ଏବେ ପର୍ଯ୍ୟନ୍ତ ଜୀବିତ ଅଛି ‘ମାସୁଦ ଆଝାର’


ଭାରତର ପ୍ରମୁଖ ଶତୃ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ‘ମାସୁଦ ଆଝାର’ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ ଅଛି । ପାକିସ୍ତାନୀ ମିଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଆଝାର ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ ଅଛନ୍ତି । କାରଣ ଗତ କାଲି ଆଝାରଙ୍କ ମୃତ୍ୟୁ ଖବରକୁ ନେଇ ଉଠିଥିବା ଗୁଜବ ଉପରେ ତାଙ୍କ ସମ୍ପର୍କିୟ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ସମ୍ପର୍କିୟ ପାକିସ୍ତାନୀ ମିଡିଆ ‘ଜିଓ ଉଦ୍ଧ୍ୱର୍ ନ୍ୟୁଜ’କୁ ସୂଚନା ଦେଇ କହିଛନ୍ତି ଯେ, “ଯେଉଁମାନେ ଜୈଶ-ଇ-ମହମ୍ମଦର ମୁଖିଆଙ୍କର ମୃତ୍ୟୁକୁ ନେଇ ଦାବୀ କରୁଛନ୍ତି ସେ ଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା । ”
ସୋସିଆଲ ମିଡିଆରେ ଏହି ଖବର ଖୁବ ଜୋରସେ ଭାଇରାଲ ହେଉଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଓøପଚାରିକ ସ୍ତରରେ ଏହି ଘଟଣାକୁ ନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ଆଝାରଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ତାଙ୍କର ନିକଟସ୍ଥ ସମ୍ପର୍କିୟଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବାବେଳେ ସେ ବର୍ତ୍ତମାନ ଜୀବତ ଅଛନ୍ତି ବୋଲି ଏହା ସୂଚନା ମିଳିଛି ।
ପ୍ରକାଶ ଥାଉକି ପାକିସ୍ତାନର ପଞ୍ଜାବ ସୀମାର ‘ବହାୱାଲପୁର’ ଗ୍ରାମରେ ବସବାସ କରୁଥିବା ଏହି କୁଖ୍ୟାତ ଆତଙ୍କବାଦୀ ୨୦୦୦ ମସିହାରେ ଜୈଶ-ଇ-ମହମ୍ମଦର ପ୍ରତିଷ୍ଠା କରିଥିଲା । ୫୦ ବର୍ଷିୟ ଏହି ଆତଙ୍କବାଦୀ ବିରୋଧରେ ୨୦୦୧ ମସିହାରେ ସଂସଦ ଉପରେ ଆକ୍ରମଣ, ଜମ୍ମୁ କାଶ୍ମୀର ବିଧାନସଭାରେ ଆତଙ୍କବାଦୀ ଆକ୍ରମଣ ଏବଂ ପଠାନକୋଟ ବାୟୁ ସେନା କେନ୍ଦ୍ର ଓ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଭଳି ଗୁରୁତର ଅଭିଯୋଗ ମଧ୍ୟ ରହିଛି ।


Share It

Comments are closed.