ପ୍ରସିଦ୍ଧ ଲେଖିକା ଇସ୍ମାତ ଚୁଗତାଇଙ୍କ ଜୟନ୍ତୀରେ ଗୁଗୁଲର ଡୁଡୁଲ


ଆଜି ପ୍ରସିଦ୍ଧ ଲେଖିକା ଇସ୍ମାତ ଚୁଗତାଇଙ୍କ ୧୦୭ତମ ଜୟନ୍ତୀ । ଏହି ଅବସରରେ ଗୁଗୁଲ ତାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଇସ୍ମାତ ଚୁଗତାଇଙ୍କର ଏକ ଡୁଡୁଲ ପ୍ରସ୍ତୁତ କରିଛି । ଇସ୍ମାତ ଜଣେ ପ୍ରସିଦ୍ଧ ଉର୍ଦ୍ଧୁ ଲେଖିକା ଥିଲେ । ସେ ନିଜ ସାହିତ୍ୟ ଜରିଆରେ ମହିଳାଙ୍କ କ୍ଷେତ୍ରରେ ହେଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଭାରତୀୟ ସାହିତ୍ୟରେ ପ୍ରଥମ ଥର ଏକ ଲେସବିୟାନର ପ୍ରେମ କାହାଣୀ ଲେଖିଥିଲେ ।
ଇସ୍ମାତଙ୍କ ଜନ୍ମ ଉତ୍ତର ପ୍ରଦେଶର ଏକ ଉଚ୍ଚ ମଧ୍ୟବିତ ପରିବାରରେ ହୋଇଥିଲା । ତାଙ୍କର ୧୦ଜଣ ଭାଇ ଓ ଭଉଣୀ ଥିଲେ । ଇସ୍ମାତଙ୍କ ପିତା ଜଣେ ସରକାରୀ ଚାକିରିଆ ଥିବା ହେତୁ ତାଙ୍କର ସମୟରେ ସମୟରେ ବଦଳି ହୋଇଯାଉଥିଲା, ଯାହା ଫଳରେ ତାଙ୍କ ପାଠ ପଢାରେ ବିଭିନ୍ନ ଅସୁବିଧା ଉପୁଜିଥିଲା । ଇସ୍ମାତଙ୍କ ବଡ ଭାଇ ମିର୍ଜା ଅଜିମ ବେଗ ଚୁଗତାଇ ଉର୍ଦ୍ଧୁର ଜଣେ ବିଶିଷ୍ଟ ଲେଖକ ମଧ୍ୟ ଥିଲେ, ଯେଉଁଥିପାଇଁ ସେ ତାଙ୍କ ବଡ ଭାଇଙ୍କ ଠାରୁ ଉର୍ଦ୍ଧୁରେ ସାହିତ୍ୟ ଲେଖିବାର ପ୍ରେରଣା ପାଇଥିଲେ ।
ଇସ୍ମାତ ୧୯୩୮ ମସିହାରେ ଇସାବେଲ ଥୋବର୍ନେ କଲେଜରେ ନିଜ ସ୍ନାତକତା ହାସଲ କରିଥିଲେ । ସେ ବିଏ ଏବଂ ବିଟି କରିଥିବା ପ୍ରଥମ ମୁସଲିମ ମହିଳା । ଏହା ପରେ ସେ କାହାଣୀ ଏବଂ କବିତା ଲେଖିବାକୁ ଲାଗିଲେ । ଧିରେ ଧିରେ ଲୋକମାନେ ତାଙ୍କ ଦ୍ୱାରା ଲିଖିତ ହୋଇଥିବା କାହାଣୀ ଗୁଡିକ ପଢିବାକୁ ପସନ୍ଦ କରିବାକୁ ଲାଗିଲେ । ୧୯୩୯ରେ ତାଙ୍କ ଦ୍ୱାରା ଲିଖିତ କାହାଣୀ ପ୍ରଥମଥର ପାଇଁ ଉର୍ଦ୍ଧୁର ପ୍ରତିଷ୍ଠିତ ମ୍ୟାଗାଜିନ ସକିରେ ପ୍ରକାଶିତ ପାଇଥିଲା । କାହାଣୀର ନାମ ଥିଲା “ଫସାଦି” ।
ତାଙ୍କ ଦ୍ୱାରା ରଚିତ ହୋଇଥିବା ପ୍ରଥମ ଲେସବିୟାନ(ଲିହାଫ) କାହାଣୀ ଯିଏବି ପଢିଲା, ସେ ତାଙ୍କର ଦିୱାନା ହୋଇଗଲା । ୧୯୪୨ରେ ଲେଖାଯାଇଥିବା ଏହି କାହଣୀରେ ସେ ପ୍ରଥମ ଥର ପାଇଁ ଭାରତୀୟ ସାହିତ୍ୟ ଜରିଆରେ ଲେସବିୟାନର ପ୍ରେମ ସଂପର୍କରେ ଦର୍ଶାଇଥିଲେ । ଯିଏକି ସବୁବେଳେ ନିଜର ଘରର ଏବଂ ସ୍ୱାମୀ ଦେଖାଶୁଣା କରୁଥିବ, କିନ୍ତୁ ତାର ସ୍ୱାମୀ ପାଖରେ ତା ପାଇଁ କୌଣସି ସମୟ ନଥିବ ।


Share It

Comments are closed.