‘ଯେଉଁ ଥାଳିରେ ଖାଆନ୍ତି, ସେଥିରେ ହିଁ କଣା କରନ୍ତି …’ କହି କଙ୍ଗନାଙ୍କ ଉପରେ ବର୍ଷିଲେ ଜୟା


ରାଜ୍ୟସଭା ସାଂସଦ ଜୟା ବଚ୍ଚନ, କଙ୍ଗନା ରଣାୱତଙ୍କ ନାମ ନନେଇ ତାଙ୍କୁ ସଂସଦରେ କଠୋର ସମାଲୋଚନା କରିଛନ୍ତି । ଜୟା କହିଛନ୍ତି ଯେ, ‘ଯେଉଁ ଲୋକମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସି ନିଜର ପରିଚୟ ସୃଷ୍ଟି କଲେ ସେମାନେ ଆଜି ତାହାକୁ ଗାତ ବୋଲି କହୁଛନ୍ତି । ମୁଁ ଏହାକୁ ନେଇ ସହମତ ନୁହେଁ । ’ ଜୟା, ସରକାରଙ୍କୁ ଆପିଲ କରିଛନ୍ତି ଯେ ସେ ଏହି ଲୋକଙ୍କୁ ଏଭଳି ଭାଷା ପ୍ରୟୋଗ ନକରିବା ପାଇଁ ବାରଣ କରନ୍ତୁ । ଜୟା, ଏଭଳି ଲୋକଙ୍କୁ ସମ୍ବୋଧିତ କରି ଆହୁରୀ କହିଛନ୍ତି ଯେ, ‘ଯେଉଁ ଥାଳିରେ ଖାଆନ୍ତି, ସେଥିରେ ହିଁ କଣା କରନ୍ତି । ’ ଜୟା କହିଛନ୍ତି ଯେ, ‘ଚଳଚିତ୍ର ଜଗତ ପ୍ରତ୍ୟେକ ଦିନ ୫ ଲକ୍ଷ ଲୋକଙ୍କୁ ସିଧାସଳଖ ଭାବେ ରୋଜଗାର ଦେଇଥାଏ । ଏହିଭଳି ଘଡିସନ୍ଧି ମୂହୂର୍ତ୍ତରେ ଦେଶର ଅର୍ଥ ବ୍ୟବସ୍ଥା ଭାଙ୍ଗି ପଡିଥିବାବେଳେ ବର୍ତ୍ତମାନ ସମସ୍ତଙ୍କ ନଜର ହଟାଇବା ପାଇଁ ଆମକୁ (ବଲିଉଡ) ସୋସିଆଲ ମିଡିଆରେ ଟାର୍ଗେଟ କରାଯାଉଛି । ’


Share It

Comments are closed.