ଜିନ୍ଦଲ ପଲି ଫିଲ୍ମସ୍ ଲିମିଟେଡର ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରାଜସ୍ୱରେ ୪୧% ବୃଦ୍ଧି


ଭୁବନେଶ୍ୱର: ଜିନ୍ଦଲ ପଲି ଫିଲ୍ମ ଲିମିଟେଡ୍ ପକ୍ଷରୁ ୨୦୨୪ ଜୁନ୍ ସୁଦ୍ଧା ଶେଷ ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ବଜାରରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସତ୍ୱେ କମ୍ପାନି ଆଗକୁ ବଢ଼ିବା ଜାରି ରଖିଛି।
୨୦୨୪-୨୫ ଆର୍ଥିକ ବର୍ଷର ଏହି ପ୍ରଥମ ତ୍ରୈମାସିକରେ କମ୍ପାନିର ରାଜସ୍ୱ ୪୧ ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନିର ଇବିଆଇଟିଡିଏ ମାର୍ଜିନ୍‌ରେ ଉନ୍ନତି ଯୋଗୁଁ ଭାରତରେ ଏହାର ପ୍ୟାକେଜିଂ ବ୍ୟବସାୟର ରାଜସ୍ୱ ବଢ଼ିଛି। ଏହି ସମୟରେ ଭାରତୀୟ ପ୍ୟାକେଜିଂ ବ୍ୟବସାୟ ୯୨୩ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି। କମ୍ପାନିର ଇବିଆଇଟିଡିଏରେ ୧୪୨ ପ୍ରତିଶତ ବୃଦ୍ଧି ହୋଇଛି। କମ୍ପାନିର ଇବିଆଇଟିଡିଏ ଓ ରାଜସ୍ୱ ଅଭିବୃଦ୍ଧି ଶିଳ୍ପ ତୁଳନାରେ ଅଧିକ ରହିଛି।

କମ୍ପାନିର ପ୍ରଦର୍ଶନ ସମ୍ପର୍କରେ ଜେପିଏଫ୍‌ଏଲ୍ ଫିଲ୍ମସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିନୋଦ କୁମାର ଗୁପ୍ତା କହିଛନ୍ତି ଯେ, “ଆମ ଫଳାଫଳ ଜଟିଳ ବଜାର ସ୍ଥିତିକୁ ଅତିକ୍ରମ କରିବାରେ ଜେପିଏଫ୍‌ଏଲ୍ ଫିଲ୍ମସର ଗ୍ରହଣୀୟତା ଓ ଦୃଢ଼ତାକୁ ଦର୍ଶାଉଛି। ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସତ୍ୱେ ଆମେ ଆମ ବଜାର ସ୍ଥିତି ବଜାୟ ରଖିବାରେ ସଫଳ ହୋଇଥିବା ବେଳେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛୁ।

ଭବିଷ୍ୟତକୁ ନେଇ ଜିନ୍ଦଲ ପଲିଫିଲ୍ମସ ଲିମିଟେଡ୍ ସତର୍କତାର ସହ ଆଶାବାଦୀ ରହିଛି। ବଜାରରେ ପ୍ରତିକୂଳ ପରିସ୍ଥିତିକୁ ଭଲ ଭାବେ ବୁଝିପାରିବା ସହ ନିଜର ଦୃଢ଼ତାକୁ ଉପଯୋଗ କରି ସୁଯୋଗ ହାସଲ କରିବା ନେଇ କମ୍ପାନିର ବିଶ୍ୱାସ ରହିଛି। କମ୍ପାନି କର୍ତୃପକ୍ଷ ନବସୃଜନ, ଖର୍ଚ୍ଚରେ ଉନ୍ନତି ଓ ଗୁରୁତ୍ୱପୂର୍ଣ୍ଣ ବଜାର ସମ୍ପ୍ରସାରଣ ଉପରେ ଧ୍ୟାନ ଦେଉଛି ଯାହା ବଜାରରେ ଅସ୍ଥିରତା ସତ୍ୱେ କମ୍ପାନିର ଅଭିବୃଦ୍ଧି ଓ ଲାଭକୁ ବଢ଼ାଇବ।”


Share It

Comments are closed.