ବାଇବେଲର ଭବିଷ୍ୟବାଣୀ ଅନୁଯାୟୀ କ’ଣ ୨୦୨୦ରେ ଧ୍ୱଂସ ହୋଇଯିବ ପୃଥିବୀ


ଅନେକ ଦିନରୁ ପୃଥିବୀର ସୃଷ୍ଟି ଏବଂ ବିଲୟକୁନେଇ ବିଭିନ୍ନ ପ୍ରକାର ଗୁଜବ ଚାଲିଆସିଥିବାବେଳେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନଙ୍କ ପବିତ୍ର ଗ୍ରନ୍ଥ ବାଇବେଲରେ ଉଲ୍ଲେଖଥିବା ୨୦୨୦ରେ ପୃଥିବୀ ଧ୍ୱଂସ ହେବା କଥା କ’ଣ ସତରେ ସତ୍ୟ ପ୍ରମାଣିତ ହେବ? ବୁକ୍ ଅଫ ରିବେଲସନ ପୁସ୍ତକର ୫ମରୁ ୮ ଅଧ୍ୟାୟ ମଧ୍ୟରେ ୨୦୨୦ରେ ପୃଥିବୀରେ ହେବାକୁଥିବା ବିଭିନ୍ନ ଘଟଣା ଗୁଡ଼ିକର ଭବିଷ୍ୟବାଣୀ କରିଛନ୍ତି । ଏଥି ସମ୍ପର୍କରେ ଗ୍ରୀକ୍ ସେରେଡ଼ା କହିଛନ୍ତିଯେ, ଏହି ପୁସ୍ତକର ୭ମ ସିଲ୍ ଖୋଲିବାକୁ ମାତ୍ର କିଛି ସମୟ ବାକି ରହିଛି ଏବଂ ଏହି ସିଲ ଖୋଲିବା ମାତ୍ରେ ପୃଥିବୀ ଧ୍ୱଂସ ପାଇଯିବ । ମାତ୍ର ଏକ ବର୍ଷ ପୂର୍ବରୁ ସେରେଡ଼ା ୟୁଟ୍ୟୁବ୍ରେ ଏକ ଭିଡ଼ିଓ ଅପଲୋଡ଼ କରିଥିଲେ । ଉକ୍ତ ଭିଡ଼ିଓରେ ସେ କହିଛନ୍ତିଯେ, ବୁକ୍ ଅଫ୍ ରିବେଲସନ ଅନୁଯାୟୀ ଆମ୍ଭେମାନେ ବର୍ତ୍ତମାନ ୬ଷ୍ଠ ସିଲରେ ବଞ୍ଚିଛୁ ଏବଂ ୭ମ ସିଲ୍ ଖୋଲିବା ମାତ୍ରେ ଏପୃଥିବୀ ପୃଷ୍ଠରୁ ମାନବ ସମାଜ ସମ୍ପୁର୍ଣ୍ଣ ଲୋପ ପାଇଯିବ । ସେରେଡ଼ାଙ୍କ କହିବା ଅନୁଯାୟୀ ଯେଉଁ ୭ମ ସିଲ୍ ଆସିବାକୁ ଯାଉଛି ଏବଂ ଯାହା ବିଷୟରେ ସେ ବର୍ଣ୍ଣନା କରିଛନ୍ତି, ଏହାର ଅର୍ଥ ହେଉଛି ଆମ୍ଭେମାନେ ଯେଉଁ ସିଲରେ ୨୦୧୯ରେ ଥିଲେ ତାହା ୬ଷ୍ଠ ସିଲ୍ ରହିଥିଲା । ୭ମ ସିଲରେ ଜୋରଦାର ଭୂକମ୍ପ ହେବାର ଉଲ୍ଲେଖ ହୋଇଥିବା ସହିତ ଏହା ଏପରି ଏକ ସମୟ ହେବ ଯେଉଁଠାରେ ସୂର‌୍ୟ୍ୟଙ୍କ ରଙ୍ଗ ଆସ୍ଥେ ଆସ୍ଥେ କଳା ହୋଇଯିବ ଏବଂ ଚନ୍ଦ୍ର ନାଲି ରକ୍ତାଭ ରଙ୍ଗରେ ଆଲୋକିତ ହେବେ ।

