ଇରେଡା ପକ୍ଷରୁ କ୍ୟୁଆଇପି ଜରିଆରେ ୨୦୦୫.୯୦ କୋଟି ଟଙ୍କା ହାସଲ
ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ କ୍ୱାଲିଫାଏଡ୍ ଇନଷ୍ଟିଚ୍ୟୁସନ୍ସ ପ୍ଲେସ୍ମେଂଟ୍ (କ୍ୟୁଆଇପି) ଜରିଆରେ ୨୦୦୫.୯୦ କୋଟି ଟଙ୍କା ହାସଲ କରାଯାଇଛି। ସେୟାର ପିଛା ୧୬୫.୧୪ ଟଙ୍କା ହିସାବରେ ୧୨.୧୫ କୋଟି ସେୟାର ଜାରି କରି କମ୍ପାନି ଏହି ପାଣ୍ଠି ସଂଗ୍ରହ କରିଛି।
ସେୟାର ପିଛା ୧୬୫.୧୪ ଟଙ୍କାର ଇସ୍ୟୁ ମୂଲ୍ୟ ହେଉଛି ସେୟାର ପିଛା ୧୭୩.୮୩ ଟଙ୍କାର ଫ୍ଲୋର୍ ମୂଲ୍ୟର ୫ ପ୍ରତିଶତ ରିହାତି। ୨୦୨୫ ଜୁନ୍ ୫ରେ ଶୁଭାରମ୍ଭ କରାଯାଇଥିବା ଏହି କ୍ୟୁଆଇପି ଇସ୍ୟୁ ୨୦୨୫ ଜୁନ୍ ୧୦ରେ ବନ୍ଦ ହୋଇଥିଲା ଯାହା ଉଭୟ ଘରୋଇ ଓ ବୈଦେଶିକ ଯୋଗ୍ୟ ସଂସ୍ଥାଗତ ଗ୍ରାହକ (କ୍ୟୁଆଇବି)ଙ୍କଠାରୁ ଜବରଦସ୍ତ ସମର୍ଥନ ହାସଲ କରିଥିଲା। ସେଥିରେ ବୀମା କମ୍ପାନି, ସିଡ୍ୟୁଲ୍ଡ କମର୍ସିଆଲ୍ ବ୍ୟାଙ୍କ ଓ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ଉପସ୍ଥିତ ଥିଲେ। ବୋର୍ଡ ପକ୍ଷରୁ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ ଗ୍ରାହକଙ୍କୁ ଆବଂଟନ କରାରଯାଇଥିଲା।
ଏହି କ୍ୟୁଆଇପି ଅଧିକ ସବ୍ସ୍କ୍ରାଇବ୍ ହୋଇଥିଲା, ଯେଉଁଥିରେ ୧୫୦୦ କୋଟି ଟଙ୍କାର ଆଧାର ଆକାର ତୁଳନାରେ ୨୦୦୫.୯୦ କୋଟି ଟଙ୍କାର ବିଡ୍ ହାସଲ ହୋଇଥିଲା ଯାହା ୧.୩୪ ଗୁଣା ଅଧିକ। ଏହି ପାଣ୍ଠି ଇରେଡାର ଟାୟାର-୧ ପୁଞ୍ଜି ଓ ସାମଗ୍ରିକ ପୁଞ୍ଜି ସ୍ୱଚ୍ଛଳତା ହାର (ସିଏଆର୍)କୁ ସମର୍ଥନ କରିବ ଯାହା ଭାରତର ଅକ୍ଷୟ ଶକ୍ତି କ୍ଷେତ୍ରକୁ ସହାୟତା ପ୍ରଦାନ କରିବା ଲାଗି କମ୍ପାନିର କ୍ଷମତାରେ ଉନ୍ନତି ଆଣିବ।
ଏହି ଅବସରରେ ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି ଯେ, “୨୦୨୩ ନଭେମ୍ବରରେ ଆମ ଆଇପିଓର ଅଳ୍ପ ସମୟ ପରେ ଏହି କ୍ୟୁଆଇପି ସଫଳତାର ସହ ସମ୍ପନ୍ନ ହୋଇଛି। ଆମ ଉପରେ ନିବେଶକ ଗୋଷ୍ଠୀ ଓ ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ରହିଥିବା ଭରସା ଓ ବିଶ୍ୱାସର ପ୍ରମାଣ। ଏହି ପାଣ୍ଠି ଆମକୁ ଆମ ଫାଇନାନ୍ସ କାର୍ଯ୍ୟକଳାପକୁ ବଢ଼ାଇ ଅକ୍ଷୟ ଶକ୍ତି ପ୍ରକଳ୍ପରେ ଶ୍ରେଷ୍ଠ ନିବେଶ ହାସଲ କରିବା ଏବଂ ଏକ ସବୁଜ ଓ ସ୍ଥାୟୀ ଶକ୍ତି ଭବିଷ୍ୟତ ପ୍ରତି ଭାରତର ରୂପାନ୍ତରଣକୁ ତ୍ୱରାନ୍ୱିତ କରିବାରେ ସଶକ୍ତ କରିବ।’’
ଇରେଡାର ସିଏମ୍ଡି କେନ୍ଦ୍ର ନବୀନ ଓ ଅକ୍ଷୟ ଶକ୍ତି, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ପହଲ୍ଲାଦ ଯୋଶୀ, ଶକ୍ତି ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ, ବିଭାଗୀୟ ସଚିବ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ, ନିବେଶ ଓ ସାର୍ବଜନୀନ ସଂପତି ପରିଚାଳନା (ଦିପମ୍) ବିଭାଗ, ନିର୍ଦେଶକ ବୋର୍ଡକୁ ସହାୟତା ଓ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି।
ସମସ୍ତ ସଂସ୍ଥାଗତ ନିବେଶକ ଓ ଅଂଶୀଦାରମାନଙ୍କୁ ସେମାନଙ୍କ ନିରନ୍ତର ସହାୟତା ପାଇଁ ଇରେଡା କୃତଜ୍ଞତା ଜଣାଇବା ସହ ଦେଶର ସ୍ୱଚ୍ଛ ଶକ୍ତି ଫାଇନାନ୍ସ ଅଭିଯାନ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଛି।
Comments are closed.