ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୯ ମୃତ ୩୨ ନିଖୋଜ


ଆଜି ଜାପାନରେ ପୁଣି ପ୍ରାକୃତିକ ଦୁର୍ବିପାକ ଦେଖିବା ମିଳିଛି । ଆଜି ଜାପାନର ଉତ୍ତର ହୋକ୍କାଇଡୋ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୨ ଜଣ ଧ୍ୱଂସାବଶେଷ ତଳେ ଚାପି ହୋଇରହିଥିବାର ସୂଚନା ମିଳିଛି । ଭୂମିକମ୍ପ ଯୋଗୁଁ ସେଠାରେ ବିଦ୍ୟୁତ ସରବରାହ ବନ୍ଦ କରାଇ ଦିଆଯାଇଥିବାବେଳେ ୬.୭ ତୀବ୍ରତା ସମ୍ପନ୍ନ ଏହି ଭୂମିକମ୍ପ ଯୋଗୁଁ ୧୨୦ରୁ ଉଦ୍ଦ୍ୱର୍ ଆହତ ହୋଇଥିବାର ସୂଚନା ମିଳିଛି । ପୂର୍ବରୁ ନିଖୋଜ ସଂଖ୍ୟା ୧୯ ରହିଥିବାବେଳେ ଏହା ବର୍ତ୍ତମାନ ଆସିକି ୩୨ରେ ପହଞ୍ଚିଲାଣି ।
ଭୂମିକମ୍ପ ଯୋଗୁଁ ଦକ୍ଷିଣ ହୋକ୍କାଇଡୋ ଅନ୍ତର୍ଗତ ଆତ୍ସୁମା ସହର ନିକଟସ୍ଥତ ଟାଙ୍ଗାରା ପାହଡର ପାଖ ଅଞ୍ଚଳର ଅନେକ ଜାଗାରେ ଭୂସ୍ମଳନ ଘଟିଥିବାର ନଜର ସାମନାକୁ ଆସିଥିଲା । ଭୂମିକମ୍ପ ଯୋଗୁଁ ତାପଜ ବିଦ୍ୟୁତ ଯୋଗାଣାକୁ ଜରୁରୀକାଳୀନ ଭିତ୍ତିରେ ବନ୍ଦ କରାଇଦିଆଯାଇଥିବା ହେତୁ ଉକ୍ତ ଅଞ୍ଚଳ ଗୁଡିକରେ ବିଦ୍ୟୁତ ସେବା ବ୍ୟାହତ ରହିଛି । ଦ୍ୱୀପର ସବୁଆଡେ ବିଦ୍ୟୁତ ସେବା ସହିତ ଟ୍ରେନ ଚଳାଚଳକୁ ମଧ୍ୟ ବନ୍ଦ କରାଇ ଦିଆଯାଇଛି ।
ଭୂମିକମ୍ପ ଯୋଗୁଁ ହୋକ୍କାଇଡୋରେ ଥିବା ବିମାନ ବନ୍ଦର ଭାଙ୍ଗି ଯିବା କାରଣକୁ ୨୦୦ ବିମାନ ଚଳାଚଳକୁ ମଧ୍ୟ ବନ୍ଦ କରାଇଦିଆଯାଇଛି, ଯାହାଫଳରେ ୪୦,୦୦୦ରୁ ଉଦ୍ଦ୍ୱର୍ ଲୋକେ ସେଠାରେ ଫସି ରହିଛନ୍ତି । ବର୍ତ୍ତମାନ ସୁଧା କ୍ଷୟକ୍ଷତିର ଆକଳନ କରାଯାଇନଥିବାବେଳେ ସରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ତେବେ ବର୍ତ୍ତମାନ ସୁଧା କେତେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ କେତେ ଜଣ ନିରୁଦ୍ଦେଶ ଅଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ ।


Share It

Comments are closed.