ଭୁବନେଶ୍ୱରରେ ୫୬% ଲୋକ ନିଜ ଜୀବନସାଥୀଙ୍କୁ ସନ୍ଦେହ କରିଥାନ୍ତି : ସର୍ଭେ


ହଟଷ୍ଟାର ପକ୍ଷରୁ ମାଇଣ୍ଡ ସେୟାର ଓ ୟୁନୋମର୍ ସହଭାଗିତାରେ ଏକ ସ୍ୱତନ୍ତ୍ର ଗବେଷଣାମୂଳକ ଅଧ୍ୟୟନ ପ୍ରକାଶିତ ହୋଇଛି ; ଯେଉଁଥିରେ ବିଶ୍ୱାସଘାତ ଉପରେ ରହିଥିବା ଭାରତର ଦୃଷ୍ଟିକୋଣକୁ ବୁଝିବା ପାଇଁ ପ୍ରୟାସ କରାଯାଇଛି । ହଟଷ୍ଟାର୍ ଆଉଟ୍ ଅଫ୍ ଲଭ୍ ସର୍ଭେ ଭାରତରେ ବୈବାହିକ ସମ୍ପର୍କରେ ଆସୁଥିବା ପରିବର୍ତ୍ତନ ଓ ଜୀବନସାଥୀଙ୍କ ମଧ୍ୟରେ ରହିଥିବା ବିଶ୍ୱସନୀୟତାର ମହତ୍ତ୍ୱକୁ ବୁଝିବାକୁ ଲକ୍ଷ୍ୟ ରଖିଛି । ହଟଷ୍ଟାର ସ୍ପେଶାଲ୍‌ର ନୂଆ କାର୍ଯ୍ୟକ୍ରମ ଆଉଟ୍ ଅଫ୍ ଲଭ୍ ରିଲିଜ୍ ହେବାର କିଛି ଦିନ ମଧ୍ୟରେ ସଫଳତାର ଶୀର୍ଷରେ ପହଞ୍ôଚଥିବାବେଳେ ଏହା ବିଶ୍ୱାସଘାତକତା ଓ ଏହାର ପରବର୍ତ୍ତୀ ସ୍ଥିତିରେ ଲୋକମାନେ ସାମ୍ନା କରୁଥିବା ବିକଳ୍ପ ଗୁଡିକ ସହ ଜଡିତ ରହିଛି ଏବଂ ଏହି ଅଧ୍ୟୟନ ବିଭିନ୍ନ ବୟସର ଲୋକ ଓ ସହରରେ ଭାରତୀୟ ବିବାହିତ ବ୍ୟକ୍ତିଙ୍କର ମାନସିକତାକୁ ବୁଝିବାକୁ ଚେଷ୍ଟା କରୁଛି ।ଏହି ଅଧ୍ୟୟନ ଭୁବନେଶ୍ୱର ବାସିନ୍ଦାଙ୍କ କିଛି ପ୍ରମୁଖ ଦୃଷ୍ଟିକୋଣକୁ ମଧ୍ୟ ଆଲୋକପାତ କରୁଛି ।
ଭୁବନେଶ୍ୱରର ୫୬% ବ୍ୟକ୍ତି ନିଜ ବିବାହକୁ ନେଇ ଅସୁରକ୍ଷିତ ଅନୁଭବ କରୁଛନ୍ତି ।

Figures of couple from paper and scissors.

