ଅସୁସ୍ଥତା ହେତୁ ଜାପାନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ


ସ୍ୱାସ୍ଥ୍ୟ ସମସ୍ୟା ହେତୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହି ସୂଚନା ରାଏଟର୍ସ ଦ୍ୱାରା ଦିଆଯାଇଛି। ଆବେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ। ଏହା ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ଆବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବାରୁ ସେ ଏହି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ଏହା ଦେଶର ନେତୃତ୍ୱକୁ ଅସୁବିଧାରେ ପକାଇବ ବୋଲି ଚିନ୍ତା କରୁଛନ୍ତି। ପ୍ରକାଶ ଥାଉକି ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗତ କିଛି ସପ୍ତାହ ଧରି ଅନେକ କଳ୍ପନା ଜଳ୍ପନା ଚାଲିଛି।


Share It

Comments are closed.