୩୦୦ ୱିକେଟ କ୍ଲବରେ ସାମିଲ ହେଲେ ଇଶାନ୍ତ


ଭାରତୀୟ ଦୃତ ବୋଲର ଇଶାନ୍ତ ଶର୍ମା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୱିକେଟ ନେବା ପରେ ଏକ ଖାସ ରେକର୍ଡ ନିଜ ନାମରେ କରିନେଇଛନ୍ତି । ଇଂଲଣ୍ଡର ଡେନ୍‌ ଲୋରିସ୍‌ଙ୍କ ଏଲବିଡବ୍ଲ୍ୟୁ କରିବା ପରେ ୩୨ ବର୍ଷୀୟ ଇଶାନ୍ତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ୩୦୦ ୱିକେଟ ପୁରା କରିଛନ୍ତି ।

ନିଜ କ୍ୟାରିୟରର ୯୮ ତମ ମ୍ୟାଚ୍ ଖେଳୁଥିବା ଇଶାନ୍ତ ୩୦୦ ୱିକେଟ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହା ସହିତ ୩୦୦ ଟେଷ୍ଟ ୱିକେଟ ନେବାରେ ତୃତୀୟ ଭାରତୀୟ କ୍ରିକେଟର ହୋଇଯାଇଛନ୍ତି ଇଶାନ୍ତ ଶର୍ମା । ଇଶାନ୍ତଙ୍କ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ ୪୩୪ ୱିକେଟ ଏବଂ ଜାହିର ଖାନ୍ ୩୧୧ ୱିକେଟ ନେଇଛନ୍ତି ।

କେବଳ ସେତିକି ନୁହେଁ ୩ଶହ ୱିକେଟ‌ ନେବାରେ ଇଶାନ୍ତ ଶର୍ମା ଷଷ୍ଠ ବୋଲର ହୋଇଯାଇଛନ୍ତି । ତାଙ୍କ ପୂର୍ବରୁ ଅନିଲ କୁମ୍ବଲେ (୬୧୯ ୱିକେଟ), କପିଳ ଦେବ (୪୩୪ ୱିକେଟ), ହରଭଜନ ସିଂହ (୪୧୭ ୱିକେଟ), ରବିଚନ୍ଦ୍ରନ ଅଶ୍ୱିନୀ (୩୮୨ ୱିକେଟ‌) ଏବଂ ଜାହିର ଖାନ୍‌ (୩୧୧ ୱିକେଟ‌) ୩ଶହରୁ ଅଧିକ ୱିକେଟ‌ ନେଇଛନ୍ତି ।


Share It

Comments are closed.