ହଟଷ୍ଟାର ଆଉଟ୍ ଅଫ୍ ଲଭ୍ ସର୍ଭେ ମୁତାବକ ବିବାହରେ ଅସୁରକ୍ଷିତ ଭାବନା ଦିନକୁ ଦିନ ବଢିବାରେ ଲାଗିଛି କାରଣ ଭାରତର ଅଧାରୁ ଅଧିକ ଉତ୍ତରଦାତା ନିଜ ସନ୍ଦେହ ଦୂରକରିବା ପାଇଁ ଯାଞ୍ଚ ଆବଶ୍ୟକତା ଅନୁଭବ କରୁଛନ୍ତି । ସେହିପରି ୪୫% ଲୋକ ସେମାନଙ୍କ ପାର୍ଟନରଙ୍କ ଫୋନ୍ ତାଙ୍କ ଅଜାଣତରେ ଚେକ୍ କରିବାକୁ ଚାହାନ୍ତି ଏବଂ ୫୫% ଲୋକ ଏଭଳି କରିସାରିଛନ୍ତି । ମଜାଦାର କଥା ହେଉଛି ଭୁବନେଶ୍ୱରର ୫୬% ଲୋକ ନିଜ ଜୀବନସାଥୀଙ୍କ ଫୋନ୍ ଚେକ୍ କରିଥିବା ଦାବିକରିଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱରର ୨୪% ଉତ୍ତରଦାତା ବିଶ୍ୱାସକରିଥାନ୍ତି ଯେ, ସେମାନଙ୍କ ଜୀବନସାଥୀ ତାଙ୍କୁ ଧୋକା ଦେଇପାରନ୍ତି ।
ଅଭିନେତ୍ରୀ ସୋନି ରାଜଦାନ କହିଛନ୍ତି, ‘ ମୁଁ ଭାବୁଛି ଅସୁରକ୍ଷିତ ମନୋଭାବ କାରଣରୁ ଆମେ ଗୁପ୍ତଚରଗିରି କରିଥାଉ; ଯାହାକି ସମ୍ପର୍କ ନୂଆ ନୂଆ ଥିବା ସମୟରେ ଆରମ୍ଭ ହୋଇଥାଏ-ଯେତେବେଳେ ଆମେ ଜଣଙ୍କୁ ଅତ୍ୟଧିକ ଭଲ ପାଉଥାଉ କିମ୍ବା ନିଜ ଜୀବନସାଥୀଙ୍କ ପ୍ରତି ଅତ୍ୟନ୍ତ ଭାବୁକ ହୋଇଥାଉ । ଏହାର ବିପରୀତରେ ଅସୁରକ୍ଷିତ ଅନୁଭବ କରିବା ତୁମ ପାଇଁ ଖୁବ୍‌ସାଧାରଣ ହୋଇଥାଏ ଯଦି ପୂର୍ବରୁ ତୁମ ଜୀବନସାଥୀ ତୁମକୁ ଧୋକା ଦେଇଥାନ୍ତି ଏବଂତୁମ ନିକଟରେ ତାହାର ଅଭିଜ୍ଞତା ରହିଥାଏ । ଯେତେବେଳେ ତୁମର ଜୀବନସାଥୀ ଅନ୍ୟ ଜଣଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ତାହା ତୁମେ ଅନୁଭବ କରିପାର । ଏହା ଏକ ପ୍ରାକୃତିକ ମାନବୀୟ ଗୁଣ । ମୁଁ ଭାବୁଛି ଅସୁରକ୍ଷିତ ମନୋଭାବ ହେଉଛି ଯେକୌଣସି ସମ୍ପର୍କର ଏକ ଅଂଶ ଯାହାକି ଜୀବନର ବହୁତ ବିଳମ୍ବରେ ସାମନାକୁ ଆସିଥାଏ ।’
ଅଭିନେତ୍ରୀ ନେହା ଧୁପିଆ କହିଛନ୍ତି, ‘ମୁ ଏଭଳି ଏକ ମାନସିକତାରୁ ଆସିଛିଯେଉଁଠାରେ ମୁଁ ଅନୁଭବ କରୁଛିକି ଯଦି ତୁମେ ୧୦୦% ଏକ ସମ୍ପର୍କକୁ ନିଭାଉଛ ଏବଂ ଯଦି ଉକ୍ତ ବ୍ୟକ୍ତିଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇସାରିଛ ତେବେ ତୁମେ ତାହା କରିବାଉଚିତ । ସେଭଳି ସ୍ଥିତିରେ ନିଜ ଜୀବନସାଥୀଙ୍କ ଉପରେ ଜାସୁସି କରିବାର କୌଣସି ଆବଶ୍ୟକତା ନାହିଁ । ନିଜ ଜୀବନସାଥୀଙ୍କ ଜାସୁସି କରିବା କିଛି ନିର୍ଦ୍ଧିଷ୍ଟ ସ୍ଥାନରୁ ସୃଷ୍ଟି ହୋଇଥାଏ ଯେପରିକି ଅତ୍ୟଧିକ ଭଲପାଇବା ଏବଂ ଏହାପରେ ଉଭୟ ପୁରୁଷ ଓ ମହିଳା ସମ୍ପର୍କ ମଧ୍ୟରେ ଅସୁରକ୍ଷିତ ମନୋଭାବ ଓ କମ୍ ଆତ୍ମବିଶ୍ୱାସ ଯୋଗୁଁ ପ୍ରଭାବିତ ହୋଇଥାନ୍ତି ।’


