ଇମ୍ରାନଙ୍କ ବିରୋଧରେ ବିଷ ଓଗାଳିଲେ ମିଆଁଦାଦ


ଇମରାନ୍ ଖାନ କ୍ରିକେଟରୁ ରାଜନୀତିକୁ ଆସିଛନ୍ତି । ହେଲେ ସେ କ୍ରିକେଟ ପ୍ରତି ଦୃଷ୍ଟି ଦେଉ ନଥିବା କଥା ଅଭିଯୋଗ ହୋଇଛ । ଖୋଦ୍ ପାକିସ୍ତାନୀ କ୍ରିକେଟରମାନେ ଏହି ଅଭିଯୋଗ କଲେଣି । ଦିନେ ଇମରାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ଦେଖି ଉତ୍ସାହିତ ହେଉଥିବା ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀମାନେ ଏବେ ଖୋଲା ଖୋଲି ଗାଳି ଦେଉଛନ୍ତି । କେବଳ ସେତିକି ନୁହେଁ ରାଜନୀତିକୁ ଆସି ତାଙ୍କୁ ଦେଖିଦେବେ ବୋଲି କହିଲେଣି । ସୋସିଆଲ୍ ମିଡିଆ ପ୍ଲାଟଫର୍ମମାନଙ୍କରେ ତାଙ୍କୁ ସିଧାସଳଖ ଗାଳି ଦେଲେଣି । କହିଲେଣି ସେମାନେ ବି ରାଜନୀତିକୁ ଓହ୍ଲାଇବେ । ଇମରାନ୍‌ଙ୍କୁ ଦେଖିନେବେ । ତାଙ୍କ ଯୋଗୁଁ ଇମରାନ୍ ରାଜନୀତିକୁ ଆସିଛନ୍ତି । ହେଲେ ଏବେ ବାହାରୁ ଲୋକଙ୍କୁଆଣି ଉଚ୍ଚ ପଦସ୍ଥ ଗାଦିରେ ବସାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏଥିରେ ସବୁଠାରୁ ଆଗରେ ଅଛନ୍ତି ପାକିସ୍ତାନର ଭେଟେରାନ୍ କ୍ରିକେଟର ତଥା ଆଙ୍ଗ୍ରିମ୍ୟାନ ମିଆଁଦାଦ । ସେ ସିଧା ସଳଖ ଇମରାନଙ୍କ ପଦ ଏବଂ ଚୌକି ଉପରେ ଆକ୍ରମଣ କଲେଣି । ଏବେ ସେ ଇମରାନ୍‌ଙ୍କୁ ପାକିସ୍ତାନ କ୍ରିକେଟର ଖରାପ ଅବସ୍ଥା ପାଇଁ ଦୋଷ ଦେଉଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଦେଶର ଲୋକଙ୍କୁ ପ୍ରାଥମିକତା ନ ଦେଇ ବାହାର ଲୋକଙ୍କୁ ଅଧିକ ପ୍ରାଧାନ୍ୟତା ଦିଆଯାଉଥିବା ସେ ଅଭିଯୋଗ କରୁଛନ୍ତି। ସେ ମିଆଁଦାଦ ଯାହା ଚାହିଁଲେ କରିପାରିବେ ବୋଲି କହିଛନ୍ତି । ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ସେ ଏହି ଧମକ ଦେଇଛନ୍ତି ।
ତଙ୍କରି ଯୋଗୁଁ ଇମରାନ୍ ପ୍ରଧାନମନ୍ତ୍ରୀ ହୋଇଥିବା କଥା ଜାଭେଦ୍ କହିଛନ୍ତି । ଏବେ ଇମରାନ୍ ବିଦେଶୀ ବ୍ୟକ୍ତିଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଉଥିବା ବେଳେ ଦେଶର କ୍ରିକେଟରମାନଙ୍କୁ ଅଣଦେଖା କରୁଥିବା ଜାଭେଦ୍ କହିଛନ୍ତି ।

ସେ ରାଜନୀତର ଲୋକ ନୁହନ୍ତି ହେଲେ ଏପରି ହେଲେ ହେଲେ ସେ ରାଜନୀତିକୁ ଓହ୍ଲାଇବେ ବୋଲି ଜାଭେଦ୍ କହିଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ପାକିସ୍ତାନ ପାଇଁ ସେ ସର୍ବଦା ସତ କଥା କହିବେ ବୋଲି ଜାଭେଦ୍ କହିଛନ୍ତି।


Share It

Comments are closed.