ଭାୟାକମ୍‌୧୮ ପକ୍ଷରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ଡିଜିଟାଲ୍ ଷ୍ଟ୍ରିମ୍ ଅଧିକାର ହାସଲ


ମୁମ୍ବାଇ ଭୁବନେଶ୍ୱର: ଭାୟାକମ୍‌୧୮ ପକ୍ଷରୁ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଭାରତୀୟ ଉପ ମହାଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌) ମ୍ୟାଚ୍‌ଗୁଡ଼ିକର ଡିଜିଟାଲ ଷ୍ଟ୍ରିମିଂ ଅଧିକାର ହାସଲ କରାଯାଇଛି । ପ୍ରତି ସିଜନର ୧୮ଟି ମ୍ୟାଚ୍ ପାଇଁ ଏହା ଭାରତ ଡିଜିଟାଲ୍ ଅଧିକାରର ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ହାସଲ କରିଛି । ବିଶ୍ୱସ୍ତରରେ ଭାୟାକମ୍‌୧୮ ପ୍ରମୁଖ କ୍ରିକେଟ୍ ପ୍ରେମୀ ଦେଶ ସମେତ ପାଂଚ ଆନ୍ତର୍ଜାତିକ ପ୍ରାନ୍ତ ମଧ୍ୟରୁ ତିନିଟିରେ ଟେଲିଭିଜନ ସମେତ ଡିଜିଟାଲ୍ ଅଧିକାର ହାସଲ କରିଛି ।ବିଡ୍ ପ୍ରକ୍ରିୟାରେ ଲୋକପ୍ରିୟ ପ୍ରସାରଣକାରୀ ଓ ଡିଜିଟାଲ୍ କଂପାନିଗୁଡ଼ିକୁ ପଛରେ ପକାଇ ଭାୟାକମ୍‌୧୮ ନିଜକୁ ଏକ ଅଗ୍ରଣୀ ଡିଜିଟାଲ, ମିଡିଆ, ମନୋରଂଜନ ଓ କ୍ରୀଡ଼ା ପ୍ଲାଟଫର୍ମ ଭାବେ ପ୍ରତିଷ୍ଠିତ କରିପାରିଛି   ବ୍ୟାପକ ଭାବେ ଲୋକମାନଙ୍କ ପାଖରେ ପହଂଚିବା, ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଓ ବୃଦ୍ଧି ପାଉଥିବା ଲୋକପ୍ରିୟ ବିଷୟବସ୍ତୁର ସମ୍ଭାର ସହ ଭାୟାକମ୍‌୧୮ର ଡିଜିଟାଲ୍ ପ୍ଲାଟଫର୍ମ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବ ଭାରତୀୟଙ୍କ ପସନ୍ଦରେ ନେତୃତ୍ୱ ସ୍ଥାନ ହାସଲ କରିବାକୁ ପ୍ରସ୍ତୁତ ହୋଇଛି । ଆଇପିଏଲ୍ ପ୍ରସାରଣ ଅଧିକାର ହାସଲ ସହ ଭାୟାକମ୍‌୧୮ ଭାରତର ଏହି ସର୍ବବୃହତ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରେ ପହଂଚାଇ ପାରିବ । ବର୍ତମାନ ଲୋକପ୍ରିୟ ବିଷୟବସ୍ତୁ ହାସଲ କରିବାର ସୁଯୋଗ ପାଉନଥିବା ୬ କୋଟି ଫ୍ରି-ଡିସ୍ ହୋମ୍ ସମେତ  ଭାରତର ପ୍ରତିଟି ଅଂଚଳରେ ପ୍ରତି ଭାରତୀୟଙ୍କ ନିକଟରେ ଏହା ଆଇପିଏଲ୍‌କୁ ଉପଲବ୍ଧ କରାଇବ ।

