ଅନିର୍ଦ୍ଦିକାଳ ପାଇଁ ଗଡିବ ନାହିଁ ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍


ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍‌ ଏକ୍ସପ୍ରେସ୍‌କୁ ଯାତ୍ରୀ ମିଳୁନାହାନ୍ତି। ଯାତ୍ରୀ ନ ମିଳିବା କାରଣରୁ ଦିଲ୍ଲୀ-ଲକ୍ଷ୍ମୌ ଏବଂ ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଚାଲୁଥିବା ତେଜସ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଅନିଶ୍ଚିତ କାଳ ପାଇଁ ବାତିଲ କରି ଦିଆଯାଇଛି । ଆଇଆର୍‌ସିଟିସିର ପ୍ରବକ୍ତା ସିଦ୍ଧାର୍ଥ ସିଂହ ଏହି ସୂଚନା ଦେଇଛନ୍ତି । ଏହି ଟ୍ରେନ୍‌ଗୁଡିକୁ ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜମ୍‌ କର୍ପୋରେସନ୍‌ ଲିମିଟେଡ୍‌(ଆଇଆର୍‌ସିଟିସି) ଦ୍ୱାରା ସଞ୍ଚାଳନ କରାଯାଇଥାଏ।

ସିଦ୍ଧାର୍ଥଙ୍କ ସୂଚନା ଅନୁସାରେ, ନୂଆଦିଲ୍ଲୀରୁ ଲକ୍ଷେ୍ନø ମଧ୍ୟରେ ଚାଲୁଥିବା ତେଜସ୍‌ ଏକ୍ସପ୍ରେସ୍‌ର ଚଳାଚଳକୁ ନଭେମ୍ବର ୨୩ରୁ ଏବଂ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଚାଲୁଥିବା ତେଜସ୍‌ ଏକ୍ସପ୍ରେସ୍‌ର ସଞ୍ଚାଳନ ୨୪ ନଭେମ୍ବରରୁ ବନ୍ଦ କରାଯାଉଛି। ଉଭୟ ରୁଟ୍‌ରେ ଚାଲୁଥିବା ଅନ୍ୟ ଟ୍ରେନଗୁଡିକର ଯାତ୍ରୀ ସଂଖ୍ୟାକୁ ସମୀକ୍ଷା କରିବା ପରେ ତେଜସ୍‌କୁ ପୁଣି ଥରେ ଚଳାଇବା ପାଇଁ କୌଣସି ପ୍ରକାର ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଏ ଟ୍ରେନରେ ମୋଟ ୭୫୮ ସଂଖ୍ୟକ ସିଟ୍‌ ରହିଛି । କିନ୍ତୁ ବର୍ତ୍ତମାନର କୋଭିଡ୍‌-୧୯ ସଙ୍କଟ ମଧ୍ୟରେ ଏଥିରୁ ମାତ୍ର ୨୫ରୁ ୪୦% ସିଟ୍‌ ହିଁ ବୁକ୍‌ ହେଉଥିଲା। ଲକ୍‌ଡାଉନ୍‌ ପୂର୍ବରୁ ଏଥିମଧ୍ୟରୁ ୫୦ରୁ ୮୦% ସିଟ୍‌ ବୁକ୍‌ ହେଉଥିଲା। ଦେଶରେ କରୋନା ମହାମାରୀ ବ୍ୟାପିବା ପରେ ମାର୍ଚ୍ଚ ୧୯ରୁ ଉଭୟ ଟ୍ରେନ୍‌ର ଚଳାଚଳକୁ ବନ୍ଦ ରଖାଯାଇଥିଲା । ପ୍ରାୟ ୭ ମାସ ବନ୍ଦ ରହିବା ପରେ ଗତ ଅକ୍ଟୋବର ୧୭ରେ ପୁଣି ଚଳାଚଳକୁ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସ୍ଥିତିରେ ଯାତ୍ରୀ ଚାହିଦା ନାହିଁ । ଦୀପାବଳି ସମୟରେ ବି ତେଜସ୍‌ରେ ସିଟ୍‌ଗୁଡିକ ଖାଲି ପଡ଼ିଥିଲା । ଅଧିକ ଯାତ୍ରୀ ଭଡ଼ା କାରଣରୁ ଲୋକେ ଟ୍ରେନ ବଦଳରେ ବିମାନ ଯାତ୍ରାକୁ ପସନ୍ଦ କରୁଛନ୍ତି ।

ସୂଚନାଯୋଗ୍ୟ, ଆଇଆର୍‌ସିଟିସି ଦିଲ୍ଲୀ-ଲକ୍ଷେ୍ନø ମଧ୍ୟରେ ତେଜସ୍‌ର ସଞ୍ଚାଳନ ଗତବର୍ଷ ଅକ୍ଟୋବର ୪ରୁ ଏବଂ ମୁମ୍ବାଇ-ଅହମ୍ମଦାବାଦ ତେଜସ୍‌ର ସଞ୍ଚାଳନ ଏ ବର୍ଷ ଜାନୁଆରୀ ୧୯ରୁ ଆରମ୍ଭ କରିଥିଲା । ତେଜସ୍‌ରେ ଯାତ୍ରୀଙ୍କୁ ବିମାନ ଯାତ୍ରା ଭଳି ସେବା ପ୍ରଦାନ କରାଯାଇଥାଏ।

ଆଇଆର୍‌ସିଟିସିର ଜଣେ ଅଧିକାରୀ କହିଛନ୍ତି ଯେ, ତେଜସ୍‌ ଟ୍ରେନ୍‌କୁ ଚଳାଇବା ପାଇଁ ଯେତେ ମାତ୍ରାରେ ଖର୍ଚ୍ଚ ହେଉଛି ଆୟ ସେ ତୁଳନାରେ ନାହିଁ । ଏହି ଟ୍ରେନକୁ ଦିନେ ଚଳାଇବା ପାଇଁ ୧୫ରୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଅନ୍ୟପକ୍ଷରେ, ପୁରା ଟ୍ରେନ୍‌ରେ ମାତ୍ର ୫୦ରୁ ୬୦ ଜଣ ଯାତ୍ରୀ ବୁକିଂ କରୁଛନ୍ତି । ଯଦି ପ୍ରତି ଯାତ୍ରୀଙ୍କ ଟିକଟ ମୂଲ୍ୟ ହାରାହାରି ୧୦୦୦ ଟଙ୍କା ଧରାଯାଏ ତା’ହେଲେ ୫୦ରୁ ୬୦ ହଜାର ଟଙ୍କା ଆୟ ହେଉଛି । ଏହି ଟ୍ରେନ୍‌ରେ ୭୫୮ ସଂଖ୍ୟକ ଯାତ୍ରୀଙ୍କ ବୁକିଂ ହୋଇପାରିବ । କିନ୍ତୁ ବୁକିଂ ସଂଖ୍ୟା ଅନେକ ମାତ୍ରାରେ କମ୍‌ ରହିଛି ।


Share It

Comments are closed.