିଟାଲ୍ ସର୍ଭିସେସ୍ ଲିମିଟେଡ୍ (ଆରଜେଡିଏସ୍ଏଲ୍) ହାପ୍ଟିକ୍ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍(ହାପ୍ଟିପ୍) ସହିତ ଏକ ନିର୍ଦିଷ୍ଟ ବ୍ୟବସାୟ ହସ୍ତାନ୍ତର ବୁଝାମଣାରେ ପ୍ରବେଶ କରିଛି । ବୁଝାମଣା ଅନୁଯାୟୀ, ଅଭିବୃଦ୍ଧି ଓ ସମ୍ପ୍ରସାରଣ ସମ୍ପର୍କିତ ପୁଂଜିନିବେଶ ସମେତ ଏହି ବୁଝାମଣାର ଆକାର ପ୍ରାୟ ୭୦୦ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ପ୍ରାରମ୍ଭିକ ବ୍ୟବସାୟ ହସ୍ତାନ୍ତର ପାଇଁ ୨୩୦ କୋଟି ଟଙ୍କା ରହିଛି । ହାପ୍ଟିକ୍ ଟିମ୍ ଉଭୟ ସଂସ୍ଥାଗତ ପ୍ଲାଟଫର୍ମ ଏବଂ ଡିଜିଟାଲ୍ ଗ୍ରାହକ ସହାୟକ ପାଇଁ ବ୍ୟବସାୟ ଅଭିବୃଦ୍ଧି ଦିଗରେ କାର୍ଯ୍ୟ ଜାରି ରଖିବେ । ଏକ ପୂର୍ଣ୍ଣ ବିଘଟିତ ଭାବେ ରିଲାଏନ୍ସ ବ୍ୟବସାୟର ୮୭% ଭାଗ ରଖିବା ସହିତ ବଳକା ଭାଗ ହାପଟିକ୍ର ପ୍ରତିଷ୍ଠାତାମାନେ ଏବଂ ଷ୍ଟକ ବିକଳ୍ପ ଅନୁଦାନ (ଗ୍ରାଂଟ୍) ଜରିଆରେ କର୍ମଚାରୀଙ୍କ ପାଖରେ ରହିବ ।
ଏହି ବୁଝାମଣାରେ ଜରିଆରେ ବିଭିନ୍ନ ପ୍ରକାର ଉପକରଣ (ଡିଭାଇସ୍) ଏବଂ ଟଚ୍ ପଏଂଟ୍ରେ ଗ୍ରାହକଙ୍କ ଯାତ୍ରାରେ ହାପ୍ଟିକ୍ର ଦକ୍ଷତା ଓ ଅଭିଜ୍ଞତାକୁ ରିଲାଏନ୍ସ ଜିଓ ବ୍ୟବହାର କରିବ । ପୁଂଜିନିବେଶରେ ଏହି ପ୍ଲାଟଫର୍ମର ଉନ୍ନତି ଏବଂ ସଂପ୍ରସାରଣ ଉପରେ ଗୁରୁତ୍ୱ ଦିଆଯିବା ସହିତ ଭାରତରେ ଏକ ବିଲିଅନରୁ ଅଧିକ ଗ୍ରାହକଙ୍କ ପାଇଁ ହାସଲଯୋଗ୍ୟ ବଜାର ସୁଯୋଗ ରହିବ । ଏହି ସହଭାଗିତା ହାପ୍ଟିକ୍ର ବର୍ତମାନ ରହିଥିବା ସଂସ୍ଥାଗତ ସ୍ତରର ବ୍ୟବସାୟକୁ ସୁଦୃଢ଼ କରିବା ସହିତ ସାରା ଦୁନିଆର କର୍ପୋରେଟ୍ଗୁଡ଼ିକ ପାଇଁ ଅଭିନବ ଏଆଇ ସମାଧାନ ପ୍ରସ୍ତୁତ କରିବା ପ୍ରକ୍ରିୟାକୁ କଂପାନି ଜାରି ରଖିବ ।
