କଙ୍ଗନାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କଲେ ଜାଭେଦ ଅଖତର


ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ କଙ୍ଗନା ରଣାୱତ ଏଥିପାଇଁ ବହୁ ବଡ଼ ବଡ଼ ଲୋକଙ୍କୁ ଦାୟୀ କରିଥିଲେ। ପରେ ପରେ ବହୁ ଫିଲ୍ମ ନିର୍ମାତା, ନିର୍ଦେଶକ, ଗୀତିକାରଙ୍କୁ ନେଇ ବିବାଦ ଉପୁଜିଥିଲା। ତେବେ ବହୁ ଚ୍ୟାନେଲେ୍‌ରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ଦାଏର କରିଛନ୍ତି ଗୀତିକାର ଜାଭେଦ ଅଖତର। ମୁମ୍ବାଇ ଆନ୍ଧେରିର ମେଟ୍ରୋପଲିଟାନ୍‌ ମାଜିଷ୍ଟେ୍ରଟ୍‌ଙ୍କ ଠାରେ ଏହି ଅଭିଯୋଗ କରିଛନ୍ତି ଜାଭେଦ। ଏକ ଗଣମାଧ୍ୟମରେ ସାକ୍ଷାତକାର ଦେଇ ବରିଷ୍ଠ ବଲିଉଡ ଗୀତିକାର ଜାଭେଦ ଅଖତାରଙ୍କ ମାନହାନୀ କଲା ଭଳି ମନ୍ତବ୍ୟ ଦେଇଥିଲେ କଙ୍ଗନା। ଯେଉଁ ଭିଡିଓ ଏବେ ବିଭିନ୍ନ ଅନଲାଇନ୍‌ ପ୍ଲାଟଫର୍ମ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିସାରିଛି। ଏହାସହ କଙ୍ଗନା  ସୁଶାନ୍ତ ସିଂଙ୍କ ମାମଲାରେ ତାଙ୍କୁ ଅଯଥାରେ ଟାଣୁଥିବା ଜାଭେଦ ଅଖତର ଅଭିଯୋଗ କରିଛନ୍ତି।

ଏବେ ଜାଭେଦ ଅଖତର ନିଜ ଅଭିଯୋଗର ସତ୍ୟାସତ୍ୟ କୋର୍ଟରେ ଦାଖଲ କରିବେ। ସେପଟେ ଅଖତରଙ୍କ ଓକିଲ ନୀରଞ୍ଜନ ମୁନ୍ଦାରଗି ଅଭିଯୋଗ ବାବଦରେ ବିସ୍ତୃତରେ କିଛି କହିବାକୁ ମନା କରିଦେଇଛନ୍ତି। ଜାଭେଦଙ୍କ ଅଭିଯୋଗ କ୍ରମେ କଙ୍ଗନାଙ୍କ ବିରୋଧରେ ଧାରା ୪୯୯ ଓ ୫୦୦ ଅଧିନରେ ମାମଲା ରୁଜୁ କରିବାକୁ କହିଛନ୍ତି । ମାମଲାରେ ପ୍ରଥମ ଶୁଣାଣି ଡିସେମ୍ବର ୩ରେ ହେବାକୁ ବି ସେ କହିଥିବା ଜଣାପଡ଼ିଛି। ଅନ୍ୟପଟେ କଙ୍ଗନା ଏବେ ନିଜ ଘରେ ଥିବା ବେଳେ ସମ୍ପର୍କୀୟ ଭାଇଙ୍କ ବାହାଘରରେ ବ୍ୟସ୍ତ ଅଛନ୍ତି।


Share It

Comments are closed.