ଦିଲ୍ଲୀରେ କରୋନାର ତୃତୀୟ ଲହର, ଡକାଗଲା ଜରୁରୀକାଳୀନ ବୈଠକ


ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୮୩ ଲକ୍ଷ ଅତିକ୍ରମ କରିଛି । କେବଳ ଦିଲ୍ଲୀରେ ମୋଟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଛି । ଗତ କିଛିଦିନ ମଧ୍ୟରେ ଦେଶର ରାଜଧାନୀରେ ଦ୍ରୁତ ଗତିରେ କରୋନା ରୋଗୀ ଦେଖାଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀ ସରକାର ବିଶ୍ୱାସ କରିଛନ୍ତି ଏହା ହେଉଛି କରୋନାର ତୃତୀୟ ଲହର । ତେବେ ଏହାର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀରେ କରୋନାର ତୃତୀୟ ଲହର ସଂକ୍ରମଣ ହେଉଥିବା ମନେକରି ସମୀକ୍ଷା ବୈଠକ ଡକାଯାଇଛି । ଆଜି ଅପରାହ୍ନ ୪ଟା ସମୟରେ ଏହି ବୈଠକ ବସିବ । ଏହି ବୈଠକରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଆଇସିୟୁ ବେଡ, ଭେଣ୍ଟିଲେଟର ଏବଂ ବେଡ ଉପରେ ଆଲୋଚନା ହେବ । କରୋନା ସଂକ୍ରମଣ ବଢିବା ପରେ କେତେକ ହସପିଟାଲରେ ଭେଣ୍ଟିଲେଟର ସିମିତ ହୋଇଥିଲା । ଆଜିର ବୈଠକରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ ।

ଏପରିକି ବେସରକାରୀ ହସପିଟାଲ ଗୁଡିକୁ ନଜରରେ ରଖିଛନ୍ତି କେଜ୍ରିୱାଲ । ତେବେ ଗତକାଲି ଦିଲ୍ଲୀରେ କରୋନା ଭାଇରସର ୬୭୨୫ ନୂଆ ମାମଲା ସାମ୍ନାକୁ ଆସିଥିଲା । ତେବେ ଦିଲ୍ଲୀରେ ଏପର୍ଯ୍ୟନ୍ତ ୪ ଲକ୍ଷ ୩ ହଜାର ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।


Share It

Comments are closed.