ଭାୟାକମ୍‌୧୮ ଏହା ପ୍ରଦର୍ଶନ କରିଛି ଯେ ଏହା ଭବିଷ୍ୟତ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ଗଠନ କରୁଥିବା ବେଳେ ପାରମ୍ପରିକ ଟେଲିଭିଜନ ପ୍ରସାରଣକୁ ଦୃଢ଼ କରିବା ଜାରି ରଖିଛି । ଭାରତ ଓ ବିଶ୍ୱସ୍ତରରେ କୋଟି କୋଟି ଗ୍ରାହକଙ୍କୁ ଶ୍ରେଷ୍ଠ ସମ୍ଭବ ଅନୁଭୂତି ପ୍ରଦାନ କରିବା ଲାଗି ଏହା ପାଖରେ ଷ୍ଟେଟ-ଅଫ୍‌-ଆର୍ଟ ଡିଜିଟାଲ୍ ଅଭିଜ୍ଞତା ରହିଛି । ଏହି ଡିଜିଟାଲ୍ ପ୍ଲାଟଫର୍ମ ଶ୍ରେଷ୍ଠ ମାନର ବିଷୟବସ୍ତୁ ସମେତ ବିଗ୍ ଡାଟା ଆନାଲିଟିକ୍ସ ଓ ପ୍ରେଡିକ୍ଟିଭ୍ ଆଲଗୋରିଦମ୍ ଜରିଆରେ ଡିଜିଟାଲ ଶକ୍ତିର ମିଶ୍ରଣକୁ ବ୍ୟବହାର କରି ପ୍ରତି ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ବିଷୟବସ୍ତୁ ପ୍ରଦାନ କରୁଛି ।ଫୁଟବଲରେ ଫିଫା ବିଶ୍ୱକପ୍‌, ଲା ଲିଗା, ସିରି ଏ ଓ ଲିଗ୍ ୧ ତଥା ବ୍ୟାଡମିଂଟନ, ଟେନିସ ଓ ବାସ୍କେଟବଲ (ଏନବିଏ) ଭଳି କ୍ରୀଡ଼ାର ପ୍ରସାରଣ ଅଧିକାର ହାସଲ କରିବା ପରେ ଭାୟାକମ୍ ୧୮ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ ବଡ଼ ଧରଣରେ ପ୍ରବେଶ କରିଛି । ଆଇପିଏଲ୍ ପ୍ରସାରଣ ଅଧିକାର ହାସଲ କରିବା ଦ୍ୱାରା ଭାୟାକମ୍‌୧୮ ଓ ଏହାର ପ୍ଲାଟଫର୍ମ ଦେଶର ସର୍ବବୃହତ କ୍ରୀଡ଼ା ସ୍ଥଳରେ ପରିଣତ ହୋଇପାରିଛି । ବ୍ୟାପକ ଭାବେ ଏକ ବୃହତ, ଯୁବ, ଅଧିକ ଉପଯୋଗୀ ଓ ଗଭୀର ଭାବେ ଜଡ଼ିତ ଦର୍ଶକଙ୍କ ପାଖରେ ପହଂଚିବା ଲାଗି ଏହା ବିଜ୍ଞାପନଦାତାଙ୍କୁ ଅତୁଳନୀୟ ସୁଯୋଗ ପ୍ରଦାନ କରିବ । ଜିଓ ସହିତ ଭାୟାକମ୍‌୧୮ର ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବଳରେ ଏହା ଅତୁଳନୀୟ ସୁଯୋଗ ସୃଷ୍ଟି ଆଣିବ ।

ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନିର୍ଦେଶିକା ନୀତା ଅମ୍ବାନି କହିଛନ୍ତି ଯେ, “କ୍ରୀଡ଼ା ଆମର ମନୋରଂଜନ କରିବା ସହ ଆମକୁ ଅନୁପ୍ରାଣିତ କରେ ଏବଂ ନିକଟତର କରାଏ । କ୍ରିକେଟ୍ ଓ ଆଇପିଏଲ୍ ଶ୍ରେଷ୍ଠ କ୍ରୀଡ଼ା ଓ ଭାରତର ଶ୍ରେଷ୍ଠତାକୁ ଉପସ୍ଥାପନ କରୁଥିବା ବେଳେ ଏହି କ୍ରୀଡ଼ା ଓ ଆକର୍ଷଣୀୟ ଲିଗ୍ ସହିତ ଆମେ ଆମର ସହଯୋଗିତାକୁ ଦୃଢ଼ କରିଥିବାରୁ ବେଶ ଗର୍ବିତ । ଆମେ କରୁଥିବା ପ୍ରତ୍ୟେକଟି ଜିନିଷ ଭଳି ଆମର ଲକ୍ଷ୍ୟ ହେଉଛି ଆଇପିଏଲ୍‌ର ଉଲ୍ଲାସପୂର୍ଣ୍ଣ ଅନୁଭୂତିକୁ ସାରା ଦେଶ ଓ ବିଶ୍ୱର ପ୍ରତିଟି କୋଣ ଅନୁକୋଣରେ ରହିଥିବା ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ପାଖରେ ପହଂଚାଇବା ।’’


Share It

Comments are closed.