୪ ବର୍ଷ ମଧ୍ୟରେ ଛଅ କୋଟି ଗ୍ରାହକଙ୍କ ସହ ନିଜକୁ ସୁଦୃଢ଼ କରିଛି ଆଇଟେଲ୍‌


ଭୁବନେଶ୍ୱର :୬ କୋଟିରୁ ଅଧିକ ସନ୍ତୁଷ୍ଟ ଗ୍ରାହକଙ୍କ ସହ ଭାରତରେ ନିଜ ସଫଳ ଯାତ୍ରାକୁ ଆଉ ପାଦେ ଆଗକୁ ବଢ଼ାଇଛି ଆଇଟେଲ୍‌, ଯାହାକି ମାତ୍ର ୪ ବର୍ଷ ମଧ୍ୟରେ ଏକ ସ୍ମାର୍ଟଫୋନ ବ୍ରାଣ୍ଡ ପାଇଁ ଏକ ବିରାଟ ସଫଳତା ଅଟେ । ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ଭାରତରେ ଆଇଟେଲ୍‌ର ସଫଳ କାହାଣୀକୁ ପୁନସ୍ଥାପିତ କରୁଛି, ଯାହାକି ଏହାର ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ, ଅଭିନବ ଏବଂ ସୁଲଭ ଉତ୍ପାଦ ପୋର୍ଟଫୋଲିଓ ଏବଂ ଦ୍ରୁତ ବିତରଣ ନେଟୱର୍କ ସମେତ ସ୍ଥାନୀୟ ମାର୍କେଟିଙ୍ଗ ଯୋଗାଯୋଗ ପଦ୍ଧତି ଦ୍ୱାରା ପରିଚାଳିତ । ଏହି ପାର୍ବଣରେ ଆଇଟେଲ୍ ଗ୍ରାହକମାନେ ଏହାର ଫ୍ଲାଗସିପ ପ୍ରିମିୟମ ସ୍ମାର୍ଟଫୋନ ଭିଜନ ୧, ଏ୪୮, ଏ୨୫ପ୍ରୋ ଏବଂ ଏ୨୩କୁ ଯଥାକ୍ରମେ ୬,୯୯୯ଟଙ୍କା, ୫,୯୯୯ଟଙ୍କା, ୪,୯୯୯ଟଙ୍କା ଏବଂ ୩୭୯୯ଟଙ୍କାର ସୁଲଭ ତଥା ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ । ଏହା ବ୍ୟତୀତ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଇଟେଲ୍ ସ୍ମାର୍ଟଗ୍ୟାଜେଟ ଏବଂ ଗୃହ ଉପକରଣର ବର୍ଗରେ ମଧ୍ୟ ପ୍ରବେଶ କରିଛି ।
ନିଜର ଏହି ସଫଳତା ସମ୍ପର୍କରେ ଟ୍ରାନ୍ସିଆନ ଇଣ୍ଡିଆର ସିଇଓ, ଶ୍ରୀ ଅରଜିତ ତାଲାପାତ୍ରା କହିଛନ୍ତି, ଯେ “ଆମର ଏଡି ସଫଳତା ଆମ ଗ୍ରାହକଙ୍କୁ ଯୋଗୁଁ ସଫଳ ହୋଇପାରିଛି କାରଣ ସେମାନେ ଆମ ଉପରେ ସେମାନଙ୍କର ବିଶ୍ୱାସ ଜାରି ରଖିଛନ୍ତି ଏବଂ ତାଙ୍କର ଏହି ବିଶ୍ୱାସ ଆମେ ସେମାନଙ୍କୁ ଦେଇଥିବା ଅଭିବନ, ସୁଲଭ ଉତ୍ପାଦ ତଥା ଏହା ସହିତ ମଜବୁତ ବିତରଣ, କୁଶଳ ସେବା ନେଟୱର୍କ ଓ ସ୍ଥାନୀୟ ଯୋଗାଯୋଗ ପଦ୍ଧତି ଯୋଗୁଁ ମିଳିପାରିଛି ।”
