ଲକଡାଉନ ସତ୍ତ୍ୱେ ମହାରାଷ୍ଟ୍ରରେ ଖେଳାଯିବ ଆଇପିଏଲ, କିଛି ଏପରି କହିଲେ ଗାଙ୍ଗୁଲୀ


ଆଉ ୫ ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୧ ସଂସ୍କରଣ। ହେଲେ ଦେଶରେ ଦିନିକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ କରୋନା ମାମଲା ବଢ଼ିବାରେ ଲାଗିଛି। ଏହାସହିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦେଇଛନ୍ତି ବଡ଼ ବୟାନ୍। ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଯଦି ଲକ୍‌ଡାଉନ୍‌ ଲାଗେ ତେବେ ମଧ୍ୟ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ। ଟେଲିଗ୍ରାଫ୍‌କୁ ଏକ ସାକ୍ଷାତକାର ଦେଇ ଗାଙ୍ଗୁଲି କହିଛନ୍ତି ଯେ, ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଲାଗୁ ହୁଏ ତେବେ ଭଲ ହେବ। କାରଣ ଷ୍ଟାଡିୟମ୍‌ ଆଖ ପାଖ ଲୋକଙ୍କ ଭିଡ଼ ଜମିବ ନାହିଁ। ସେହିଭଳି କିଛି ଲୋକଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ଲଗାତାର ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଥରୁଟିଏ ବାୟୋ ବବଲରେ ପ୍ରବେଶ କଲେ ଆଉ କିଛି ଅସୁବିଧା ହେବ ନାହିଁ। କାରଣ ବିଗତ ବର୍ଷ ୟୁଏଇରେ ମଧ୍ୟ ଖେଳାଳି ମାନେ ବାୟୋ ବବଲରେ ରହି ଖେଳିଥିଲେ। ଆଉ ଟୁର୍ଣ୍ଣାମେଣ୍ଟବି ସଫଳ ହୋଇଥିଲା। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମ୍ୟାଚ୍‌ ଆୟୋଜନ କରିବାକୁ ପରମିଶନ୍‌ ମିଳିଛି। ମୁମ୍ବାଇରେ ଏପ୍ରିଲ ୧୦ରୁ ୨୫ ମଧ୍ୟରେ ୧୦ଟି ମ୍ୟାଚ୍‌ ଖେଳାଯିବ। ବାୟୋ ବବଲ ମଧ୍ୟରେ କୌଣସି ଅସୁବିଧା ହେବ ନାହିଁ। କାରଣ ଆମର ଏକ ସୁରକ୍ଷିତ ସେଟଅପ୍‌ ଅଛି। ଯାହାଫଳରେ ଖେଳାଳି ଓ ସର୍ପୋଟ ଷ୍ଟାଫ୍‌ ପୂରା ସୁରକ୍ଷିତ ଅଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।


Share It

Comments are closed.