ଆଇପିଏଲ ୨୦୨୧ରେ ରାଜସ୍ଥାନ ରୟାଲ୍ସର ଆସୋସିଏଟ ସ୍ପନ୍ସର ହେଲା ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ଇସ୍ପାତ ଲିମିଟେଡ


ଭୁବନେଶ୍ୱର: ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ଇସ୍ପାତ ଲିମିଟେଡ ଏହାର ବ୍ରାଣ୍ଡ ଗୋଏଲ ଟିଏମଟି ଏବଂ ଗୋଏଲ ପାଇପ୍ସ ମାଧ୍ୟମରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଚଳିତ ସିଜନରେ ରାଜସ୍ଥାନ ରୟାଲ ଫ୍ରାଂଚାଇଜର ଆସୋସିଏଟ ପ୍ରଯୋଜକ ହେବା ନେଇ ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ଆଇପିଏଲର ପୁରା କ୍ରିକେଟ ସିଜନରେ ଗୋଏଲ ଟିଏମଟି ଆଣ୍ଡ ପାଇପ୍ସ, ବ୍ରାଣ୍ଡି ଅଧିକାର ଏବଂ ପ୍ରଚାର କାର୍ଯ୍ୟକଳାପ ସହିତ ରାଜସ୍ଥାନ ରୟାଲ୍ସ ଟିମ ପାଇଁ ସହଯୋଗୀ ପ୍ରଯୋଜକ ରହିବ ଏବଂ ଟିମର ଟ୍ରାଉଜରରେ ବ୍ରାଣ୍ଡର ଲୋଗ ଦେଖିବାକୁ ମିଳିବ । ଗୋଏଲ ଟିଏମଟି ହେଉଛି ଏକ ବ୍ରାଣ୍ଡ ଯାହାକୁ ନିର୍ମାଣ ପାଇଁ ବ୍ୟବହୃତ ଏହାର ସୁଦ୍ଧତା ଓ ଉଚ୍ଚ ଗୁଣବତାର ଷ୍ଟିଲ ପାଇଁ ଭାରତ୨୫ ବର୍ଷରୁ ଅଧିକ ସମୟ ଧରି ବିଶ୍ୱାସ କରିଆସୁଛି ।
ଏହି ସହବବନ୍ଧିତା ସମ୍ପର୍କରେ ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ଇସ୍ପାତ ଲିମିଟେଡର ନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ଗୋଏଲ କହିଛନ୍ତି ଯେ, “ଆଇପିଏଲରେ ରାଜସ୍ଥାନ ରୟାଲ ହେଉଛି ଏକ ରୋମାଂଚକ ଫ୍ରାଂଚାଇଜ ଏବଂ ଗୋଏଲ ଟିଏମଟି ଭଳି ସମାନ ପ୍ରତିବଦ୍ଧତା, ଆକାଂକ୍ଷା ଏବଂ ଶକ୍ତିକୁ ପ୍ରତିଫଳିତ କରୁଥିବା ସେହିଭଳି ଏକ ଟିମକୁ ପ୍ରାୟୋଜିତ କରି ଆମେ ବେଶ ଆନନ୍ଦିତ । ରାଜସ୍ଥାନ ରୟାଲ୍ସ ଆଇପିଏଲ ଟିମର ସହଯୋଗୀ ପ୍ରଯୋଜକ ହେବା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଏହି ଯାତ୍ରାରେ ସେମାନଙ୍କ ବିଜୟ ପାଇଁ ଆମେ ଦଳର ସମସ୍ତଙ୍କୁ ଶୁଭେତ୍ସା ଜଣାଉଛୁ ।”
ଏହା ସମ୍ପର୍କରେ ରାଜସ୍ଥାନ ରୟାଲ୍ସର ଚିଫ ଅପରେଟିଙ୍ଗ ଅଫିସର ଶ୍ରୀ ଜେକ ଲଶ ମୈକ୍ରନ କହିଛନ୍ତି ଯେ, “ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ଇସ୍ପାତକୁ ସେମାନଙ୍କ ବ୍ରାଣ୍ଡ ଗୋଏଲ ଟିଏମଟି ଆଣ୍ଡ ପାଇପ୍ସ ଜରିଆରେ ଚଳିତ ସିଜନ ପାଇଁ ରାଜସ୍ଥାନ ରୟାଲ୍ସର ସହଯୋଗୀ ପ୍ରଯୋଜକ ଭାବେ ବୋର୍ଡରେ ସ୍ୱାଗତ କରି ଆମେ ବେଶ ଆନନ୍ଦିତ । ନବସୃଜନ ଏବଂ ଗୁଣବତା ସେମାନଙ୍କ ବ୍ରାଣ୍ଡରେ ଅନ୍ତର୍ନିହିତ ତତ୍ୱ ଅଟେ ଯାହାକି ସେମାନଙ୍କୁ ମଜବୁତ କରିଥାଏ । ଆମେ ପାରମ୍ପରିକ ଭାବେ ଏକ ଲାଭକାରୀ ସହବନ୍ଧିତା ପାଇଁ ତତ୍ପର ରହିଛୁ, ଯାହା ଉଭୟ ସଂଗଠନ ମଧ୍ୟରେ ସମ୍ବନ୍ଧକୁ ଆହୁରି ବଢ଼ାଇପାରିବ ।”


Share It

Comments are closed.