ଲାଇଫ୍‌କୋଚ୍‌, ଥେରାପିଷ୍ଟ ଓ କ୍ୱାଣ୍ଟମ୍ ମେଡିସିନ୍ ଡକ୍ଟର, ରାମୋନ୍ ଲାମ୍ବାଙ୍କ ମତରେ, ଆମେ ମଣିଷଭାବେ ଭାବନାତ୍ମକ ଚାଳକ ନାମକ ବ୍ୟବହାର ପ୍ରଣାଳୀ ଦ୍ୱାରା ସଞ୍ଚାଳିତ ହୋଇଥାନ୍ତି । ଯେଉଁ ଲୋକଙ୍କ ପାଖରେ ପ୍ରାଥମିକ ସଞ୍ଚାଳକଭାବେ ସୁରକ୍ଷା ଓ ନିୟନ୍ତ୍ରଣଭାବ ରହିଛି ସେମାନଙ୍କ ପାଖରେ ନିଜ ଭାବନାକୁ ପ୍ରୋତ୍ସାହିତ କରିବା, ନିଜ ଆଖପାଖର ପରିବେଶକୁ ନିୟନ୍ତ୍ରଣ କରିବା ଓ ସୂଚନା ହାସଲକରି ନିଜକୁ ସୁରକ୍ଷିତ ଅନୁଭବ କରିବାର ଲାଳସା ରହିଛି । ଏକ ଅବଚେତନ ସ୍ତରରେଏହି ପ୍ରଣାଳୀ ସେମାନଙ୍କୁ ନିଜ ଜୀବନସାଥୀଙ୍କ ଫୋନ୍ ଓ ଇମେଲର ଜାସୁସି କରିବା ପାଇଁ ପ୍ରେରିତ କରିଥାଏ ।
ବିଶ୍ୱାସଘାତକତାର ସାମ୍‌ନାକଲେ ଭୁବନେଶ୍ୱର କ୍ଷମା କରିପାରିବକି, କ୍ଷମାକରିବ ନା ଲଢେଇ କରିବ?
ଏହି ସର୍ଭେରୁ ଜଣାଯାଇଛି ଯେ, ୭୮% ଭାରତୀୟ ବିଶ୍ୱାସଘାତକତାକୁ ସ୍ୱୀକାରକରିବାର ସାହସ ଦେଖାଇବେ । ଏଥି ସହିତ ଭୁବନେଶ୍ୱରର ଉତ୍ତରଦାତାଙ୍କ ମଧ୍ୟରୁ ସର୍ବାଧିକ ୬୨% କ୍ଷମା ଦେବା ପାଇଁ ସହମତି ପ୍ରକାଶ କରିଥିବାବେଳେ ୬୫% ସହ ଲକ୍ଷ୍ନୌ ୨ୟ ସ୍ଥାନରେ ରହିଛି । ସେହିପରି ୧୮% ଲୋକ ନିଜ ପାଇଁ ଲଢେଇକରିବେ ବୋଲି କହିଥିବାବେଳେ କେବଳ ୨୦% ଏହାକୁ ଭୁଲିଯିବେ ।


Share It

Comments are closed.