ଆଇଟିସି ଭିଭେଲ୍ ପକ୍ଷରୁ ଭିଭେଲ୍ ନିମ୍ ଅଏଲ୍ ଏବଂ ଆଲୋଭେରା ବଡି ୱାସ୍ ଉନ୍ମୋଚିତ


ଭୁବନେଶ୍ୱର: ଆଇଟିସି ଭିଭେଲ୍ ପକ୍ଷରୁ ନୂଆ ଭିଭେଲ୍ ନିମ୍ ଅଏଲ୍‌+ ଆଲୋଭେରା ବଡି ୱାସ୍‌କୁ ଉନ୍ମୋଚନ କରାଯାଇଛି । ଏଥିପାଇଁ ବଲିଉଡ୍ ଅଭିନେତ୍ରୀ କ୍ରିତି ସେନନ୍ ଓ ନୀନା ଗୁପ୍ତାଙ୍କୁ ନେଇ କଂପାନି ପକ୍ଷରୁ ଏକ ବିଜ୍ଞାପନ ଅଭିଯାନ ପ୍ରସ୍ତୁତ କରାଯାଇଛି । ଭିଭେଲ୍‌ର ସ୍ୱତନ୍ତ୍ର ନିମ ବର୍ଗର ବିଭିନ୍ନ ଉତ୍ପାଦନ ଯଥା ସାବୁନ ଆଦି ରହିଛି । ସେଥିରେ କଂପାନି ବଡି୍ ୱାସ୍ ବର୍ଗକୁ ସାମିଲ କରିଛି । କୋଭିଡ୍‌-୧୯ ମହାମାରୀ ସମୟରେ ପରିମଳ, ସ୍ୱଚ୍ଛତା ଓ ଆତ୍ମ ଯତ୍ନ ଜରୁରୀ ହୋଇପଡ଼ିଥିବା ବେଳେ ସୁସ୍ଥ ଓ ସତେଜ ରହିବା ଲାଗି ସହଜ ସମାଧାନର ଆବଶ୍ୟକତା ବହୁତ ବଢ଼ିଯାଇଛି । ଘରର ବୟସ୍କ ବ୍ୟକ୍ତିମାନଙ୍କ ଘରକରଣା ଔଷଧ ସମାଧାନକୁ କନିଷ୍ଠ ବର୍ଗ ମଧ୍ୟ ଗ୍ରହଣ କରୁଛନ୍ତି । ନୂଆ ବଡି ୱାସ୍‌ର ପ୍ରଚାର କରିବା ଲାଗି ପ୍ରସ୍ତୁତ କରାଯାଇଥିବା ଟିଭି ବିଜ୍ଞାପନରେ କ୍ରିତି ଓ ନିନାଙ୍କୁ ମା ଓ ଝିଅ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ । ବିଜ୍ଞାପନ ସିନେମାରେ ପ୍ରଥମେ କ୍ରିତିକୁ ନିମ ବ୍ୟବହାର କରିବା ଲାଗି ନିନା କହୁଥିବା ଦେଖିବାକୁ ମିଳିବ । କିଛି ସମୟରେ ପରେ ସେ ଭିଭେଲ ନିମ ବଡି ୱାସ ଆଣି ନିଜ ଝିଅକୁ ଦେଉଛନ୍ତି ଏବଂ ଏହା ଆଧୁନିକ ଓ ବିଶ୍ୱାସଯୋଗ୍ୟ ବୋଲି କହୁଛନ୍ତି ।
ଏହି ବଡି ୱାସ୍‌ରେ ନିମ ଓ ଆଲୋଭେରାକୁ ବ୍ୟବହାର କରାଯାଇଛି । ଏଥିରେ ୩ ଇନ୍ ୧ ସମାଧାନ ରହିଛି । ଏହା ଚର୍ମକୁ ନିୟୁତାଧିକ ଜୀବାଣୁରୁ ସୁରକ୍ଷା ପ୍ରଦାନ କରିବ । ପ୍ରତିଟି ବୁନ୍ଦା ନୂଆ ସାବୁନ ଭଳି ସତେଜ । ଏହା ଚର୍ମକୁ ମଏଶ୍ଚରାଇଜଡ୍ ଓ ନରିସଡ୍ ରଖୁଛି । ବ୍ୟବହାର କରିବା ପରେ ସୁନ୍ଦର ବାସ୍ନା ମିଳିବ । ଏହା ଚର୍ମକୁ କୋମଳ ଏବଂ ସୁରକ୍ଷିତ ରଖିବ । ଆଇଟିସି ଭିଭେଲ୍‌ର ନିମ ଉତ୍ପାଦ ବର୍ଗରେ ରହିଛି ଭିଭେଲ ନିମ ଅଏଲ + ଆଲୋ ଭେରା ଓ ଭିଭେଲ ନିମ ଅଏଲ ଆଣ୍ଡ ଆଲୋ ଭେରା ବଡି ୱାସ୍ । ଏହାର ୧୦୦ ଏମ୍‌ଏଲ୍‌ର ଦାମ୍ ୪୦ ଟଙ୍କା ଓ ୨୦୦ ଏମ୍‌ଏଲ୍‌ର ଦାମ୍ ୮୦ ଟଙ୍କା ରହିଛି ।


Share It

Comments are closed.