ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି ପକ୍ଷରୁ ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା କ୍ଷେତ୍ରରେ ପ୍ରବେଶ


ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପ୍‌ର ଅଂଶ ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା (ବିଇଏସ୍‌ଏସ୍‌) କ୍ଷେତ୍ରରେ ପ୍ରବେଶ କରିଛି। ୨୦୨୫ ସୁଦ୍ଧା ଏଲ୍‌ଏଫ୍‌ପି କେମିଷ୍ଟ୍ରି ସହ ୧ ଗିଗାୱାଟ୍‌ର ବ୍ୟାଟେରି ପ୍ୟାକ୍ ଆସେମ୍ବଲି ଲାଇନ୍ ଗଠନ କରିବାକୁ ଏବଂ ୨୦୨୭ ସୁଦ୍ଧା ବ୍ୟାଟେରି ସେଲ୍ ନିର୍ମାଣ କରିବାକୁ କମ୍ପାନି ଯୋଜନା ରଖିଛି।
ଏହି ଲକ୍ଷ୍ୟ ହାସଲ କରିବା ପାଇଁ କମ୍ପାନି ପକ୍ଷରୁ ଉଚ୍ଚ ଗୁଣାତ୍ମକ ମାନ ଲାଗି ଏକ ବିଶ୍ୱସ୍ତରୀୟ ପ୍ରଯୁକ୍ତି କମ୍ପାନି ସହିତ ପ୍ରଯୁକ୍ତି ସହଯୋଗିତା ସ୍ଥାପନ କରାଯିବ। ଦୁନିଆର ଅନ୍ୟତମ ଅଗ୍ରଣୀ ଅକ୍ଷୟ ଶକ୍ତି ରାଷ୍ଟ୍ରରେ ପରିଣତ ହେବା ଲାଗି ଭାରତର ଉଦ୍ୟମ ଅନୁସାରେ ଏହି ପଦକ୍ଷେପ ସମନ୍ୱିତ ରହିଛି।
ଅକ୍ଷୟ ଶକ୍ତି ଉପରେ ସରକାରଙ୍କ ଗୁରୁତ୍ୱ ରହିଥିବାରୁ ବର୍ତମାନ ଏହି କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛି।ଏକ ପ୍ରଯୁକ୍ତି ଭାବେ ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଗ୍ରିଡ୍‌ରେ ସ୍ଥିରତା, ପ୍ରଭାବ, ସଂରକ୍ଷଣ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପିକ୍ ସମୟରେ ବିଦ୍ୟୁତ ଯୋଗାଣ ସମସ୍ୟାର ସମାଧାନ କରିବା ସହିତ ଏଫ୍‌ଡିଆର୍‌ଇ/ଆର୍‌ଟିସି ଚାହିଦା ପୂରଣ କରିବ ଏବଂ ଅକ୍ଷୟ ଶକ୍ତି ଅଭିଳାଷୀଙ୍କୁ ଶକ୍ତି ଯୋଗାଣ କରିବ। ଭାରତର ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ବଜାର ୨୦୩୨ ସୁଦ୍ଧା ବାର୍ଷିକ ୧୧.୪୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ଆଶା କରାଯାଉଛି ଯାହା ଏହି କ୍ଷେତ୍ରରେ ଥିବା ସୁଯୋଗ ଉପରେ ଗୁରୁତ୍ୱାରୋପ କରୁଛି।
ଏହି ଅବସରରେ ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜିର ନିର୍ଦ୍ଦେଶକ ଶ୍ରୀ ପୁନିତ ଗୁପ୍ତା କହିଛନ୍ତି ଯେ, “ଭାରତର ବର୍ଦ୍ଧିତ ଶକ୍ତି ସଂରକ୍ଷଣ ସମାଧାନ ଚାହିଦା ପୂରଣ କରିବା ଲାଗି ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି ପ୍ରବେଶ କରିଥିବାରୁ ଗର୍ବିତ। ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥାରେ ନିବେଶ କରି ଆମେ ଆମର ପୋର୍ଟଫୋଲିଓର ସମ୍ପ୍ରସାରଣ କରିଥିବା ବେଳେ ଗ୍ରିଡ୍ ସ୍ଥିରତା ପ୍ରତି ଯୋଗଦାନ ଓ ଅକ୍ଷୟ ଶକ୍ତି ଉତ୍ସର ଗଭୀର ସମନ୍ୱୟ କରିବାକୁ ଚାହୁଛୁ।’’
ସୌର, ପବନ, ହାଇବ୍ରିଡ୍ ଓ ଏଫ୍‌ଡିଆର୍‌ଇ ଜରିଆରେ ୫ ଗିଗାୱାଟ୍ ଶକ୍ତି ଉତ୍ପାଦନ କରିବାକୁ ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି ଲକ୍ଷ୍ୟ ରଖିଥିବା ବେଳେ ସେହି ଅନୁସାରେ ଏହି ଘୋଷଣା କରାଯାଇଛି। ଏଥି ସହିତ ଆଗକୁ ବଢ଼ି ଆଗାମୀ ଦିନରେ ଏହା ପିଭି ସେଲ୍ ଓ ମଡ୍ୟୁଲ ଉତ୍ପାଦନ କରି ସୌର ଚାହିଦା ହାସଲ କରିବ।
ଶ୍ରୀ ବିସି ଜିନ୍ଦଲଙ୍କ ଦ୍ୱାରା ୧୯୫୨ରେ ପ୍ରତିଷ୍ଠା କରାଯାଇଥିବା ବିସି ଜିନ୍ଦଲ ଗ୍ରୁପ୍ ଅଧୀନରେ ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି ପରିଚାଳିତ ହେଉଛି। ଏକ ଇସ୍ପାତ ପାଇପ୍ ଓ ଫିଟିଙ୍ଗସ ନିର୍ମାତା ଭାବେ ପରିଚିତ ଏହି ଗ୍ରୁପ୍ ଶକ୍ତି କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ସଂସ୍ଥା ଭାବେ ଉଭା ହୋଇଛି।


Share It

Comments are closed.