ଆଇଟେଲ୍ ଏ୪୮ ୧୫.୪୯ ସେ.ମି.(୬.୧ ଇଂଚ) ଏଚଡି ଯୁକ୍ତ ଆଇପିଏସ ୱାଟରଡ୍ରପ ଫୁଲସ୍କ୍ରିନ ଡିସପ୍ଲେ ସହିତ ଇନ-ସେଲ ଟେକ୍ନୋଲୋଜି, ୧.୪ ଜିଏଚଜେଡ କ୍ୱାଡ-କୋର ପ୍ରୋସେସର, ୨ଜିବି ର‌୍ୟାମ ଏବଂ ୧୨୮ ଜିବି ପର୍ଯ୍ୟନ୍ତ ସଂପ୍ରସାରଣ ଯୋଗ୍ୟ ୩୨ ଜିବିର ଇଂଟରନାଲ ଷ୍ଟୋରେଜ ଭଳି ଆହୁରି ଅନେକ ଫିଚର ରହିଛି । ଏହା ଆଣ୍ଡ୍ରଏଡ ୧୦ ଦ୍ୱାରା ପରିଚାଳିତ ଏବଂ ମଲଟି ଫଙ୍କସନାଲ ଫିଙ୍ଗରପ୍ରିଂଟ ସେନ୍ସର, ଫେସ ଅନଲକ ଏବଂ ଉଚ୍ଚ ଦକ୍ଷତାଯୁକ୍ତ ବ୍ୟାଟେରୀରେ ସମୃଦ୍ଧ ହୋଇ ଆସିଛି । ସେହିଭଳି ପାର୍ବଣ ରୁତୁକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ଆଇଟିଇଏଲ ପକ୍ଷରୁ ୨ଜିବି+୩୨ଜିବି ଭାରିଆଂଟର ଏହାର ଏ୨୫ ପ୍ରୋର ଶୁଭାରମ୍ଭ କରାଯାଇଛି । ଏଥିରେ ଏକ ୫ ଏମପି ଏଆଇ ପଛ କ୍ୟାମେରା ଏବଂ ୨ ଏମପି ସେଲଫି କ୍ୟାମେରା ବ୍ୟବସ୍ଥା ରହିଛି । ଏକାଧିକ ଫିଚରରେ ବ୍ୟବସ୍ଥିତ ହୋଇଆସିଥିବା ଏହି ସ୍ମାର୍ଟଫୋନ ବ୍ଲୁ, ଗ୍ରାଡିଏସନ ଗ୍ରୀନ ଏବଂ ଗ୍ରାଡିଏସନ ପର୍ପଲ ରଙ୍ଗରେ ଉପଲବ୍ଧ ହେବ ।
ନିଜର ମ୍ୟାଜିକ ପୋର୍ଟଫୋଲିଓରେ ଆଇଟିଇଏଲ ଭିଜନ ୧ ୩ଜିବି ଭାରିଆଂଟକୁ ମଧ୍ୟ ଶୁଭାରମ୍ଭ କରିଛି ଯାହାକି ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ଗ୍ରାହକଙ୍କ ତରଫରୁ ବେଶ ଭଲ ପ୍ରତିକ୍ରୟା ପାଇଛି । ଫ୍ଲିପକାର୍ଟରେ ଏହାର ପ୍ରଥମ ଅନଲାଇନ ସେଲର ମାତ୍ର ୧୦ ମିନିଟ ମଧ୍ୟରେ ଏହାର ସମସ୍ତ ୟୁନିଟ ବିକ୍ରୟ ହୋଇଯାଇଥିଲା । ଏହି ଫୋନଗୁଡ଼ିକ ଏକ ଆଡାପ୍ଟର, ୟୁଏସବି କେବଲ, ସ୍କ୍ରିନ ଫିଲ୍ମ, ୟୁଜର ମାନୁଆଲ ଏବଂ ୱରେଂଟି କାର୍ଡ ସହିତ ଆସୁଛନ୍ତି ।


Share It

Comments are closed.