ଆଜିଠାରୁ ଆଇପିଏଲ୍ ମହାକୁମ୍ଭ


ପ୍ରତିବର୍ଷ କ୍ରିକେଟ୍ ପ୍ରେମୀଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଆସୁଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଆଜିଠାରୁ ଆରମ୍ଭ ହେବାକୁଯାଉଛି । ଏହା ହେଉଛି ଆଇପିଏଲର ୧୧ତମ ସଂସ୍କରଣ । ଆଜି ଏହାର ଉଦଘାଟନୀ ଉତ୍ସବ ପାଳନ ହେବ। ମୂମ୍ବାଇ ୱାଙ୍ଖଡେ ଷ୍ଟାଡିୟମ୍ରେ ଆଜି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯିବ । ଗତ ବର୍ଷ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୂମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ତିନି ଥର ଆଇପିଏଲ୍ ଚମ୍ପିଆନ୍ ହୋଇଥିବାବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପରକିଙ୍ଗସ ୨୦୧୦ ଓ ୨୦୧୧ରେ କ୍ରମାଗତ ୨ ଥର ଚମ୍ପିଆନ୍ ହୋଇଥିଲା । ସେହି ପରି କୋଲକତା ନାଇଟ ରାଇଡର୍ସ (କେକେଆର) ୨ ଥର ଚମ୍ପିଆନ ହୋଇଥିବା ବେଳେ ରାଜସ୍ଥାନ ରୟାଲ, ସନରାଇର୍ଜସ ହାଇଦ୍ରାବାଦ ଏବଂ ଡେକାନ ଚାର୍ଜସ ଥରେ ଲେଖାଏଁ ଚମ୍ପିଆନ ହୋଇଥିଲେ । ଆଜିର ଏହି ଉଦଘାଟନୀ ମ୍ୟାଚ ରାତି ୮ଟା ବେଳକୁ ଆରମ୍ଭ ହେବାକୁ ଥିବା ବେଳେ ମ୍ୟାଚ ପୂର୍ବରୁ ସନ୍ଧ୍ୟା ୫.୩୦ ରୁ ୭.୩୦ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟ ପରିବେଷଣ କରାଯିବ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଜର ନାମୀଦାମୀ କଳକାରଙ୍କ ସମେତ ଅନେକ ନାମୀଦାମୀ ସିଙ୍ଗରଙ୍କର ଜଲୱା ମଧ୍ୟ ଦେଖିବାକୁ ପାଇବେ ।


Share It

Comments are closed.