ଏହି ଗୁରୁତ୍ୱପୂର୍ଣ୍ଣ ପୁଂଜିନିବେଶ ସମ୍ପର୍କରେ ଆକାଶ ଅମ୍ବାନି, ନିର୍ଦେଶକ, ରିଲାଏନ୍ସ ଜିଓ କହିଛନ୍ତି ଯେ, “ଡିଜିଟାଲ୍ ପରିବେଶକୁ ଆହୁରି ସୁଦୃଢ଼ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ପୁଂଜିନିବେଶ ଦ୍ୱାରା ଭାରତୀୟ ଗ୍ରାହକଙ୍କୁ ବାର୍ତାଳାପ ଭିତିକ ଏଆଇ ସମ୍ବଳିତ ଉପକରଣ ସହ ବିବିଧ ଭାଷାର ସୁବିଧା ପ୍ରଦାନ କରିବ । ଡିଜିଟାଲ୍ ଇଣ୍ଡିଆ ପାଇଁ ବାର୍ତାଳାପର ପ୍ରାଥମିକ ମାଧ୍ୟମ ଭଏସ୍ ଇଟଂରଆକ୍ଟିଭିଟି ହେବ ବୋଲି ଆମେ ବିଶ୍ୱାସ କରୁଛୁ । ଆମେ ଏହି ସହଭାଗିତା ସମ୍ପର୍କରେ ଘୋଷଣା କରି ବେଶ ଆନନ୍ଦିତ ଏବଂ ଭାରତର ବିଲିଅନ(୧୦୦ କୋଟି)ରୁ ଅଧିକ ଗ୍ରାହକଙ୍କୁ ଉନ୍ନତ ସଂଯୋଗ ଏବଂ ସମୃଦ୍ଧ ଯୋଗଯୋଗ ଅନୁଭୂତି ପ୍ରଦାନ କରିବାର ଲକ୍ଷ୍ୟ ସାକାର କରିବା ଦିଗରେ ହାପ୍ଟିକ୍ର ଅଭିଜ୍ଞ ଟିମ୍ ସହିତ କାର୍ଯ୍ୟ କରିବାକୁ ଚାହିଁ ରହିଛୁ ।’’
ଆକ୍ରିତ ବୈଶ୍ୟ, ସହ ପ୍ରତିଷ୍ଠାତା ଓ ସିଇଓ, ହାପ୍ଟିକ୍ କହିଛନ୍ତି ଯେ, “ଯେଉଁ ଉପାୟରେ ଲୋକମାନେ କାମ କରୁଛନ୍ତି ସେଥିରେ ବାର୍ତାଳାପ ଇଟଂରଫେସ୍ ବ୍ୟାପକ ପରିବର୍ତନ ଆଣିବା ଚିନ୍ତାଧାରା ସହିତ ଆମେ ଯାତ୍ରା ଆରମ୍ଭ କରିଥିଲୁ । ଇତି ମଧ୍ୟରେ ଆମେ ଉଭୟ ଗ୍ରାହକ ଏବଂ ସଂସ୍ଥାଗତ ବ୍ୟବସାୟ ପାଇଁ ବିଭିନ୍ନ ପ୍ରକାରର ଉତ୍ପାଦ ପ୍ରସ୍ତୁତ କରିଥିବା ବେଳେ ସବୁ କିଛିର ମେରୁଦଣ୍ଡ ହେଉଛି ସମ୍ପୂର୍ଣ୍ଣ ଚାଟ୍ ଏବଂ ଭଏସ୍ ଭିତିକ ଏଆଇ ପ୍ରଯୁକ୍ତି ପ୍ଲାଟଫର୍ମ । ଅନଲାଇନ୍ରେ ଆସିବାକୁ ଥିବା ପରବର୍ତି ବିଲିଅନ ଉପଭେକ୍ତାଙ୍କୁ ସେବା ପ୍ରଦାନ କରିବା ପାଇଁ ଏବେ ପ୍ରକୃଷ୍ଟ ସୁଯୋଗ ଅଛି ବୋଲି ଆମେ ବାସ୍ତବରେ ବିଶ୍ୱାସ କରୁଛୁ ଏବଂ ଏଥିପାଇଁ ବିଶ୍ୱର ସର୍ବବୃହତ ଡିଜିଟାଲ୍ ପରିବେଶ ରହିଥିବା ଜିଓ ସହିତ ସହଭାଗିତା ଠାରୁ ଆଉ ଅଧିକ ଭଲ କ’ଣ ହୋଇପାରେ । ବିଭିନ୍ନ ପ୍ରକାର ଉତ୍ପାଦ ବର୍ଗରେ ଉଲ୍ଲେଖନୀୟ ଭାବେ ଆଗକୁ ବଢ଼ିବାକୁ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ସୁଯୋଗର ବ୍ୟବହାର କରିବାକୁ ଚାହିଁ ରହିଛୁ ।’’


Share It

Comments are closed.