ଚେନ୍ନାଇକୁ ଆଉ ଏକ ଝଟକା, ରାଇନାଙ୍କ ପରେ ହରଭଜନ ଖେଳିବାକୁ କଲେ ମନା


ଆଇପିଏଲ ୨୦୨୦ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଇତି ମଧ୍ୟରେ ଚେନ୍ନାଇ ସୁପରକିଂଗ୍ସ ଅଡୁଆରେ ପଡିଯାଇଛି । ଟିମର ସମସ୍ୟା ବଢିଯାଇଛି । କରୋନା ପରେ ଜଣେ ପରେ ଜଣେ ଖେଳାଳି ଆଇପିଏଲର ଏହି ସିଜନ ନ ଖେଳିବାକୁ ନିଷ୍ପତ୍ତି କରୁଛନ୍ତି । ସୁରେଶ ରାଇନାଙ୍କ ପରେ ଚେନ୍ନାଇ ସୁପରକିଂଗ୍ସର ବୋଲର ହରଭଜନ ସିଂହ ମଧ୍ୟ ଟିମରୁ ବାହାରି ଯାଇଛନ୍ତି । କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜକୁ ଆଇପିଏଲ ସିଜନରୁ ଦୁରେଇ ଦେଇଛନ୍ତି । ସଂଯୁକ୍ତ ଆରବ ଇମିରେଟ୍ସ ଯିବା ପୂର୍ବରୁ ଚେନ୍ନାଇ ସୁପରକିଂଗ୍ସ ଟିମ ପାଇଁ ତାମିଲନାଡୁ ଚେପୁକରେ ୫ ଦିନିଆ ଟ୍ରେନିଂ କ୍ୟାମ୍ପ ଥିଲା । ହରଭଜନ ସିଂହ ଓ ଅଲରାଉଣ୍ଡର ରବୀନ୍ଦ୍ର ଜଡେଜା ସେଠାରେ ପହଞ୍ଚିନଥିଲେ । ଜଡେଜା ଟିମ ସହ ୟୁଏଇ ପହଞ୍ଚିଥିଲେ କିନ୍ତୁ ହରଭଜନ ସିଂହ ଭାରତରେ ହିଁ ଥିଲେ । ହରଭଜନ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ।


Share It

Comments are closed.