ଇଟାଲୀ ରାଜନୀତିରେ ମହାସଂକଟ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜ୍ୟୁସେପ କୋଣ୍ଟେ


ଇଟାଲୀ ରାଜନୀତିରେ ହଟଚମଟ। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜ୍ୟୁସେପ ।ମଙ୍ଗଳବାର ଦିନ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଜ୍ୟୁସେପ ସିନେଟରେ ବିଶ୍ୱାସ ଭୋଟ ଜିତି ନିଜ ସରକାରଙ୍କୁ ବଞ୍ଚେଇବାରେ ସଫଳ ହୋଇଥିଲେ। ଏହାର ଠିକ୍‌ ସପ୍ତାହେ ପରେ କଣ୍ଟେ ଇସ୍ତଫା ଦେଇଛନ୍ତି।

ସିନେଟରେ ପ୍ରଧାନମନ୍ତ୍ରୀ କଣ୍ଟେଙ୍କ ସପକ୍ଷରେ ୧୪୦ ଭୋଟ ପଡ଼ିଥିଲା। ପୂର୍ବ ପ୍ରଧାନମନ୍ତ୍ରୀ ସିଲାବିୟୋ ବର୍ଲୁସ୍କୋନୀଙ‌କ ନେତୃତ୍ୱାଧୀନ ମଧ୍ୟ-ଦକ୍ଷିଣପନ୍ଥି ବିଚାରଧାର ପାର୍ଟିର ଦୁଇ ବାଗି ସାଂସଦ ମଧ୍ୟ କଣ୍ଟେଙ୍କ ସପକ୍ଷରେ ଭୋଟ୍‌ ଦେଇଥିଲେ। ୩୨୦ ସିଟି ବିଶିଷ୍ଟ ସିନେଟରେ ପୂର୍ଣ୍ଣ ବହୁମତ ସାବ୍ୟସ୍ତ ପାଇଁ ୧୬୧ ସଦସ୍ୟଙ୍କ ସମର୍ଥନ ଜରୁରୀ। ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନ ଅନୁସାରେ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫାପତ୍ର ସ୍ୱୀକାର କରିଛନ୍ତି। ଅନ୍ୟପଟେ କଣ୍ଟେଙ୍କ ସମର୍ଥକ ମାନେ କହିଛନ୍ତି ଯେ, ନୂଆ ସରକାର ଗଠନ ପାଇଁ ଏହା ଏକ ପଦକ୍ଷେପ।


Share It

Comments are closed.