ରୋହିତ ଶର୍ମା ଆଉଟ ନା ନଟଆଉଟ୍ ? ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଛିଡ଼ା ହେଲା ପ୍ରଶ୍ନ


ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ପୁଣିଥରେ ଫ୍ଲପ୍ ହୋଇଛନ୍ତି । ସୋମବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମୁକାବିଲାରେ ରୋହିତ ୨ରନ କରି ଆଉଟ ହୋଇଯାଇଥିଲେ । ରୋହିତଙ୍କୁ ଟିମ୍ ସାଉଦୀ ଓ୍ବିକେଟକିପର ଶୋଲ୍ଡନ ଜ୍ୟାକ୍ସନଙ୍କ ହାତରେ କ୍ୟାଚ ଆଉଟ କରିଥିଲେ ।

ପ୍ରକାଶ ଯେ, ରୋହିତ ବହୁ ବିବାଦ ଭାବେ ଆଉଟ ହୋଇଥିଲେ । ସାଉଦଙ୍କ ଏକ ବ୍ୟାକ୍ ଅଫ ଲେଂଥ ବଲରେ ଡିଫେନ୍ସ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବେ ଖସି ଓ୍ବିକେଟ କିପରଙ୍କ ହାତକୁ ଚାଲି ଯାଇଥିଲା । ରୋହିତ ଆଶ୍ବସ୍ତ ଥିଲେ କି ବଲଟି ତାଙ୍କ ପଛ ଗୋଡ଼ରେ ବାଜିଛି । ମାତ୍ର ଓ୍ବିକେଟ କିପରଙ୍କ ସମେତ ଅନ୍ୟ ଖେଳାଳୀ କ୍ୟାଚକୁ ନେଇ ଅପିଲ କରିଥିଲେ । କିନ୍ତୁ ଅମ୍ପାୟର ନଟଆଉଟ ଦେଇଥିଲେ । ଏହାପରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଡିଆରଏସର ସହାୟତା ନିଆଯାଇଥିଲା ।

ରିପ୍ଲାଇରେ ବଲ୍ ବ୍ୟାଟ ନିକଟରେ ଗଲା ପୂର୍ବରୁ ପ୍ରଥମେ ଏବଂ ପରେ ଅଲ୍ଟ୍ରା- ଏଜରେ ବଡ଼ ସ୍ପାଇକ୍ସ ଦେଖିବାକୁ ମିଳିଛି । ଗୋଟିଏ ରିପ୍ଲେ ଏପରି ଲାଗୁଥିଲା କି ବ୍ୟାଟ୍ ଏବଂ ବଲ୍ ମଧ୍ୟରେ କିଛିମାତ୍ରାରେ ଗ୍ୟାପ୍ ଥିଲା । କିନ୍ତୁ ଥାର୍ଡ ଅମ୍ପାୟରଙ୍କୁ ମାନିବାକୁ ଥିଲା ଯେ ବଲ୍ ବ୍ୟାଟ୍ ନିକଟ ଦେଇ ଓ୍ବିକେଟ କିପର ନିକଟକୁ ଯାଇଛି । ଏପରି ସ୍ଥଳେ ପଡ଼ିଆରେ ଅମ୍ପାୟରଙ୍କ ନିଷ୍ପତ୍ତି ବଦଳି ଯାଇଥିଲା। ଏହାପରେ ରୋହିତ ନିରାଶ ହୋଇ ପାଭିଲିୟନ ଫେରି ଯାଇଥିଲେ ।


Share It

Comments are closed.