ଟାଇମ୍ସ ସର୍ଭେ: ଆଇଟିଇଆର୍ ଦେଶର ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ


ଭୁବନେଶ୍ୱର, ୩୦/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଗୁରୁବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍ ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୪ର ଓଭରଅଲ୍ କ୍ୟାଟେଗୋରୀରେ ଦେଶର ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନୀତ ହୋଇଛି ।
୨୦୨୩ ଟାଇମ୍ସ ସର୍ଭେରେ ମଧ୍ୟ ଆଇଟିଇଆର୍ ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଥିଲା । ସେହିପରି ଏ ବର୍ଷ ଦେଶର ଶ୍ରେଷ୍ଠ ୧୨୫ଟି ପ୍ରାଇଭେଟ୍ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଦ୍ୱିତୀୟ ସ୍ଥାନ ଏବଂ ପୂର୍ବ ଭାରତରେ ପ୍ରଥମ ସ୍ଥାନ ହାସଲ କରିଛି ଆଇଟିଇଆର ।

ଚଳିତ ବର୍ଷ ଗବେଷଣା କ୍ଷେତ୍ରରେ ଆଇଟିଇଆର ଦେଶରେ ତୃତୀୟ ସ୍ଥାନ ଏବଂ ପ୍ଲେସ୍‌ମେଂଟରେ ୫ମ ସ୍ଥାନ ହାସଲ କରିଛି । ୨୦୨୩ରେ ଗବେଷଣା କ୍ଷେତ୍ରରେ ସାରା ଦେଶରେ ଏହି ଶିକ୍ଷାନୁଷ୍ଠାନ ୪ର୍ଥ ଏବଂ ପ୍ଲେସ୍‌ମେଂଟରେ ୯ମ ସ୍ଥାନରେ ରହିଥିଲା ।


Share It

Comments are closed.