ଜାଗୁଆର-ଆନାକୋଣ୍ଡା ମଧ୍ୟରେ ହେଲା ଘମାଘୋଟ ଯୁଦ୍ଧ, ଭିଡିଓ ଭାଇରାଲ


ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ପୁଣି ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ ଜାଗୁଆର ଏବଂ ଆନାକୋଣ୍ଡ ମଧ୍ୟରେ ହେଉଥିବା ଲଢେଇର କିଛି ଦୃଶ୍ୟ ଆପଣ ଦେଖିପାରିବେ । ସାଉଥ ଆମେରିକାର ଗ୍ରୀନ ଆନାକୋଣ୍ଡା ବିଶ୍ୱର ସବୁଠାରୁ ବଡ ସାପ ବୋଲି ଜଣାଯାଏ, ଯାହାକି ବୋଆ ପ୍ରଜାତିର ଅଟେ । ଏବେ ଆପଣ କଳ୍ପନା କରନ୍ତୁ ଜଙ୍ଗଲର ସବୁଠାରୁ ଭୟଙ୍କର ଶୀକାରି ଆନାକୋଣ୍ଡ ଏବଂ ଜାଗୁଆର ମଧ୍ୟରେ ଯେତେବେଳେ ଯୁଦ୍ଧ ହେବ ସେତେବେଳେ କ’ଣ ହେବ ? କହି ପାରିବ କି ଏହି ଯୁଦ୍ଧରେ କିଏ ବିଜୟୀ ହେବ ?

ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ଲାଇକ ମଧ୍ୟ ମିଳିଛି । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, ଜାଗୁଆର କିପରି ଏକ ବିଶାଳକାୟ ଆନାକୋଣ୍ଡାକୁ ପାଣିରୁ ବାହାରକୁ ବାହାର କରିବା ପାଇଁ ପ୍ରୟାସ କରୁଛି । ଏହି ଭିିଡିଓଟି କିନ୍ତୁ ଅଧାରୁ ସରିଯାଉଛି, ଯେଉଁଥିରେ ଏହା ସ୍ପଷ୍ଟ ହୋଇପାରୁନି ଏହି ଲଢେଇରେ କିଏ ବିଜୟ ହେଉଛି ।
ପ୍ରକାଶ ଥାଉକି, ଆନାକୋଣ୍ଡା ବିଶ୍ୱର ସବୁଠାରୁ ବଡ ସାପ ଅଟେ, ଯାହାର ଓଜନ ୧୩୦ କିଲୋଗ୍ରାମରୁ ଅଧିକ ଅଟେ । ଏମାନେ ପାଣି ଭିତରେ ବେଶି ଚଳଚଞ୍ଚଳ ଥାନ୍ତି କିନ୍ତୁ ପାଣି ବାହାରେ ଟିକେ ଧୀମା ପଡିଯାଆନ୍ତି ।


Share It

Comments are closed.