ଏହି ଅଭିନେତ୍ରୀଙ୍କୁ ଲୁଚି ଲୁଚି ଡେଟ କରୁଛନ୍ତି ‘ବୁମରା’


କ୍ରିକେଟ ଷ୍ଟାର୍ସ ଏବଂ ସିନେମା ଜଗତ ମଧ୍ୟରେ ସଂପର୍କ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ଏହା ତାଲିକା ଖୁବ ଲମ୍ବା ଅଟେ । ବର୍ତ୍ତମାନ ଏଥିରେ ଆଉ ଏକ ନାମ ଯୋଡି ହେବାକୁ ଯାଉଛି । ସେ ହେଉଛନ୍ତି ‘ଯଶପ୍ରୀତ ବୁମରା’ । ଭାରତୀୟ ଟିମର ଦ୍ରୁତ ବୋଲର ‘ଯଶପ୍ରୀତ ବୁମରା’ଙ୍କ ଘାତକ ବୋଲିଂରେ ବିଶ୍ୱ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଆପଣା ଛାଏଁ ଆଣ୍ଠେଏ ପଡୁଥିବାବେଳେ କିନ୍ତୁ ବର୍ତ୍ତମାନ ସେ ପ୍ରେମର ଖେଳରେ କ୍ଲିନ ବୋଲ୍ଡ ହୋଇଯାଇଛନ୍ତି । କାରଣ ବୁମରା ଏବଂ ସାଉଥ ଅଭିନେତ୍ରୀ ‘ଅନୁପମା ପରମେଶ୍ୱରମ’ଙ୍କ ଏକ ନୂଆ ସଂପର୍କ ଗଢି ଉଠିଲାଣି ।

ମିଳିଥିବା ସୂଚନା ମୁତାବକ ଉଭୟ ଲୁଚିଲୁଚି ପରସ୍ପରଙ୍କୁ ଡେଟ କରୁଛନ୍ତି । ଏହାର ଚର୍ଚ୍ଚା ସେତେବେଳେ ହେଲା ବୁମରା ପୂର୍ବରୁ କୌଣସି ଅଭିନେତ୍ରୀଙ୍କୁ ଟ୍ୱିଟରରେ ଫଲୋ କରିନଥିବାବେଳେ ପ୍ରଥମ ଥର ପାଇଁ ସେ ଟ୍ୱିଟରରେ ‘ଅନୁପମା ପରମେଶ୍ୱରମ’ଙ୍କୁ ଫଲୋ କରିଥିଲେ ।
ପ୍ରକାଶ ଥାଉକି ଅନୁପମା ୨୦୧୫ରେ ମାଲାୟଲମ ଫିଲ୍ମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ୨୦୧୬ରେ ତେଲୁଗୁ ଫିଲ୍ମରେ ଅଭିନୟ କରିଥିଲେ । ବର୍ତ୍ତମାନ ସେ ଆସିସଟାଣ୍ଟ ଡାଇରେକ୍ଟର ‘ଡୁଲକୁଏର ସଲମାନ’ଙ୍କ ପ୍ରଡକ୍ସନ ହାଉସରେ କାମ କରୁଛନ୍ତି ।
ପୂôବର୍ରୁ ବୁମରା ଆପଣଙ୍କୁ କିପରି ଲାଗନ୍ତି ? ସାମ୍ବାଦିକଙ୍କ ଦ୍ୱାରା ଅନୁପମାଙ୍କୁ ପଚରା ଯାଇଥିବା ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, “ବୁମରା ଜଣେ ଭଲ ଖେଳାଳୀ, ତା ଠାରୁ ଅଧିକ କିଛି ଜାଣି ନାହିଁ । ”


Share It

Comments are closed.