କେନ୍ଦ୍ରର ମୋଦି ସରକାରଙ୍କୁ ପୁଣିଥରେ ସମାଲୋଚନା କଲେ ‘ଜାବେଦ ଅକତର’


ବିଶିଷ୍ଟ ଲେଖକ ଏବଂ ଗାୟକ ‘ଜାବେଦ ଅକତର’ ସର୍ବଦା ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଆସୁଥିବାବେଳେ ନିକଟ କିଛି ଦିନ ତଳେ ସେ ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ । ତେବେ ଏହି ମଧ୍ୟରେ ସେ ପୁଣିଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସରକାର ଦେଶକୁ ହିନ୍ଦୁ ପାକିସ୍ତାନ କରିବା ପାଇଁ ପ୍ରୟାସ କରୁଛନ୍ତି ।
ପ୍ରସିଦ୍ଧ ଚିତ୍ରଶିଳ୍ପୀ ସଫଦର ହାସିମଙ୍କ ୩୧ତମ ଶ୍ରାଦ୍ଧ ଦିବସ ଅବସରରେ ଜାବେଦ କହିଛନ୍ତି ଯେ, “ସରକାର ଲୋକଙ୍କୁ ଧର୍ମ ଆଧାରରେ ବିଭାଜନ କରିବା ପାଇଁ ଚେଷ୍ଟା କରୁଛନ୍ତି । ଆମେ ହିନ୍ଦୁ ବୋଲି ଜୋର ଜବରଦସ୍ତ ସ୍ଲୋଗାନ ଦେବା ପାଇଁ ବାଧ୍ୟ କରାଯାଉଛି । କିନ୍ତୁ ଏହା ଦ୍ୱାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ । ଶରଣାର୍ଥୀଙ୍କ କୌଣସି ଜାତି ଏବଂ ଧର୍ମ ନଥାଏ । ଏଥିପାଇଁ ଦେଶରେ ଏଭଳି ନିୟମ ରହିବା ଆବଶ୍ୟକ ଯାହା ଦ୍ୱାରା ଧାର୍ମିକ ଭେଦଭାବ ସୃଷ୍ଟି ହେବା ନାହିଁ । ”
ସେ ଆହୁରୀ କହିଛନ୍ତି , “ସାଧାରଣତଃ ଭାବେ ଆପଣ ପ୍ରକୃତ ଭାରତୀୟଙ୍କୁ କିଭଳି ପ୍ରଶ୍ନ କରିବେ ଆପଣ ଭାରତୀୟ କିମ୍ବା ନୁହନ୍ତି ? । ଆଦିବାସୀ. ଦଳିତ ଏବଂ ଗରିବଙ୍କ ପାଖରେ ଯଦି ପ୍ରମାଣ ନଥିବ ତେବେ ସରକାର ତାଙ୍କୁ କେଉଁଠାକୁ ପଠାଇବେ । ଏହି ସମସ୍ତେ ସରକାରଙ୍କୁ ଭୋଟ ଦେଇଥିଲେ । ଭୋଟ ନେବା ସମୟରେ ସରକାରଙ୍କର ସେମାନଙ୍କୁ ପଚାରିବାର ଥିଲା ଯେ, ସେମାନଙ୍କର ନାଗରିକାତ ଅଛି କି ନାହିଁ ? । ନାଗରିକତା ସଂଶୋଧନ ଆଇନକୁ ଲାଗୁ କରି ସରକାର କେତେ ଜଣଙ୍କୁ ଦେଶରୁ ବାହାର କରିବେ । କ’ଣ ସରକାରଙ୍କ ପାଖରେ ୧୦-୧୨ କୋଟି ଜନସାଧାରଣଙ୍କୁ ଡିଟେସନ ସେଣ୍ଟରରେ ରଖିବା ପାଇଁ ଯାଗା ଅଛି ।”
ନିକଟ କିଛି ଦିନ ତଳେ ଇତିହାସକାର ରାମଚନ୍ଦ୍ର ଗୁହାଙ୍କ ଗିରଫଦାରୀକୁ ନେଇ ଜାବେଦ ଟ୍ୱିଟ କରି କହିଥିଲେ ଯେ, “ମୁଁ ମହାନ ବୁଦ୍ଧିଜୀବୀ ରାମଚନ୍ଦ୍ର ଗୁହାଙ୍କ ଗିରଫଦାରୀକୁ ବିରୋଧ କରୁଛି । ଏହି ମହାନ ଭାରତ ଦେଶରେ ସଂକୀର୍ଣ୍ଣ ରାଜନୈତିକ ବିଚାରଧାରା ଠାରୁ ଅନେକ ଉଦ୍ଧ୍ୱର୍ରେ ରହିଛି । ”


Share It

Comments are closed.