ପୂବର୍ତ୍ତନ କ୍ରିକେଟର ‘ଜାକୋବ ମାର୍ଟିନ’ଙ୍କ ସହାୟତା ଲାଗି ହାତ ବଢାଇଲେ ସୌରଭ


ଭାରତୀୟ କ୍ରିକେଟ ଦଳର ପୂବର୍ତ୍ତନ ବ୍ୟାଟ୍ସମ୍ୟାନ ‘ଜାକୋବ ମାର୍ଟିନ’ ଏକ ସଡକ ଦୁର୍ଘଟଣାରେ ଗଭୀର ଭାବରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସେ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ସେପଟେ ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକ ଅର୍ଥ ରାଶି ଯୋଗାଡ କରିବା ପାଇଁ ଲାଗି ପଡିଛନ୍ତି । ମାର୍ଟିନଙ୍କ ପରିବାର ଲୋକ ବର୍ତ୍ତମାନ ବିସିସିଆଇ ପାଖରେ ସାହାଯ୍ୟ ପାଇଁ ହାତ ପତାଇଛନ୍ତି । ବିସିସିଆଇ ସମେତ ଭାରତୀୟ ଦଳର ଅନେକ ପୂବର୍ତ୍ତନ କ୍ରିକେଟର ମଧ୍ୟ ମାର୍ଟିନଙ୍କ ଚିକିତ୍ସା ପାଇଁ ଆର୍ଥିକ ସହଯୋଗ କରିବା ଦିଗରେ ସହାୟତାର ହାତ ବଢାଇଛନ୍ତି ।
ମାର୍ଟିନ ବର୍ତ୍ତମାନ ବଡୋଭଦ୍ରା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ସେ ବର୍ତ୍ତମାନ ଲାଇଫ ସପୋର୍ଟରେ ଅଛନ୍ତି । ଗତ ବର୍ଷ ଡିସେମ୍ବରରେ ତାଙ୍କ ସହ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ମାର୍ଟିନଙ୍କୁ ବିସିସିଆଇ ପକ୍ଷରୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ବଡୋଦ୍ରା କ୍ରିକେଟ ସଙ୍ଘ ପକ୍ଷରୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଏମାନଙ୍କ ସମେତ ଭାରତୀୟ କ୍ରିକେଟ ଦଳର ପୂବର୍ତ୍ତନ ଅଧିନାୟ ସୌରଭ ଗାଙ୍ଗୁଲୀ, ଜାହିର ଖାନ, ମୁନାଫ ପଟେଲ, ଟିମ ଇଣ୍ଡିଆର କୋଚ ରବି ଶାସ୍ତ୍ରୀ, ଇର୍ଫାନ ପଠାନ, ୟୁସୁଫ ପଠାନ ମୋର୍ଟିନଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ।
ମାର୍ଟିନ ଭାରତ ପାଇଁ ୧୦ ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ୧୯୯୯ରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆନ୍ତର୍ଜାତିକ କ୍ରିକେଟରେ ପାଦ ଥାପିଥିଲେ ।


Share It

Comments are closed.