କେବଳ ଏତିକି ନୁହେଁ ଆକାଶରୁ ତାରାମାନେ ଆସି ଧରିତ୍ରୀ ପୃଷ୍ଟରେ ପଡ଼ିବେ । ଏହି ମଣିଷ ସମାଜ ନିଜ ଆଖିରେ ତାଦ\’ର ବିନାଶ ଦେଖିବ । ସୂର‌୍ୟ୍ୟ, ଚନ୍ଦ୍ର, ତାରା ଏବଂ ଧରିତ୍ରୀର ଅନ୍ତ ସମ୍ପର୍କରେ ଭବିଷ୍ୟବାଣୀ ଗୋସପେଲ୍ସ ନାମକ ପୁସ୍ତକରେ ମଧ୍ୟ କରାଯାଇଛି, ଯେଉଁଥିରେ ଯୀଶୁ ଧରିତ୍ରୀର ବିଲୟ ସମ୍ପର୍କରେ କହିଛନ୍ତି । ସେରେଡ଼ା ପୂର୍ବ ୧୦୦ ବର୍ଷଧରି ହୋଇଆସୁଥିବା ବଡ଼ ବଡ଼ ଘଟଣାକୁ ବୁକ୍ ଅଫ ରିବେଲସନ ପୁସ୍ତକ ସହିତ ଯୋଡ଼ି ନିଜର ମତ ରଖିଛନ୍ତି । ତାଙ୍କ ଅନୁଯାୟୀ ଉକ୍ତ ପୁସ୍ତକର ପ୍ରତ୍ୟେକଟି କଥା ସତ୍ୟ, ଯାହା ଧିରେ ଧିରେ ସତ୍ୟ ପ୍ରମାଣିତ ହେଉଛି । ଏହାର ଏକ ବଡ଼ ପ୍ରମାଣ ହେଉଛି ୧ ନଭେମ୍ବର ୧୭୫୫ରେ ଲିସବନରେ ହୋଇଥିବା ବଡ଼ ଭୂମିକମ୍ପ, ଯାହାକି ରେକ୍ଟର ସ୍କେଲରେ ୮.୫ରୁ ୯.୦ବୋଲି ମପାଯାଇଥିଲା । ଏହି ଭୟଙ୍କର ଭୂମିକମ୍ପର ୪୦ ମିନିଟ୍ ପରେ ୫୦ ଫୁଟ୍ ଉଚ୍ଚର ସୂନାମୀ ଆସିଥିଲା ଏବଂ ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ହାନି ହୋଇଥିଲା । ଏହାର ଆଉ ଏକ ଉଦାହରଣ ହେଉଛି ୧୩ ନଭେମ୍ବର ୧୯୩୩ରେ ଉତ୍ତର ଆମେରିକାର ଆକାଶ ଚାରି ଘଣ୍ଟା ପାଇଁ ନିଆଁ ଭଳିଆ ଦେଖାଯାଇଥିଲା । ସେରେଡ଼ା ଆହୁରି ମଧ୍ୟ କହିଛନ୍ତିଯେ, ୭ମ ସିଲ୍ ଖୋଲିବା ପୂର୍ବରୁ ସ୍ୱର୍ଗରେ ଅଧଘଣ୍ଟା ପାଇଁ ନିରବତା ଦେଖାଯିବ ଏବଂ ଏହି ସମୟରେ ଯୀଶୁ ତାଙ୍କର ଆଞ୍ଜେଲ୍ ମାନଙ୍କ ସହିତ ଧରିତ୍ରୀକୁ ଓହ୍ଲାଉଥିବେ ।


Share It

Comments are closed.