ଇରେଡା ପକ୍ଷରୁ ରଥଯାତ୍ରାରେ ଭକ୍ତଙ୍କୁ ଭୋଜନ ଏବଂ ଜଳ ସେବା ପ୍ରଦାନ, ସିଏମଡିଙ୍କ ଷ୍ଟଲ୍ ପରିଦର୍ଶନ

Share It

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ ପୁରୀର ରଥଯାତ୍ରା ଅବସରରେ ଜଳ ଏବଂ ପ୍ରସାଦ ସେବା ପ୍ରଦାନ କରୁଛି। ଏହି ଉଦ୍ୟମ ୨୦୨୫ ଜୁଲାଇ ୫ ପର୍ଯ୍ୟନ୍ତ ଚାଲିବ, ଯାହାଦ୍ୱାରା ହଜାର ହଜାର ଯାତ୍ରୀଙ୍କୁ ପିଇବା ପାଇଁ ଜଳ ଯୋଗାଣ କରାଯାଉଛି।
ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଏହି ସେବାରେ ଯୋଗ ଦେଇ ଭକ୍ତ ଏବଂ ସ୍ୱେଚ୍ଛାସେବୀମାନଙ୍କ ସହ ସାକ୍ଷାତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ତ କୃପାରେ ଇରେଡାକୁ ଦ୍ୱିତୀୟ ବର୍ଷ କ୍ରମାଗତ ଭାବରେ ଭକ୍ତଙ୍କୁ ସେବା କରିବାର ଏହି ପବିତ୍ର ସୁଯୋଗ ମିଳିଛି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମର ଲକ୍ଷ୍ୟ ସହିତ ଏଭଳି ସାମାଜିକ ଉଦ୍ୟମ ଆମ ଗୋଷ୍ଠୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।’’
ଇରେଡାର ସରକାରୀ ମନୋନୀତ ନିର୍ଦେଶକ ଶ୍ରୀ ପଦମ ଲାଲ୍ ନେଗୀ, ସ୍ୱାଧୀନ ନିର୍ଦେଶକମାନେ ଯଥା ଶ୍ରୀ ଶବ୍ଦଶରଣ ଏନ୍ ବ୍ରହ୍ମଭଟ୍ଟ, ଡ଼ା. ଜଗନ୍ନାଥ ସି ଏମ୍ ଜୋଧିଧର, ଶ୍ରୀମତୀ ରୋହିଣୀ ରାୱତ୍ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ କମ୍ପାନିର ଷ୍ଟଲ୍ ପରିଦର୍ଶନ କରି ଏହି ଉଦ୍ୟମକୁ ସମର୍ଥନ ଜଣାଇଥିଲେ। ଏହାପୂର୍ବରୁ ଇରେଡାର ନିର୍ଦେଶକ (ଫାଇନାନ୍ସ) ଡ଼ା. ବିଜୟ କୁମାର ମହାନ୍ତି ଇରେଡା ମଧ୍ୟ ଏହି ମହତ୍ ଉଦ୍ୟମକୁ ସମର୍ଥନ ଦେବା ପାଇଁ କମ୍ପାନି ଷ୍ଟଲ୍ ପରିଦର୍ଶନ କରିଥିଲେ।


Share It

Comments are closed.