ଝାଡଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଏବଂ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ


ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଏବଂ ତାଙ୍କ ପତ୍ନୀ ରୁପି ସୋରେନଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଉଭୟଙ୍କୁ ଆଇସୋଲେଟ୍ କରାଯାଇଛି। ଶିବୁ ସୋରେନଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କରୋନା ଟେଷ୍ଟ ଅଗଷ୍ଟ ୨୪ ତାରିଖ ସୋମବାର ଦିନ ପୁଣି ଥରେ କରାଯିବ।

ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଘରେ କାର‌୍ୟ୍ୟରତ ୧୭ ଜଣ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ଶିବୁ ସୋରେନ୍ ଏବଂ ତାଙ୍କ ପତ୍ନୀ ରୁପି ସୋରେନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଯାହା ପରେ ସେମାନଙ୍କର ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି।ସୂଚନାଯୋଗ୍ୟ ଯେ, ଗତ ୧ ତାରିଖରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବ୍ୟକ୍ତିଗତ ଡ୍ରାଇଭର କରୋନା ପଜିଟିଭ ବୋଲି ଜଣାପଡିଥିଲା। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଜଣେ ବ୍ୟକ୍ତିଗତ ସଚିବ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କରୋନା ଲକ୍ଷଣ ଦେଖାଯିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଡ୍ରାଇଭର କରୋନା ପରୀକ୍ଷା କରିଥିଲେ, ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।


Share It

Comments are closed.