ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଦାମୀକିଆ ମାସ୍କ, ଯାହାର ମୂଲ୍ୟ ୧୧ କୋଟି ଟଙ୍କା


ସାରା ଦୁନିଆ ବର୍ତ୍ତମାନ କରୋନା ଭ୍ୟାକସିନ ବାହାର ଖୋଜିବାରେ ବ୍ୟସ୍ତ । ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲଗାତାର ସାର୍ବଜନିକ ସ୍ଥଳରେ ମାସ୍କ ବ୍ୟବହାର କରିବାକୁ ଅପିଲ କରୁଛି । ଇସ୍ରାଇଲରେ ଦୁନିଆର ସବୁଠାରୁ ମହଙ୍ଗା ଫେସ ମାସ୍କ ତିଆରି ହେଉଥିବା ସୂଚନା ମିଳିଛି । ଏହି ମାସ୍କର ମୂଲ୍ୟ ୧.୫ ମିଲିୟନ ଡଲାର ଅର୍ଥାତ ପାଖାପାଖି ୧୧ କୋଟି ଟଙ୍କା । ସୁନା ଓ ହୀରାରେ ତିଆରି ଏହି ମାସ୍କରେ ଘ୯୯ ଫିଲ୍ଟର ଲାଗିଛି । ଇସ୍ରାଇଲରେ ଗହଣା ତିଆରି କରୁଥିବା ଏକ କମ୍ପାନୀ ଦାବି କରିଛି ଯେ ସେ କରୋନା ଭାଇରସରୁ ବଞ୍ଚିବା ପାଇଁ ଦୁନିଆର ସବୁଠାରୁ ମହଙ୍ଗା ମାସ୍କ ତିଆରି କରୁଛି ଯାହାର ମୂଲ୍ୟ ୧୫ ଲକ୍ଷ ଡଲାର ହେବ । ସୁନାରେ ତିଆରି ଏହି ମାସ୍କରେ ହୀରା ମଧ୍ୟ ଲାଗିଛି । ମାସ୍କକୁ ଡିଜାଇନ କରୁଥିବା ଡିଜାଇନର ଇସାକ ଲେବି କହିଛନ୍ତି ଯେ ୧୮ କ୍ୟାରେଟ ସୁନାରେ ତିଆରି ଏହି ମାସ୍କରେ ୩ ହାଜର ୬୦୦ କଳା ଓ ଧଳା ହୀରା ଏବଂ ଘ୯୯ ଫିଲ୍ଟର ଲଗାଯିବ ।
ଜଣେ କ୍ରେତାଙ୍କ ଚାହିଦା ଅନୁଯାୟୀ ଏହି ମାସ୍କ ତିଆରି କରାଯାଉଛି । ୟବେଲ କମ୍ପାନୀ ମାଲିକ ଲେବି କହିଛନ୍ତି ଯେ, କ୍ରେତାଙ୍କର ଆଉ ଦୁଇଟି ଦାବି ଥିଲା ଯେ ମାସ୍କ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯାଉ ଏବଂ ଏହା ବିଶ୍ୱର ସବୁଠାରୁ ମହଙ୍ଗା ମାସ୍କ ହେଉ । ନିଜ ଗ୍ରାହକଙ୍କ ପରିଚୟ ଉଜାଗର କରିବାକୁ ଲେବି ଅସ୍ୱୀକାର କରିଥିଲେ । କିନ୍ତୁ ସେ ଏତିକି କହିଛନ୍ତି ଯେ ସେ ଆମେରିକାରେ ରହୁଥିବା ଜଣେ ଚାଇନା ଉଦ୍ୟୋଗପତି । ଲେବି କହିଛନ୍ତି, ‘ମୁଁ ବହୁତ ଖୁସି ଯେ ମାସ୍କ ଜରିଆରେ ଅତ୍ୟନ୍ତ ସଙ୍କଟ ସମୟରେ ମୋ କର୍ମଚାରୀଙ୍କୁ କାମ ମିଳିଛି । ଏକ ସମାଚାର ଏଜେନ୍ସି ଏହି ମାସ୍କର କିଛି ଫଟୋ ମଧ୍ୟ ଜାରି କରିଛି । ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ମାସ୍କ ସୁନାରେ ତିଆରି ହୋଇଛି ଏବଂ ଏଥିରେ ହୀରା ମଧ୍ୟ ଲାଗିଛି । ମାସ୍କର ଓଜନ ୨୭୦ ଗ୍ରାମ ଯାହା ଏକ ସାଧାରଣ ମାସ୍କ ତୁଳନାରେ ୧୦୦ ଗୁଣରୁ ଅଧିକ । ତେବେ ଏହାକୁ ପିନ୍ଧିବା ବହୁତ ସୁବିଧାଜନକ ବୋଲି ଡିଜାଇନର କହିଛନ୍ତି । ମାସ୍କଟି ଆକର୍ଷଣୀୟ ମଧ୍ୟ ହୋଇଛି ବୋଲି ସେ କହିଛନ୍ତି ।


Share It

Comments are closed.