ଏହି ମାନେ ହେଉଛନ୍ତି ଚଳିତ ଆଇପିଏଲର ସବୁଠାରୁ ଦାମୀ ଖେଳାଳୀ


ଆଇପିଏଲ ୧୨ ପାଇଁ ଜୟପୁରରେ ଆୟୋଜିତ ହେଉଥିବା ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସମସ୍ତ ଖେଳାଳୀଙ୍କ ନିଲାମୀ ସରିଛି । ଜୟପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫୦ ଜଣ ଖେଳାଳୀଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ୮ଟି ଟିମ ଫ୍ରାଞ୍ଚାଇଜ ଏଠାରେ ଆସି ପହଞ୍ଚିଥିଲେ । ତେବେ କାଲି ଏହି ନିଲାମୀ ପ୍ରକ୍ରିୟା ସଦ୍ୟ ସମାପ୍ତ ହୋଇଥିବାବେଳେ ସମସ୍ତ ଖେଳାଳୀଙ୍କ ମଧ୍ୟରୁ କେଉଁ ଖେଳାଳୀ ସର୍ବାଧିକ ମୂଲ୍ୟରେ ବିକ୍ରି ହେଲେ ଆସନ୍ତୁ ଜାଣିବା ।
ଏହି ଅକ୍ସନରେ ଭାରତୀୟ ପେସ ବୋଲର ଜୟଦେବ ଉନାଡକତ ଏବଂ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ।
ଜୟଦେବ ଉନାଡକତ – ଏହି ଖେଳାଳୀ ଜଣକର ବେସ ପ୍ରାଇଜ ୧.୫ କୋଟି ଥିବାବେଳେ ଜୟଦେବଙ୍କୁ ତାଙ୍କ ପୁରୁଣା ଟିମ ରାଜସ୍ଥାନ ରୟାଲ୍ସ ପୁଣି ଥରେ କିଣିଛି । ଗତ ଥର ୧୧.୫ କୋଟିରେ ବିକ୍ରି ହୋଇଥିବା ଏହି ଖେଳାଳୀ ଚଳିତ ବର୍ଷ ୮.୪ କୋଟିରେ ବିକ୍ରି ହୋଇଛନ୍ତି । ଯାହା ଦ୍ୱାରାକି ସେ ପୁଣିଥରେ ଚଳିତ ଆଇପିଏଲର ଦାମୀ ଖେଳାଳୀ ରୂପେ ସାବ୍ୟସ୍ତ ହୋଇଛନ୍ତି ।

ବରୁଣ ଚକ୍ରବର୍ତ୍ତୀ – ଏହି ଖେଳାଳୀ ଜଣଙ୍କର ବେସ ପ୍ରାଇଜ ୨୦ ଲକ୍ଷ ରହିଥିବାବେଳେ ତାଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ ୮.୪୦ କୋଟିରେ କିଣିଛି । ଏହା ତାଙ୍କର ପ୍ରଥମ ଆଇପିଏଲ ହୋଇଥିବାବେଳେ ତାଙ୍କୁ ପ୍ରଥମ ଥର କିଙ୍ଗସ ଏକାଦଶ ପଞ୍ଜାବର ଜର୍ସିରେ ଦେଖିବାକୁ ମିଳିବ ।
ସାମ କୁରନ – ଏହି ୨୦ ବର୍ଷୀୟ ଇଂଲଣ୍ଡ ତାରକାଙ୍କ ବେସ ପ୍ରାଇଜ ୨ କୋଟି ରହିଥିବାବେଳେ ପଞ୍ଜାବ ତାଙ୍କୁ ୭.୨୦ କୋଟିରୁ କିଣି ନିଜ ଦଳରେ ସାମିଲ କରିଛି । କୁରନଙ୍କ ପାଇଁ ଏହା ଆଇପିଏଲରେ ପ୍ରଥମ ସିଜନ ହେବ ।
କୋଲିନ ଇନଗ୍ରାମ – ଦକ୍ଷିଣ ଆଫ୍ରିକାର ଏହି ଖେଳାଳୀ ଚଳିତ ଆଇପିଏଲର ଚତୁର୍ଥ ଦାମୀ ଖେଳାଳୀ ଅଟନ୍ତି । ଏହି ଖେଳାଳୀ ଜଣକର ବେସ ପ୍ରାଇଜ ୨ କୋଟି ରହିଥିବା ତାଙ୍କୁ ଦିଲ୍ଲୀ ୬.୪୦ କୋଟିରେ କିଣିଛି ।
କାର୍ଲୋସ ବ୍ରେଥୱେଟ – ୱେଷ୍ଟଇଣ୍ଡିଜର ଏହି ଖେଳାଳୀ ଜଣକ ପଞ୍ଚମ ଦାମୀ ଖେଳାଳୀ ଅଟନ୍ତି । ତାଙ୍କର ବେସ ପ୍ରାଇଜ ୭୫ ଲକ୍ଷ ରହିଥିବାବେଳେ ତାଙ୍କୁ କୋଲକତା ୫ କୋଟିରେ କିଣିଛି । ବ୍ରେଥଙ୍କ ଗତ ଆଇପିଏଲରେ ହାଇଦ୍ରାବାଦ ୨ କୋଟିରେ କିଣିଥିଲା ।


Share It

Comments are closed.