ବିଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ଧନୀବ୍ୟକ୍ତି ‘ଜେଫ ବେଜୋଶ’ ନିଜ ପଦବୀରୁ ଦେବେ ଇସ୍ତଫା


ଆମାଜନ ସିଇଓ ଜେଫ୍ ବେଯୋଶ୍ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସେ ପଦବୀ ଛାଡିଦେବେ। ମଙ୍ଗଳବାର ଦିନ ଆମାଜନ ଘୋଷଣା କରିଛି ଯେ ଏଡବ୍ଲୁଏସ ସିଇଓ ଏଣ୍ଡି ଜେସି ଚଳିତ ବର୍ଷ ତୃତୀୟ ତ୍ରୟମାସିକରେ ଜେଫ ବେଯୋଶଙ୍କ ସ୍ଥାନ ଗ୍ରହଣ କରିବେ। ତାଛଡା ଆହୁରି କୁହାଯାଇଛି ଯେ ଜେଫ ବେଯୋଶ ବୋର୍ଡ କାର୍ଯ୍ୟକାରୀ ଅଧିକାରୀ ରହିବେ। ବେଯୋଶ ଏକ ପତ୍ର ଲେଖି ନିଜ କର୍ମଚାରୀଙ୍କୁ ନିଜ ନିଷ୍ପତ୍ତି ସମ୍ବନ୍ଧରେ ଅବଗତ କରାଇଛନ୍ତି। ମଙ୍ଗଳବାର ଦିନ ପତ୍ରରେ ସେ କହିଛନ୍ତି ଯେ ସେ କମ୍ପାନୀର ସିଇଓ ପଦବୀ ଛାଡ଼ୁଛନ୍ତି। ବର୍ତ୍ତମାନ ଜେସି ଆମାଜନ ୱେବ ସର୍ଭିସର ମୁଖ୍ୟ।

ବେଯୋଶ୍ ଏକ ଷ୍ଟାର୍ଟଅପ୍ ହିସାବରେ ଆମାଜନ୍ ଆରମ୍ଭ କରିଥିଲେ। ବର୍ତ୍ତମାନ କମ୍ପାନୀ ଦୁନିଆର ସବୁଠାରୁ ବଡ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ। ଆମାଜନରେ ଅଂଶଧନ ଆଧାରରେ ଜେଫ୍ ବେଯୋଶ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। କମ୍ପାନୀ ୨୦୨୦ର ଶେଷ ୩ମାସରେ ୧୦୦ ବିଲିୟନ ଡଲାର ବିକ୍ରି କରିଛି। ଫଳରେ ଆମାଜନର ରୋଜଗାର ରେକର୍ଡ ସ୍ଥରରେ ବୃଦ୍ଧି ଘଟିଛି।

ଜେଫ୍ ବେଯୋଶ୍ ୧୯୯୪ ମସିହାରେ ଆମାଜନ ସ୍ଥାପନା କରିଥିଲେ। ଏକ ଅନଲାଇନ୍ ବୁକଷ୍ଟୋରରୁ ଆମାଜନ୍ ଆଜି ମେଗା ଅନଲାଇନ୍ ରିଟେଲରରେ ପରିବର୍ତ୍ତିତ ହୋଇଛି। ଆମାଜନ୍ ଆଜି ସାରା ଦୁନିଆରେ ସବୁ ପ୍ରକାର ଉତ୍ପାଦ ବିକ୍ରି କରୁଛି। ଆମାଜନ୍ ଗ୍ରାସରି, ସ୍ତୃମିଙ୍ଗ ସର୍ଭିସ, ଟିଭି, କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍, ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହିତ ଅନେକ କ୍ଷେତ୍ରରେ ବିସ୍ତାର ଲାଭ କରିଛି।

ବେଯୋଶ୍ ନିଜ କମ୍ପାନୀ କର୍ମଚାରୀଙ୍କୁ ଏକ ପତ୍ର ଲେଖି କହିଛନ୍ତି ଯେ, ‘ଆମାଜନର ମୁଖ୍ୟ ଉତ୍ପାଦ’ ସହ ଜଡିତ ରହିବେ କିନ୍ତୁ ବର୍ତ୍ତମାନ ତାଙ୍କ ଫୋକସ କଲ୍ୟାଣକାରୀ ଯୋଜନା ଡେ ୱାନ ଫଣ୍ଡ ଓ ବେଯୋଶ ଅର୍ଥ ଫଣ୍ଡ୍ ଉପରେ ରହିବ। ବେଯୋଶ୍ କମ୍ପାନୀରେ ଏଣ୍ଡି ଜେସିଙ୍କ ନୂଆ ଭୂମିକା ଉପରେ ବିଶ୍ୱାସ ରଖିଛନ୍ତି। ଜେଫ୍ ବେଯୋଶ୍ ଆମାଜନ୍ ଛଡା ୱାସିଂଟନ୍ ପୋଷ୍ଟ ନ୍ୟୁଜପେପର୍ ଓ ଘରୋଇ କମ୍ପାନୀ ବ୍ଲୁ ଓରିଜିନର ମଧ୍ୟ ମାଲିକ।


Share It

Comments are closed.