ଆଜି ଘୋଷଣା ହେବ ଆଇପିଏଲ-୨୦୨୦ର କ୍ରୀଡାସୂଚୀ


ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ ଏଥିପାଇଁ ଆଜି କ୍ରୀଡ଼ାସୂଚୀ ଘୋଷଣା କରାଯିବ। ଆଇପିଏଲ୍ ୟୁଏଇକୁ ସ୍ଥାନାନ୍ତରିତ ହେବା ପରଠୁ କ୍ରୀଡ଼ାସୂଚୀ ପ୍ରସ୍ତୁତିକୁ ନେଇ ବିସିସିଆଇ ଚୁପ୍ ରହିଥିଲା । ହେଲେ ସଭାପତି ସୌରଭ ଗାଙ୍ଗୁଲି କ୍ରୀଡ଼ାସୂଚୀ ଘୋଷଣା ବିଷୟ ପ୍ରକାଶ କରିବା ପରେ କ୍ରୀଡ଼ାପ୍ରେମୀଙ୍କ ଆଶଙ୍କା ଦୂର ହୋଇଛି ।

ଗାଙ୍ଗୁଲି କହିଛନ୍ତି ଯେ, କ୍ରୀଡ଼ାସୂଚୀ ପ୍ରସ୍ତୁତିରେ ବିଳମ୍ବ ହୋଇଥିବା ଆମେ ଅନୁଭବ କରୁଛୁ। ବର୍ତ୍ତମାନ ବ୍ୟସ୍ତ ହେବାର କାରଣ ନାହିଁ ଶୁକ୍ରବାର ଆମେ କ୍ରୀଡ଼ାସୂଚୀ ଘୋଷଣା କରିବୁ।

ସୂଚନାଯୋଗ୍ୟ, ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବା ଆଶା କରାଯାଉଛି। ଚେନ୍ନାଇ ସୁପରକିଙ୍ଗ୍‌ସର ୧୩ଜଣ ସଦସ୍ୟ କରୋନା ସଂକ୍ରମିତ ଥିବା ରିପୋର୍ଟ ମିଳିବା ପରେ ଆୟୋଜକଙ୍କ ଚିନ୍ତା ବଢିଯାଇଥିଲା। କ୍ରୀଡ଼ାସୂଚୀକୁ ନେଇ ବିଳମ୍ବ ଘଟିବା ଆଶଙ୍କା ଥିଲା।


Share It

Comments are closed.