କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ସେପ୍ଟେମ୍ବର ୧୯ରେ ୟୁଏଇରେ ହେବ ଆଇପିଏଲ


ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ସବୁଜସଙ୍କେତ ଦେଇଛନ୍ତି। ୟୁନାଇଟେଡ୍ ଆରବ ଏମିରେଟ୍‌ସ(ୟୁଏଇ)ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ମଧ୍ୟରେ ସମସ୍ତ ମ୍ୟାଚ ଆୟୋଜନ କରାଯିବ। ନଭେମ୍ବର ୮ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି। ପଟେଲ କହିଛନ୍ତି, ଆଇପିଏଲ ୨୦୨୦ ପାଇଁ ବିସିସିଆଇ ୟୁଏଇର ୩ଟି ସ୍ଥାନକୁ ଚୂଡ଼ାନ୍ତ କରିଛି। ଦୁବାଇ, ଆବୁଧାବୀ ଏବଂ ଶାରଜାହରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ। ଭାରତରେ କରୋନା ଭୂତାଣୁ ବ୍ୟାପୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୨୯ରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ଭାରତରେ କରୋନା ଭୂତାଣୁ ବ୍ୟାପିବା ଆରମ୍ଭ କରିବାକୁ ଟୁର୍ଣ୍ଣାମେଣ୍ଟକୁ ସାମୟିକ ଭାବେ ଏପ୍ରିଲ ୧୫ ପର‌୍ୟ୍ୟନ୍ତ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଏପ୍ରିଲ ୧୬ରେ ବିସିସିଆଇ ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ଏହାକୁ ସ୍ଥଗିତ କରିଦେଇଥିଲା। କିନ୍ତୁ ୨ଟି ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ ଏବଂ ଆଇସିସି ଟି-୨୦ ବିଶ୍ଵକପ୍‌କୁ ବନ୍ଦ କରାଯିବା ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ବାଟ ଖୋଲିଥିଲା।


Share It

Comments are closed.