ଚୀନର ଘୃଣ୍ୟ କାର୍ଯ୍ୟକଳାପ, ଇଟଲୀ ଦାନ କରିଥିବା କିଟକୁ ତାକୁ ହିଁ ଫେରସ୍ତ କରୁଛି ଡ୍ରାଗନ


ମହାମାରୀ କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ବିକାଶଶୀଳ ଦେଶ ଅନ୍ୟ ଦେଶ ଗୁଡିକୁ ସହାୟତାର ହାତ ବଢାଇଛନ୍ତି । ତେବେ ଏହି ମଧ୍ୟ ଚୀନ ନିଜ ଘୃଣ୍ୟ କାର୍ଯ୍ୟକଳାପ କରିବା ଛାଡି ନାହିଁ । ବ୍ରିଟେନର ଏକ ଅଗ୍ରଣୀ ମ୍ୟାଗାଜିନ ଅନୁଯାୟୀ ଚୀନରେ ଯେତେବେଳେ କୋଭିଡ-୧୯ର ଭୟବହତା ବଢିବାରେ ଲାଗିଥିଲା, ସେତେବେଳେ ଇଟାଲୀ ଚୀନକୁ ସହାୟତାର ହାତ ବଢାଇଥିଲା ।
ଇଟାଲୀ ଚୀନକୁ ସୁରକ୍ଷା ଉପକରଣ (ପିପିଇ) ଦାନ କରିଥିବାବେଳେ ବର୍ତ୍ତମାନ ଯେତେବେଳେ ଇଟାଲୀକୁ ଏହାର ଆବଶ୍ୟକତା ରହିଛି ସେତେବେଳେ ଚୀନ, ଇଟାଲୀ ଦାନ କରିଥିବା ସେହି ଉପକରଣକୁ ପୁଣିଥରେ ତାକୁ ବିକ୍ରି କରିବାକୁ ଯାଉଛି । ଉହାନକୁ ବ୍ୟାପିଥିବା ଏହି ଭାଇରସ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ୟରୋପର ଇଟାଲୀ ହୋଇଥିବାବେଳେ ଏହି ଭାଇରସର ସଂକ୍ରମଣ କାରଣରୁ ଦେଶରେ ୧୫୦୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ମଧ୍ୟ ହରାଇ ସାରିଲେଣି । ଇଟାଲୀରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ମଧ୍ୟ ଅଧିକ ସଙ୍କଟ ରହିଛି ।
ମ୍ୟାଗାଜିନ ଅନୁଯାୟୀ ଚୀନ, ଇଟାଲୀକୁ ପିପିଇ କିଟ ପ୍ରଧାନ କରି ମାନବିକତାର ପରିଚୟ ଦେଖାଉଥିବାବେଳେ ବର୍ତ୍ତମାନ ଚୀନର ପ୍ରକୃତ ମୁଖା ସମସ୍ତଙ୍କ ସାମନାକୁ ଆସିଯାଇଛି । ଚୀନ, ଇଟାଲୀକୁ ପିପିଇ କିଟ ଦାନରେ ନୁହଁ ବରଂ ତାକୁ ବିକ୍ରି କରିଥିବା ଖବର ଅନେକ ରିପୋର୍ଟ ମାଧ୍ୟମରେ ସାମନାକୁ ଆସିଥିବାବେଳେ ଇଟାଲୀ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ଦେଶଙ୍କୁ ଚୀନର ସହାୟତା ଏହା ତାହାର ଏକ ପ୍ରହସନ ବୋଲି ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଆମେରିକାର ଅଧିକାରୀ ଜଣକ କହିଛନ୍ତି ଯେ, ପ୍ରକୃତରେ କରୋନା ଭାଇରସର ପ୍ରଥମ ମାମଲା ଗତ ବର୍ଷ ଚୀନର ଉହାନ ସହରରେ ଦେଖାଦେଇଥବାବେଳେ ବର୍ତ୍ତମାନ ଏହା ସାରା ବିଶ୍ୱକୁ ଗ୍ରାସ କରି ସାରିଲାଣି । ନିଶ୍ଚିତ ଋପେ ଚୀନକୁ ସାହାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଚୀନ ଅନ୍ୟ ଦେଶକୁ ସହାୟତା କରିବାକୁ ଯାଇ ଯାହା ସୁରକ୍ଷା ଉତ୍ପାଦ ପ୍ରଧାନ କରିଥିଲା ତାହା ଅକାମୀ ବାହାରିଲା । ସେଥିପାଇଁ ସ୍ପେନ, ଚୀନକୁ ୫୦ ହଜାର କରୋନା ଟେଷ୍ଟିଙ୍ଗ କିଟ ଫେରସ୍ତ କରିଦେଇଛି ।
ନେଦରଲ୍ୟାଣ୍ଡ ଅଭିଯୋଗ କରିଛି ଯେ, ଚୀନ ଯେଉଁ ମାସ୍କ ପ୍ରଦାନ କରିଥିଲା ତାହା ସୁରକ୍ଷା ଯୋଗ୍ୟ ନହଁ । ଅଧିକାରୀ ଜଣକ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହା ଚୀନର ଘୃଣ୍ୟ ପଦକ୍ଷେପ । ସେ ଇଟାଲୀ ପିପିଇ କିଟ କିଣିବା ପାଇଁ ବିବଷ କରିଦେଇଛି ଯାହାକି ଇଟଲୀ ଚୀନକୁ ଦାନ କରିଥିଲା ।


Share It

Comments are closed.