କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଋପେ ନିଜ ବୃତ୍ତିକୁ ଫେରିଲେ ଆୟର୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ


ଡବ୍‌ଲିନ୍‌, ୭ ଏପ୍ରିଲ ୨୦୨୦: କୋଭିଡ୍‌-୧୯କୁ ହରାଇବା ପାଇଁ ଏବେ ସମଗ୍ର ବିଶ୍ୱ ଊଢେଇ ଜାରି ରଖିଛି । ଏଭଳି ସ୍ଥିତିରେ କରୋନା ସହ ଲଢେଇରେ ଆୟର୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଖୁବ୍ ପ୍ରଶଂସନୀୟ । ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ବରାଡ୍‌କର କରୋନାରେ ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା କରିବା ପାଇଁ ପୁଣି ଥରେ ଡାକ୍ତରୀ ପେସାକୁ ଆପଣାଇଛନ୍ତି । ଲିଓ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ପାଇଁ ନିଜ ନାମକୁ ପୁଣିଥରେ ଡାକ୍ତର ଭାବେ ପଞ୍ଜୀକରଣ କରାଇଛନ୍ତି । ଆୟରିସ୍ ପିଏମ୍ କାର୍ଯ୍ୟାଳୟର ସୂଚନା ମୁତାବକ, ସେ ଏକ ସପ୍ତାହ ପର୍ଯ୍ୟନ୍ତ କରୋନା ରୋଗୀଙ୍କ ଚିକିତ୍ସା କରିବେ । ଲିଓଙ୍କ ସହ ତାଙ୍କ ପରିବାରର ଅନେକ ସଦସ୍ୟ ଓ ବନ୍ଧୁମାନେ ମଧ୍ୟ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିବେ । ଲିଓ ବରାଡ୍‌କର ୭ ବର୍ଷ ପର୍ଯ୍ୟନ୍ତ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ଲିଓ ଡବ୍‌ଲି୍‌ର ସେଂଟ୍ ଜେମ୍ସ ହସ୍ପିଟାଲ ଓ କୋନୋଲି ହସ୍ପିଟାଲରେ ଜଣେ ଜୁନିୟର ଡାକ୍ତର ଭାବେ କାମ କରୁଥିଲେ । ବର୍ତମାନ ଆୟର୍‌ଲ୍ୟାଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରି ବୃଦ୍ଧି ଘଟିଛି । ଏଠାରେ ବର୍ତମାନ ସୁଦ୍ଧା କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୦୦୦ରୁ ଅଧିକ ରହିଛି । କରୋନାର ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଲିଓ ନିଜ ପୁରୁଣା ପେସାକୁ ଫେରିବାକୁ ନିଷ୍ପତି ନେଇଥିଲେ । ଆୟର୍‌ଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଡାକ୍ତରୀ ପେସାକୁ ଛାଡିଥିବା ଲୋକମାନଙ୍କୁ ପୁଣିଥରେ ଏହି ପେସାକୁ ଫେରାଇ ଆଣିବା ଲାଗି ସରକାର ଏକ ଅଭିଯାନ ଆରମ୍ଭ କରିଛନ୍ତି । ସରକାରଙ୍କ ଏହି ପ୍ରୟାସ ଯୋଗୁ ବର୍ତମାନ ସୁଦ୍ଧା ୭୦,୦୦୦ରୁ ଅଧିକ ଲୋକ ଏହି ଅଭିଯାନରେ ସାମିଲ ହୋଇଛନ୍ତି ।


Share It

Comments are closed.